କେଉଁଆଡେ ଗାଏବ ହୋଇଯାଇଛନ୍ତି ମହୋବତେଁ ଫେମ ପ୍ରୀତି
by Argus News
Sun, Apr 14 | 6:50 p.m.

ଅର୍ଗସ ବ୍ୟୁରୋ: ମହୋବତେଁ ଫିଲ୍ମ ଅଭିନେତ୍ରୀ ପ୍ରୀତି ଝାଙ୍ଗିଆନି ଆପଣଙ୍କ ନିଶ୍ଚିତ ମନେଥିବ। ପ୍ରୀତିଙ୍କ କ୍ୟୁଟ ସ୍ମାଇଲକୁ ଆଜି ବି ଝୁରୁଛନ୍ତି ଦର୍ଶକ। ନିକଟରେ ପ୍ରୀତି ନିଜ ସ୍ବାମୀ ପ୍ରବୀଣ ଡବାସଙ୍କ ସାଥୀରେ ପ୍ରଡ୍ୟୁସର ଆନନ୍ଦ ପଣ୍ଡିତଙ୍କ ଝିଅ ବିବାହରେ ଯୋଗ ଦେବାକୁ ଆସିଥିଲେ। ନୀଳ ଶାଢ଼ୀରେ ପ୍ରୀତି ଖୁବ ସୁନ୍ଦର ଦିଶୁଥିଲେ। ଦୀର୍ଘ ବର୍ଷ ହେଲା ପ୍ରୀତି ବଡ଼ ପରଦା ଠାରୁ ବହୁ ଦୂରରେ ଅଛନ୍ତି। ବଲିଉଡ ପାର୍ଟି ଏବଂ ସେଲିବ୍ରେଶନରେ ମୁଖ୍ୟତଃ ସାମିଲ ହେଉଛନ୍ତି। ନିକଟରେ ପ୍ରୀତି ଏକ ଇଣ୍ଟରଭ୍ୟୁରେ କହିଥିଲେ ଫ୍ୟାନ ମାନେ ମୋତେ ପ୍ରଶ୍ନ କରୁଛନ୍ତି ଯେ, ମୁଁ କଣ ଫିଲ୍ମ ଲାଇନରୁ ଦୂରକୁ ଚାଳଇଯାଇଛି କି? କିନ୍ତୁ ସେମିତି କିଛି ବି ନାହିଁ। 

ମୁଁ ୨୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛି। ଏହାଛଡ଼ା ବଙ୍ଗଳା, ତାମିଲ, ମାଲାୟାଲମ,ତେଲୁଗୁ, ପଞ୍ଜାବୀ ଭାଷା ସହ ରାଜସ୍ଥାନୀ ଭାଷାରେ ମଧ୍ୟ ଫିଲ୍ମ କରିଛି। ମୁଁ ଏବେ ବି ଫ୍ୟାନ୍ସମାନଙ୍କ ସହ ଟଚରେ ଅଛି। ମୋତେ କେବେ ବି ଲାଗିନି କି ମୁଁ ମୋ ଫ୍ୟାନଙ୍କଠାରୁ ଦୂରରେ ଅଛି। ମୁଁ ଏବେ ବି ଏଣ୍ଟରଟେନମେଣ୍ଟ ଫିଲ୍ଡ ସହ ସମ୍ପୃକ୍ତ ଅଛି। ଆଉ ଫିଲ୍ମ ଲାଇନରେ ମୋତେ ଆଗକୁ ଆହୁରି କାମ କରିବାର ଅଛି। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

ପଞ୍ଚାୟତ ସମିତି
ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ
ଜଗତସିଂହପୁର: ପଞ୍ଚାୟତ ସମିତି ବୈଠକକୁ ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ । ତିର୍ତ୍ତୋଲ ବ୍ଲକ ସମ୍ମିଳନୀ କକ୍ଷରେ ଚତୁର୍ଥ ପଞ୍ଚାୟତ ସମିତି ସାଧାର
TUMBBAD
Tumbbad: 2018ରେ ଯେତିକି କମେଇ ଥିଲା ତା ଠୁ ଅଧିକ ରି-ରିଲିଜ୍ ରେ କମେଇ ସାରିଲାଣି
ଅର୍ଗସ ବ୍ୟୁରୋ: Tumbbad । ଏହି ଫିଲ୍ମର ନାଁ ଶୁଣିବା ମାତ୍ରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା । ମୁଭି ଟା ମାଷ୍ଟରପିସ୍ । ପୁରା ପୈସା ଅସୁଲ୍ । ଯିଏ ଥରେ ଦେଖିଛି ସିଏ ବାରମ୍ବାର ଦେଖିବାକ
ACCIDENT
ସେନା ଗାଡ଼ି ଓଲଟି 3 BSF ଯବାନ ସହିଦ, 32 ଯବାନ ଆହତ
ଅର୍ଗସ ବ୍ୟୁରୋ: ଜମ୍ମୁ କାଶ୍ମୀରରେ ବଡ଼ ଦୁର୍ଘଟଣା । ବଡ଼ଗାମରେ ସେନା ଗାଡ଼ି ଓଲଟି ପଡ଼ିବାରୁ 3 ଜଣ BSF ଯବାନ ସହିଦ ହେବା ସହ 32 ଯବାନ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ତୁରନ୍ତ 6