ମାଛ ଧରିବା ହେଲା କାଳ, ପୋଖରୀରେ ବୁଡି ଯୁବକ ମୃତ 
by Argus News
Tue, Apr 09 | 4:13 p.m.

କେନ୍ଦୁଝର:  ଚମ୍ପୁଆ ଥାନା, ବଡନଈ ଗାଁ ରେ ଅଘଟଣ । ମାଛ ଧରିବା ହେଲା କାଳ, ପୋଖରୀରେ ବୁଡି ଯୁବକ ମୃତ । ମୃତକ ହେଲେ ପଳସା ଗ୍ରାମର ଶେଷଦେବ ନାଏକ ।  ସୂଚନାମୁତାବକ ଶେଷଦେବ ନାଏକ  ତା'ର ତିନି ଜଣ ସାଙ୍ଗଙ୍କ ସହିତ ବଡ଼ନଈ ଗ୍ରାମର ଏକ ପୋଖରୀକୁ ମାଛ ମାରିବାକୁ ଯାଇଥିଲେ।

ମାଛ ମାରୁଥିବା ସମୟରେ ସେ ପୋଖରୀ ମଝିକୁ ଚାଲି ଯାଇଥିଲେ । ମଝି ପୋଖରୀ ଅଧିକ ଗଭୀର ଥିବାରୁ ସେଠାରେ ସେ ପାଣି ଭିତରେ ବୁଡ଼ିଯାଇଥିଲେ । ଶେଷଦେବ ପାଣିରେ ବୁଡିଯିବା ଦେଖି ସାଙ୍ଗମାନେ ତାଙ୍କୁ ଉଦ୍ଧାର କରି ପାଣି ଉପରକୁ ଉଠାଇ ଆଣିଥିଲେ, ମାତ୍ର ସେତେବେଲକୁ ଶେଷ ମୃତ୍ୟୁ ବରଣ କରି ସାରିଥିଲେ ବୋଲି କୁହା ଯାଉଛି ।  ଏ ସମ୍ପର୍କରେ ଖବର ପାଇ ଚମ୍ପୁଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ୍ କରିବା ସହିତ ଶେଷଦେବଙ୍କ ସାଙ୍ଗମାନଙ୍କୁ ପଚରା ଉଚୁରା କରି ତଦନ୍ତ ଚଳାଇଛି ।  

ଅଧିକ ପଢନ୍ତୁ  ଓଡ଼ିଶା ଖବର     

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ