କେବେ ସରିବ ଜଗଦଳପୁର-ମହାରାଜପୁର ସେତୁ ?
by Argus News
Wed, Sep 11 | 9:25 p.m.

ଅର୍ଗସ ବ୍ୟୁରୋ: ଠକିଦେଲା 24 ବର୍ଷର ବିଜେଡି ସରକାର । ଅବଧି ସରିଗଲା । ହେଲେ ବିଜୁ ସେତୁ ଯୋଜନାରେ ସରିପାରିଲାନି କାମ । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଜଗଦଳପୁର ଗାଁକୁ ସ୍ବପ୍ନ ପାଲଟିଛି ସେତୁ । ଦୀର୍ଘ ଦିନର ଦାବି ପରେ 2018 ମସିହାରେ ବଡ଼ ନଦୀ ଉପରେ ସେତୁ ନିର୍ମାଣ ଲାଗି ଠିକା ସଂସ୍ଥାକୁ ଦାୟିତ୍ବ ଦିଆଯାଇଥିଲା । ଯାହାପାଇଁ ୧୪୮୯.୧୪ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା । ଆଉ ସେତୁ ନିର୍ମାଣ କାମ 2020 ମସିହା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ହେଲେ 2024 ମସିହା ହୋଇଥିଲେ ସୁଦ୍ଧା ସେତୁ କାମ ସଂପୂର୍ଣ୍ଣ ହୋଇପାରିଲା ନାହିଁ। ଯାହା ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜୁଛି । 

ଠିକା ସଂସ୍ଥା ଓ ଆର୍.ଡି ବିଭାଗର ମଧୁଚନ୍ଦ୍ରିକାରେ କାମ ଖାଲି ବିଳମ୍ବ ହେଉଛି ତାହା ନୁହେଁ । ସେତୁ ଲୋକାର୍ପଣ ନହେଉଣୁ ଅନେକ ସ୍ଥାନରେ ଫାଟ ସୃଷ୍ଟି ହେଲାଣି । ଏହା ସହ ବହୁ ସ୍ଥାନରେ ସିମେଣ୍ଟ ଛାଡ଼ି ଲୁହା ଛଡ଼ ଦେଖା ଦେଲାଣି । ଏପରିକି ସେତୁ ପାର୍ଶ୍ଵରେ ଯେଉଁ ସାଇଡ୍ ୱାଲ କରାଯାଉଛି ସେଥିରେ ବାଲି ଉପରେ କେବଳ ସିମେଣ୍ଟ ମଣ୍ଡ ଘାଣ୍ଟି ତିଆରି ହେଉଛି । ଯାହାର ଦୃଢ ବିରୋଧ କରିଛନ୍ତି ଗ୍ରାମବାସୀ । ସେପଟେ ଭଞ୍ଜନଗର ଉପଜିଲ୍ଲାପାଳ କହିଛନ୍ତି ଅବଧି ସରିଯାଇଛି କି ନାହିଁ ଠିକ ଭାବେ ତଦନ୍ତ କରି ଏହା ଉପରେ କାର୍ଯ୍ୟନୁଷ୍ଠାନ ନିଆଯିବ।  

ବର୍ଷା ଦିନେ ନଦୀରେ ଜଳସ୍ତର ବଢ଼ିବା ଯୋଗୁଁ ଆସିକାକୁ ଯିବା ପାଇଁ 15 କିମି ଅଧିକ ବାଟ ବୁଲି ଯିବାକୁ ପଡୁଛି । ଏହି ସେତୁ ନିର୍ମାଣ ହେଲେ ଜଗଦଳପୁର, ମହାରାଜପୁର, ଅତରଙ୍ଗ, ବାଦଗଡ, ଧନିଯା, ସିଦ୍ଧାନର ଓ ବଡଖୋଲି ସମେତ ୩୦ ଖଣ୍ଡ ଗାଁ ଲୋକେ ଉପକୃତ ହେବେ। ବିଜେଡି ସରକାର ଆରମ୍ଭ କରିଥିବା କାମ ତ ପୁରା କରିପାରିଲାନି। ଏବେ ମୋହନ ସରକାର ସେତୁ ନିର୍ମାଣ ସଂପୂର୍ଣ୍ଣ କରିବେ ବୋଲି ଆଶା ବାନ୍ଧିଛନ୍ତି ଗ୍ରାମବାସୀ।  

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ଭାରତ ଏବଂ ବାଂଲାଦେଶ
18m ago
ଭାରତ ଏବଂ ବାଂଲାଦେଶ ଟେଷ୍ଟ: ମାଷ୍ଟରପ୍ଲାନ ବିଷୟରେ କହିଲେ ରୋହିତ
ଅର୍ଗସ ବ୍ୟୁରୋ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ୨ ଟିକିଆ ଟେଷ୍ଟ ମ୍ୟାଚ୍ କ୍ରିକେଟ୍ ସିରିଜ୍ ଆରମ୍ଭ ହୋଇଛି। ଚେନ୍ନାଇର ଚେପାକ୍ ଗ୍ରାଉଣ୍ଡରେ ଉଭୟ ଦଳ ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି। ଏହ
ବଦଳିବ ମୁଖ୍ୟମନ୍ତ୍ରୀ
38m ago
ବଦଳିବ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାସଭବନ ଠିକଣା
ଅର୍ଗସ ବ୍ୟୁରୋ: ବଦଳିବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନର ଠିକଣା । ରାଜପଥ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ନୂଆ ଠିକଣା । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବ
ମେଡିକାଲ କଲେଜ
44m ago
ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟରେ ହେବ ମେଡିକାଲ କଲେଜ
ଅର୍ଗସ ବ୍ୟୁରୋ : ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟରେ ହେବ ମେଡିକାଲ କଲେଜ । ଏ ନେଇ ଆଜି ବଡ଼ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ତାଳଚେର ଓ କନ୍ଧମାଳରେ ମେଡିକା