ଆରସିବିରେ କିଏ ହେବ ନୂଆ କ୍ୟାପଟେନ
by Argus News
Fri, Oct 25 | 2:14 p.m.

ଅର୍ଗସ ବ୍ୟୁରୋ: ଆଇପିଏଲ-୨୦୨୫ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇସାରିଛି । ଅକ୍ଟୋବର ୩୧ ତାରିଖ ସୁଦ୍ଧା ସମସ୍ତ ଦଳର ରିଟେନ୍ ଲିଷ୍ଟ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସବୁଠୁ ଚର୍ଚ୍ଚାରେ ରହିଛି ବିରାଟ ବାହିନୀ ରୋୟଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ । ଦଳର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କୁ ରିଟେନ୍ କରିବା ସୁନିଶ୍ଚିତ ଥିବା ବେଳେ ୱିକେଟ କିପର ଦିନେଶ କାର୍ତ୍ତିକ ଅବସର ନେଇ ସାରିଛନ୍ତି। ସେପଟେ ଅଧିନାୟକ ଫାଫ୍ ଡୁପ୍ଲେସିସଙ୍କୁ ଦଳ ରିଲିଜ କରିବା ପାଇଁ ଯୋଜନା କରୁଥିବା ମଧ୍ୟ ଆଲୋଚନା ହେଉଛି । ତେବେ ବର୍ତ୍ତମାନ ସବୁଠୁ ବଡ଼ ପ୍ରଶ୍ନ ଆସନ୍ତା ସିଜନ ପାଇଁ କେଉଁ ଖେଳାଳିଙ୍କୁ ରିଟେନ୍ କରିବ ଆରସିବି ? କିଏ ହେବେ ଦଳର ନୂଆ ଅଧିନାୟକ? ସେଥିପାଇଁ ଚାଲିଛି ସବୁଠି ଚର୍ଚ୍ଚା

କାହାକୁ ରିଟେନ୍ କରିବ RCB?

ଆଇପିଏଲ-୨୦୨୫ ପାଇଁ ବେଙ୍ଗଲୁରୁ ରିଟେନସନ୍ ଲିଷ୍ଟ ପ୍ରସ୍ତୁତ କରି ସାରିଥିବା କୁହାଯାଉଛି । ଏଥିରେ ସବୁଠୁ ବଡ଼ ନାଁ ରହିଛି କିଙ୍ଗ କୋହଲି । ବିରାଟଙ୍କ ଦଳ ଯେକୌଣସି ପରିସ୍ଥିତିରେ ରିଟେନ୍ କରିବ । ଆଇପିଏଲ ଇତିହାସରେ ବିରାଟ ଏକମାତ୍ର ଖେଳାଳି, ଯିଏ କୌଣସି ସିଜନ ପାଇଁ ଦଳ ପରିବର୍ତ୍ତନ କରିନାହାନ୍ତି । ଆରମ୍ଭରୁ ବେଙ୍ଗଲୁରୁ ସହିତ ଯୋଡ଼ି ହୋଇ ରହିଛନ୍ତି ବିରାଟ । ତେଣୁ ଆସନ୍ତା ସଜିନ ପାଇଁ ମଧ୍ୟ କୋହଲିଙ୍କୁ ଦଳ ରିଟେନ୍ କରିବାରେ ସନ୍ଦେହ କରି ହେବ ନାହିଁ । ଆରସିବି ବିରାଟଙ୍କୁ ପ୍ରଥମ ରିଟେନସନ୍ ଭାବରେ ୧୮ କୋଟି ଟଙ୍କାରେ ରିଟେନ୍ କରିବା ଏକ ପ୍ରକାର ସୁନିଶ୍ଚିତ ।

ଦ୍ୱିତୀୟ ରିଟେନସନ୍ ପାଇଁ ୧୪ କୋଟି ଟଙ୍କା ମୂଲ୍ୟ ସ୍ଥିର କରାଯାଇଛି । ତେବେ ଏହି ସ୍ଥାନରେ ଆରସିବି ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର କ୍ୟାମରନ୍ ଗ୍ରୀନଙ୍କୁ ରିଟେନ୍ କରିପାରେ। ବେଙ୍ଗାଲୁରୁ ମଇଦାନରେ ଗ୍ରୀନ ଜଣେ ମହତ୍ତ୍ୱପୂର୍ଣ୍ଣ ଖେଳାଳି ଭାବେ ଭୂମିକା ତୁଲାଇପାରନ୍ତି । ଏହାସହିତ ଗ୍ରୀନଙ୍କ ଭବିଷ୍ୟତ ଏହି ଦଳରେ ଖୁବ ସୁନ୍ଦର ରହିପାରେ ବୋଲି କୁହାଯାଉଛି । ସେହିପରି ଗ୍ରୀନ ଅକ୍ସନକୁ ଗଲେ ବଡ଼ ଆମାଉଣ୍ଟରେ ବିକ୍ରି ହୋଇପାରନ୍ତି । ତେଣୁ ଦଳ ଏହି ଭୁଲ କରି ନ ପାରେ । ତେବେ ରିଟେନ୍ କରିବା ପୂର୍ବରୁ ଗ୍ରୀନଙ୍କ ଆହତ ସମସ୍ୟା ଉପରେ ମଧ୍ୟ ଧ୍ୟାନ ଦେବ ଆରସିବି ।

ରଜତ ପଟିଦାର ଆରସିବି ପାଇଁ ରଜତ ପାଟିଦାରଙ୍କ ପ୍ରଦର୍ଶନ ଦମଦାର ରହିଛି । ୨୦୨୪ ଆଇପିଏଲରେ ରଜତ ୧୫ଟି ମ୍ୟାଚରୁ ଦଳ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ୩୫୫ ରନ୍ କରିଥିଲେ । ତେବେ ଭାରତୀୟ ବ୍ୟାଟର ବିକଳ୍ପ ଭାବରେ ରଜତ ପାଟିଦାରଙ୍କୁ ଦଳରେ ରିଟେନ୍ କରିବା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଆଶା କରାଯାଉଛି । ଏଥିପାଇଁ ରଜତ ବେଷ୍ଟ ପ୍ଲେୟର ଭାବରେ ୧୧ କୋଟି ଟଙ୍କାରେ ରିଟେନ୍ କରିପାରେ ଆରସିବି ।

୨୦୨୪ ଆଇପିଏଲରେ ଦଳର ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଦିନେଶ କାର୍ତ୍ତିକ ଅବସର ଗୋଷଣା କରି ସାରିଛନ୍ତି । ତେଣୁ ଦଳକୁ ଜଣେ ୱିକେଟ କିପରଙ୍କ ଆବଶ୍ୟକତା ରହିବ । ଏଥିପାଇଁ ୪ କୋଟି ବିନିମୟରେ ଆରସିବି ଅନୁଜ ରାୱତଙ୍କୁ ଦଳରେ ସାମିଲ କରିପାରେ ।

ଏହାପରେ ଚତୁର୍ଥ ରିଟେନ୍ ପ୍ଲେୟର ପାଇଁ ଦଳକୁ ୧୮ କୋଟି ଏବଂ ପଞ୍ଚମ ପ୍ଲେୟର ପାଇଁ ୧୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେବ । ତେଣୁ ଦଳ ଅନ୍ୟ ଖେଳାଳିଙ୍କୁ ରିଲିଜ କରି ‘ରାଇଟ୍ ଟୁ ମ୍ୟାଚ୍’ ନିୟମ ଅନୁସାରେ ପୁଣିଥରେ ଦଳରେ ସାମିଲ କରିପାରେ । ଫାଫ୍ ଡୁପ୍ଲେସିସ, ଗ୍ଲେନ ମାକ୍ସୱେଲ ଏବଂ ମହମ୍ମଦ ସିରାଜଙ୍କ ଭଳି ଖେଳାଳିଙ୍କୁ ଦଳରୁ ରିଲିଜ କରିବା ଭଳି ବଡ଼ ନିଷ୍ପତ୍ତି ନେଇପାରେ ବେଙ୍ଗାଲୁରୁ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 


 

ବାତ୍ୟା 'ଦାନା'
13m ago
ବାତ୍ୟା 'ଦାନା' ; ଉଜାଡିଦେଲା , ଭସାଇନେଲା , ସର୍ବଶାନ୍ତ କରିଦେଲା....
ଅର୍ଗସ ବ୍ୟୁରୋ : ବାତ୍ୟା ଆସିଲା ପୁଣି ଚାଲିଗଲା, ଆଉ ସହରରେ ରହୁଥିବା ବଡ ବଡୁଆ ଲୋକଙ୍କ ମୁହଁରୁ ବାହାରି ଆସିଲା, କାଇଁ କୋଉଠି ବାତ୍ୟା ହେଲା ? କାହିଁ କିଛି କ୍ଷତି କରିନି ତ ? କାଲି ବ
ବାତ୍ୟା
21m ago
ବାତ୍ୟା ସମୟରେ ଅସହାୟଙ୍କୁ ସାହାଯ୍ୟ କଲେ ଆଶାଦିଦି
କେନ୍ଦ୍ରାପଡା : ଦେହରେ ବଳ ଥାଉ କି ନ ଥାଉ, ହେଲେ ସାହାଯ୍ୟ କରିବା ପାଇଁ ମନରେ ଯେଉଁ ଇଚ୍ଛା ଅଛି, ତା ଆଗରେ ଦେହର ବଳ ହାର ମାନିଛି । ବାତ୍ୟାର ତାଣ୍ଡବରୁ ବୃଦ୍ଧ, ବୃଦ୍ଧାଙ୍କୁ ସୁରକ୍ଷି
ଲରେନ୍ସ ବିଷ୍ଣୋଇ
29m ago
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ଜଣ ସୁଟରଙ୍କୁ ଗିରଫ କରିଛି ପୋଲିସ
ଅର୍ଗସ ବ୍ୟୁରୋ : ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ବଡ ସଫଳତା ମିଳିଛ। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ, ପ୍ୟାନ ଇଣ୍ଡିଆ କାର୍ଯ୍ୟାନୁଷ୍ଠାନରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ଜଣ ସୁଟରଙ୍କ