ଚାଲିଗଲେ ଟାଟା : ତାଙ୍କ ସମ୍ପତ୍ତିର ମାଲିକ ହେବ କିଏ ?
by Argus News
Thu, Oct 10 | 6:42 p.m.

ଅର୍ଗସ ବ୍ୟୁରୋ: ଭାରତର ରତ୍ନ, ପ୍ରତିଟି ଭାରତୀୟଙ୍କ ହୃଦୟରେ ସେ କିଣିଥିଲେ ଜାଗା । ଦେଶର ବିକାଶ କେମିତି ଆଗେଇ ଯିବ ସେନେଇ ସବୁପ୍ରକାର ଉଦ୍ୟମ କରୁଥିଲେ ଟାଟା । ରତନଙ୍କ ବ୍ୟକ୍ତିତ୍ଵ ପାଇଁ ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ବି କରାଯାଇଥିଲା । ହେଲେ ଏବେ ସେ ଅଫେରା ରାଇଜକୁ ଚାଲିଯାଇଛନ୍ତି । ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ ଆଖି ବୁଜିଛନ୍ତି ୮୬ ବର୍ଷୀୟ ଟାଟା । ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ସେ ଆଖି ବୁଜିଛନ୍ତି । ହେଲେ ଏବେ ପ୍ରଶ୍ନ ସେ ଯିବା ପରେ ତାଙ୍କର ୩୮ ସହ କୋଟି ଟଙ୍କା ସମ୍ପତ୍ତିର ଉତ୍ତରାଧିକାରୀ ହେବ କିଏ ?

ମାତ୍ର ଦୁଇ ଦିନ ତଳେ ରତନଙ୍କ ଅସୁସ୍ଥତାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା, ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଏ ଖବର ଘୁରି ବୁଲିଥିଲା । ପରେ ପରେ ରତନ ନିଜ ଏକ୍ସ ପେଜରେ ସ୍ପଷ୍ଟୀକରଣ ଦେବା ସହିତ ମୁଁ ସଂପୂର୍ଣ୍ଣ ସୁସ୍ଥ ବୋଲି ଲେଖିଥିଲେ । ଯାହା ପରେ ତାଙ୍କୁ ଅସୁସ୍ଥତା ଖବର ଉପରେ ବିରାମ ଲାଗିଲା । ଗତକାଲି ରାତିରେ ବି ଠିକ୍‌ ଏମିତି ଢଙ୍ଗରେ ଖବର ପ୍ରସାରଣ ହୋଇଥିଲା କି ରତନ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ହେଲେ ଗତକାଲି ଏ ଖବର ଗୁଜବ ନଥିଲା ବରଂ ସତ ଥିଲା । ଆଉ ରାତି ସାଢେ ୧୧ଟା ପରେ ତାଙ୍କର ମୃତ୍ୟୁ ଖବର ଆସିବା ପରେ ପୁରା ଭାରତ ସ୍ତବ୍ଧ ହୋଇଯାଇଥିଲା । 

ରତନ ଯିବା ପରେ ନିଜର ସମ୍ପତ୍ତିର ମାଲିକ ଏବେ କିଏ ହେବ ତାହାକୁ ନେଇ କଳ୍ପନାଜଳ୍ପନା ଚାଲିଛି । ଏମିତିକି ‌ସମ୍ଭାବ୍ୟ ଉତ୍ତରାଧିକାରୀମାନଙ୍କ ମଧ୍ୟରୁ ନୋଏଲ ଟାଟାଙ୍କୁ ସବୁଠୁ ଯୋଗ୍ୟ ବିବେଚନା କରାଯାଉଛି । କାରଣ ସେ ହେଉଛନ୍ତି ରତନଙ୍କ ସାବତ ଭାଇ । ନୋଏଲଙ୍କ ତିନି ସନ୍ତାନ୍ତଙ୍କ କିମ୍ବା ସେମାନଙ୍କ ମଧ୍ୟରୁ କେହି ଜଣେ ଟାଟାଙ୍କ ଉତ୍ତରାଧିକାରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ବି ଜୋର ଧରିଛି । ମାୟା ଟାଟା, ନେଭିଲ୍ ଟାଟା ଓ ଲିଆ ଟାଟା ରତନଙ୍କ ପୁତୁରା । 

କାରଣ ନୋଏଲ୍ ଟାଟାଙ୍କ ତିନିଟି ପିଲା ବର୍ତ୍ତମାନ ଟାଟା ଗ୍ରୁପରେ ବିଭିନ୍ନ ଦାୟିତ୍ୱର ପରିଚାଳନା କରୁଛନ୍ତି । ୩୪ ବର୍ଷୀୟ ମାୟା ଟାଟା ଟାଟା ଅପର୍ଚ୍ୟୁନିଟି ଓ ଟାଟା ଡିଜିଟାଲରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଟାଟା ନ୍ୟୁ ଆପ୍ ଲଞ୍ଚରେ ମଧ୍ୟ ତାଙ୍କର ଢ଼େର ଅବଦାନ ଥିଲା । ସେହିପରି ୩୨ ବର୍ଷୀୟ ନେଭିଲ ଟାଟା ଟ୍ରେଣ୍ଟ୍ ଲିମିଟେଡ ପ୍ରମୁଖ ହାଇପର୍ ମାର୍କେଟ୍ ଚେନ୍ ଷ୍ଟାର୍ ବଜାରକୁ ଲିଡ୍‌ କରୁଛନ୍ତି । ଏଥି ସହିତ ୩୯ ବର୍ଷୀୟା ଲିଆ ଟାଟା ଟାଟା ଗ୍ରୁପର ହସ୍ପିଟାଲିଟି ସେକ୍ଟରକୁ ଦେଖୁଛନ୍ତି। ସେ ତାଜ ହୋଟେଲ ରିସର୍ଟ ଏବଂ ପ୍ୟାଲେସର ପରିଚାଳନା ବି କରୁଛନ୍ତି । ଏହାସହ ଇଣ୍ଡିଆନ ହୋଟେଲ କମ୍ପାନୀର ତଦାରଖ ବି ସେ କରୁଛନ୍ତି ।
ରତନ ଆଖି ବୁଜିବା ପରେ ପୁରା ଦେଶରେ ଶୋକର ଛାୟା ଖେଳିଯାଇଛି । ହଠାତ୍‌ ସେ ଆଖି ବୁଜିଥିବାରୁ ତାଙ୍କୁ ନେଇ ଚର୍ଚ୍ଚା ଥମୁନି । କାରଣ ଆମେ ସମସ୍ତେ ଜାଣନ୍ତି ଦେଶ ଲାଗି ତାଙ୍କର ଅବଦାନ କଣ ରହିଛି । ଯେବେ ଯେବେ ପ୍ରାକୃତିକ ବିପର୍ଯ୍ୟୟ ଆସିଛି ସର୍ବପ୍ରଥମେ ରତନ ହିଁ ସାହାଯ୍ୟର ହାତ ପ୍ରଥମେ ବଢାନ୍ତି । ଆଉ ଏବେ ସେ ଚାଲିଯାଇଥିବାରୁ ପ୍ରତିଟି ଭାରତୀୟ ଗୁମୁରି ଗୁମୁରି କାନ୍ଦୁଛି ।

 

ଯୁବଶକ୍ତି
'ସଂଘର୍ଷ ଦ୍ବାରା ନିଜ ପାଇଁ ରାସ୍ତା ନିର୍ମାଣ କରନ୍ତୁ ଯୁବଶକ୍ତି, ସଫଳତା ପାଦ ଛୁଇଁବ '
ଅର୍ଗସ ବ୍ୟୁରୋ: ସଂଘର୍ଷ ଦ୍ବାରା ନିଜ ପାଇଁ ରାସ୍ତା ନିର୍ମାଣ କରନ୍ତୁ ଯୁବଶକ୍ତି, ସଫଳତା ପାଦ ଛୁଇଁବ । ଗୁରୁବାର ଗୋରଖପୁରର ମହାରାଣା ପ୍ରତାପ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳି
ଲାଓସରେ ପ୍ରଧାନମନ୍ତ୍ରୀ
ଦୁଇ ଦିନିଆ ଭିଏତନାମା ଗସ୍ତରେ ଥିବା ପିଏମ୍ ମୋଦି
ଅର୍ଗସ ବ୍ୟୁରୋ: ଲାଓସରେ ପ୍ରଧାନମନ୍ତ୍ରୀ ମୋଦି । ଆଜି ଲାଓସରେ ପହଂଚିବାପରେ ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ସ୍ବାଗତ କରାଯାଇଥିଲା । ଦୁଇ ଦିନିଆ ଭିଏତନାମା ଗସ୍ତରେ ଥିବା ପିଏମ୍ ମୋଦି 21ତ
SAPTAMI PUJA
ଘଣ୍ଟ ଘଣ୍ଟା ସାଙ୍ଗକୁ ପାରମ୍ପରିକ ବାଦ୍ୟରେ ପ୍ରକମ୍ପିତ ଶକ୍ତିପୀଠ
ଅର୍ଗସ ବ୍ୟୁରୋ: ଦଶଭୂଜାଙ୍କ ଆଗମନ ପାଇଁ ରାଜ୍ୟସାରା ପାର୍ବଣର ଧୁମ୍ । ଆଜି ମଣ୍ଡପେ ମାଆଙ୍କ ସପ୍ତମୀ ଓ ପୀଠରେ ମହାଅଷ୍ଟମୀ ପୂଜା ଚାଲିଛି । ଘଣ୍ଟ ଘଣ୍ଟା ସାଙ୍ଗକୁ ପାରମ୍ପରିକ ବାଦ୍ୟର