କେବେ ନିଜ ହକ୍ ପାଇବେ ରେଙ୍ଗାଳି ବିସ୍ଥାପିତ ?
by Argus News
Wed, Mar 13 | 7:22 p.m.

ଅନୁଗୁଳ: ପାଲଲହଡା ରେଙ୍ଗାଳି ଜଳଭଣ୍ଡାରରେ କ୍ଷତିଗ୍ରସ୍ତ ବିସ୍ଥାପିତଙ୍କୁ ରାଜ୍ୟ ସରକାରଙ୍କ ଅଣଦେଖା । ନା ମିଳୁଛି ତାଙ୍କୁ ବର୍ଦ୍ଧିତ କ୍ଷତିପୂରଣ ରାଶି, ନା ପୂରଣ ହେଉଛି 6 ଦଫା ଦାବି । ପ୍ରଥମେ ରାଜରାସ୍ତାରେ ଆନ୍ଦୋଳନ ପରେ ରେଙ୍ଗାଳି ଜଳଭଣ୍ଡାର ଭିତରେ ଦୀର୍ଘ 12 ଦିନର ଜଳ ସତ୍ୟାଗ୍ରହ । ତଥାପି ଦାବି ପୂରଣ ନେଇ ନିଦାବିଷ୍ଣୁ ରାଜ୍ୟ ସରକାର । 2 ଶହରୁ ଅଧିକ ଗାଁ, ପ୍ରାୟ 13 ହଜାର ପରିବାର ନିଜର ଭିଟାମାଟି ହରାଇବା ପରେ କ୍ଷତିପୂରଣ ପାଇଁ 48 ବର୍ଷ ହେଲା ସଂଘର୍ଷ କରୁଛନ୍ତି । ଶେଷରେ ପାଳଲହଡା ବସଷ୍ଟାଣ୍ଡ ସ୍ଥିତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ନିକଟରେ କିରୋସିନ୍ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି ରେଙ୍ଗାଳି କ୍ଷତିଗ୍ରସ୍ତ ପ୍ରଜା । ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି ପୋଲିସ୍ ।

ଡିସେମ୍ବର 1ରୁ 12 ତାରିଖ ଯାଏଁ ବିସ୍ଥାପିତ କରିଥିଲେ ଜଳ ସତ୍ୟାଗ୍ରହ । ସେ ସମୟରେ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ 3 ମାସ ପରେ ବି କୌଣସି ଦାବି ପୂରଣ ହେଲାନି । 2010ରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରେଙ୍ଗାଳି ପ୍ରକଳ୍ପ ବିସ୍ଥାପିତଙ୍କୁ କ୍ଷତିପୂରଣ ବାବଦ ପ୍ରାୟ 152 କୋଟି ଟଙ୍କାର ଆକଳନ କରାଯାଇଥିଲା । ହେଲେ ଦୀର୍ଘ ବର୍ଷ ପରେ ବି କେବଳ ଆକଳନରେ ହିଁ ସୀମିତ ରହିଗଲା ନବୀନଙ୍କ ନିର୍ଦ୍ଦେଶ ।

ରେଙ୍ଗାଳି ବିସ୍ଥାପିତ ପ୍ରତି କାହିଁକି ଏତେ ନିଷ୍ଠୁର 24 ବର୍ଷର ସ୍ଥିର ରାଜ୍ୟ ସରକାର ? । ମିଛ ପ୍ରତିଶ୍ରୁତି ଦେଇ ପ୍ରତାରଣା କରି ଚାଲିଛନ୍ତି । ଆଉ ଶେଷରେ ବିସ୍ଥାପିତ ଆପଣେଇଛନ୍ତି ଚରମ ନିଷ୍ପତ୍ତି।

ଆହୁରି ପଢନ୍ତୁ ଓଡିଶା ଖବର...

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ