ପଶ୍ଚିମ ଓଡ଼ିଶା ବିକାଶର ପୋଲ ଖୋଲିଲେ ପ୍ରସନ୍ନ
by Argus News
Sun, Mar 17 | 8:23 p.m.

ଅର୍ଗସ ବ୍ୟୁରୋ: ରାଜ୍ୟରେ କେମିତି ଚାଲିଛି ସ୍ଵାସ୍ଥ୍ୟସେବା ? ବିଜେଡି ସରକାରରେ ସ୍ଵାସ୍ଥ୍ୟକୁ କେତେ ଗୁରୁତ୍ଵ ଦିଆଯାଏ ? ଏ  ସବୁର ଗୁମର ଖୋଲିଦେଇଛନ୍ତି ବିଜେଡି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । କାରଣ ଗତ ଗୁରୁବାର ରାତିରେ ଭୁବନେଶ୍ଵରରୁ ବରଗଡ ଫେରୁଥିବା ବେଳେ ଅଧ ରାତିରେ ପ୍ରସନ୍ନଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ଵର ଏୟାରଲିଫ୍ଟ ହୋଇଥିଲେ ପ୍ରସନ୍ନ । ଏବେ ରାଜଧାନୀର ଏକ ଘରୋଇ ମେଡିକାଲରେ ତାଙ୍କର ଚାଲିଛି ଚିକିତ୍ସା । ହେଲେ ପ୍ରଶ୍ନ ଉଠୁଛି, ବାରମ୍ବାର ସ୍ଵାସ୍ଥ୍ୟସେବାକୁ ଗୁରୁତ୍ଵ ଦେଉଥିବା ରାଜ୍ୟ ସରକାର କଣ କେବଳ ଭୁବନେଶ୍ଵରରେ ହିଁ ଚିକିତ୍ସା ଭିତ୍ତିଭୂମି ବଢାଉଛନ୍ତି କି ? ଯଦି ନାଁ, ତାହାଲେ ବରଗଡରୁ ସେ ଏୟାରଲିଫ୍ଟ ହେଲେ କାହିଁକି ?

୨୪ ବର୍ଷର ସ୍ଥିର ସରକାର । ପୁଣି ପଶ୍ଚିମ ଓଡ଼ିଶାରୁ ୬ ଛଅ ଜଣ ମନ୍ତ୍ରୀ ହୋଇଥିଲେ । କିନ୍ତୁ ବିକାଶ ସେମାନଙ୍କ ଦ୍ଵାରା କିଛି ହୋଇପାରିଲା ନାହିଁ । କାରଣ ଯଦି ବିକାଶ ହୋଇଥାଆନ୍ତା ସେତେବେଳେ ମନ୍ତ୍ରୀ ନବଦାସ ଓ ଏବେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଏୟାରଲିଫ୍ଟ ହୋଇଥାଆନ୍ତେ କାହିଁକି ? ଦର୍ଶକବନ୍ଧୁ କଥା ହେଲା ନେତା ମନ୍ତ୍ରୀଙ୍କ ପାଖରେ ସିନା କୋଟି କୋଟି ଟଙ୍କା ଅଛି ସେମାନେ ଏୟାରଲିଫ୍ଟ ହେବେ । ହେଲେ ଗରିବ ଖଟିଖିଆ ଲୋକ ଯିବ କୁଆଡ଼େ ?

ପଶ୍ଚିମ ଓଡ଼ିଶାର ବଡ଼ ମେଡ଼ିକାଲ କହିଲେ ଭିମସାରକୁ ହିଁ ବୁଝାଏ । ହେଲେ ସେ ମେଡିକାଲର ଯେ କେବଳ ନା ବଡ ତାହା ଏବେ ଜଣାପଡିଲା । କାରଣ ପ୍ରଥମେ ପ୍ରସନ୍ନଙ୍କୁ ସେଇଠାରେ ହିଁ ଚିକିତ୍ସା କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଭୁବନେଶ୍ଵରକୁ ରେଫର ହୋଇଥିଲେ । ଆଉ ଏ ହେଉଛି ସେହି ଏୟାରଲିଫ୍ଟ ବେଳର ଚିତ୍ର । 

ମିଳିଥିବା ସୂଚନା ଅନୁସାରେ ବିଜେଡି ସରକାରରେ ମନ୍ତ୍ରୀ ପଦ ପାଇଛନ୍ତି ଦୁର୍ଯ୍ୟୋଧନ ମାଝୀ, ସନାତନ ବିଶି, ପ୍ରସନ୍ନ ଆଚାର୍ଯ୍ୟ, ପ୍ରଦୀପ ଅମାତ, ନବ କିଶୋର ଦାସ ଓ ବର୍ତ୍ତମାନର ଷ୍ଟାଣ୍ଡିଂ ମନ୍ତ୍ରୀ ନିରଞ୍ଜନ ପୁଜାରୀ । କିନ୍ତୁ ଏତେ ବଡ଼ ନେତାଥିବା ପରେ ବି ବିକାଶ କାହିଁକି ହେଲା ନାହିଁ ? ସେନେଇ ପ୍ରଶ୍ନ ଉଠାଇଛନ୍ତି ପଶ୍ଚିମଓଡ଼ିଶାବାସୀ । ଏପଟେ ସରକାରଙ୍କ ପୋଲ ଖୋଲିବା ପରେ ପ୍ରତିକ୍ରିୟା ରଖିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । କହିଛନ୍ତି, କୋଠା କରିଦେଲେ ବିକାଶ ହୁଏନି, କେବଳ ଦୁର୍ନୀତି କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର ।

(ସମ୍ବଲପୁରରୁ କ୍ୟାମେରା ପର୍ସନ ରୋହିତ ସିଂଙ୍କ ସହ ମଳୟ ଭୋଇଙ୍କ ରିପୋର୍ଟ)

ବାସୁଦେବପୁର
25m ago
ସକାଳ 8ଟା ସୁଦ୍ଧା ସବୁ ସରକାରୀ ଅଫିସରେ ଝୁଲୁଛି ତାଲା
ଭଦ୍ରକ: ସରକାରୀ ନିୟମକୁ ମାନୁ ନାହାନ୍ତି ସରକାରୀ ବାବୁ । ସକାଳ 8ଟା ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଝୁଲୁଛି ତାଲା । ବାସୁଦେବପୁର ବ୍ଲକ ଗ୍ରାମପଞ୍ଚାୟତ ବିଭାଗ
INTELLIGENT CHILD
43m ago
ଛୁଆଙ୍କୁ ବୁଦ୍ଧିମାନ କରିବାକୁ ଆପଣାନ୍ତୁ ଏହି ସବୁ ଟିପ୍ସ୍
ଅର୍ଗସ ବ୍ୟୁରୋ: ପ୍ରତ୍ୟେକଟି ବାପା ମା ଚାହାଁନ୍ତି ତାଙ୍କ ପିଲାମାନେ ବୁଦ୍ଧିମାନ ହୁଅନ୍ତୁ । ଭଲ ପାଠ ପଢି ସମାଜରେ ନାଁ କରନ୍ତୁ । କୁହାଯାଏ ମାଟିକୁ ଆମେ ଯେମିତି ଆକୃତି ଦେବା ସେ ସେମିତ
DHARMENDRA PRADHAN
57m ago
ବିଜେଡିକୁ ଟାର୍ଗେଟ୍ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅର୍ଗସ ବ୍ୟୁରୋ: ବିଜେଡିକୁ ସିଧା ଟାର୍ଗେଟ୍ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେଡିର ପ୍ରଧାନମନ୍ତ୍ରୀ ଚେହେରା କିଏ ବୋଲି ପ୍ରଶ୍ନ କଲେ ଧର୍ମେନ୍ଦ୍ର