ପ୍ରଥମ ଭ୍ୟାଲେନଣ୍ଟାଇନ ଡେ'ରେ ଗୌରୀଙ୍କୁ କେଉଁ ଗିଫ୍ଟ ଦେଇଥିଲେ ଶାହାରୁଖ
by Argus News
Mon, Feb 12 | 4:30 p.m.

ଅର୍ଗସ ବ୍ୟୁରୋ:  ଚାଲିଛି ପ୍ରେମ ଋତୁ। ଯୁବପୀଢ଼ି ଏହାକୁ ଖୁବ ସୁନ୍ଦର ଭାବେ ମନାଉଛନ୍ତି। ଭ୍ୟାଲେନଣ୍ଟାଇନ ଡେରେ ନିଜ ପ୍ରେମିକାକୁ ସୁନ୍ଦର ଗିପ୍ଟ ମଧ୍ୟ ଦେଉଛନ୍ତି। କୁହାଯାଏ ଯେଉଁଠାରେ ପ୍ରେମ, ସେହିଠାରେ ଜ୍ଞାନ ଓ ପବିତ୍ରତା। ଅଢ଼େଇ ଅକ୍ଷର ବିଶିଷ୍ଟ ପ୍ରେମ ବୁଝେ ନାହିଁ ଧନୀ କି ଗରିବ। ପ୍ରେମ ମାନେନାହିିଁ କୌଣସି ବି ବନ୍ଧନ। ପ୍ରେମ ହେଉଛି ଶ୍ୱାଶତ ଏବଂ ନିସ୍ୱାର୍ଥପରର ଏକ ପବିତ୍ର ଅନୁଭବର ବନ୍ଧନ। ଆଉ ଏହାକୁ ଯଥାର୍ଥ କରି ଦେଖାଇଛନ୍ତି କିଙ୍ଗ ଖାନ ସାହାରୁଖ ଖାନ। ପ୍ରଥମ ଥର ଶହାରୁଖ ଖାନ ପତ୍ନୀ ଗୌରୀଙ୍କୁ ଦେଇଥିବା ଗିପ୍ଟ ଖୁବ ଭାଇରାଲ ହୋଇଥିଲା।

ସୁପରଷ୍ଟାର ଶାହରୁଖଙ୍କୁ ବଲିଉଡରେ ବହୁ ନାମରେ ବିବେଚନା କରାଯାଏ, କିଏ ତାଙ୍କୁ ବାଦଶାହ ଡାକେ ତ କିଏ କିଙ୍ଗ ଖାନ, ଆଉ ଅନ୍ୟ କେତେକ ଡାକନ୍ତି କିଙ୍ଗ ଅଫ ରୋମାନ୍ସ କହିବାକୁ ଗଲେ ଶାହରୁଖ ନିଜ ଅସଲି ଜୀବନରେ ବହୁତ ରୋମାଣ୍ଟିକ ଅଟନ୍ତି । ସେ ଗୌରୀଙ୍କୁ ଭଲପାଇ ବିବାହ କରିଥିଲେ । ଏହି ଦୁଇଜଣଙ୍କ ବିବାହକୁ ପ୍ରାୟତଃ ୩୦ ବର୍ଷ ପୁରିଗଲାଣି । ତେବେ ଆପଣ ଜାଣନ୍ତି କି ଶାହରୁଖ ଗୌରୀଙ୍କୁ ପ୍ରଥମେ କେଉଁ ଗିଫ୍ଟ ଦେଇଥିଲେ ।

୨୦୨୩ ରେ ଫ୍ୟାନ୍ସଙ୍କର ବହୁ ପ୍ରଶ୍ନର ଉତ୍ତର ଶାହାରୁଖ ଖାନ ଦେଇଥିଲେ । ଏହି ସମୟରେ ତାଙ୍କୁ ଜଣେ ଫ୍ୟାନ୍ସ ପଚାରିଥିଲେ ଯେ, ସେ ପ୍ରଥମ ଭାଲେଣ୍ଟାଇନ୍ସ ଡେ’ରେ ଗୌରୀଙ୍କୁ କେଉଁ ଗିଫ୍ଟ ଦେଇଥିଲେ । ଶାହରୁଖ ଏହି ପ୍ରଶ୍ନର ଉତ୍ତର ଦେଇଥିଲେ । ମୋର ଯେତିକି ମନେପଡୁଛି ମୁଁ ତାଙ୍କୁ ପ୍ଲାଷ୍ଟିକର ଏକ ଫିଙ୍କ ଇୟରରିଙ୍ଗ ଦେଇଥିଲି ।’ ଶାହାରୁଖଙ୍କ ଏହି ପୋଷ୍ଟ ସେତିକି ବେଳେ ଖୁବ ଭାଇରାଲ ହୋଇଥିଲା ଏବଂ ଲୋକମାନେ ଏହା ଉପରେ ଅନେକ କମେଣ୍ଟ କରିଥିଲେ ।

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ