ବାତ୍ୟା ସମୟରେ ଅସହାୟଙ୍କୁ ସାହାଯ୍ୟ କଲେ ଆଶାଦିଦି
by Argus News
Fri, Oct 25 | 4:44 p.m.

କେନ୍ଦ୍ରାପଡା : ଦେହରେ ବଳ ଥାଉ କି ନ ଥାଉ, ହେଲେ ସାହାଯ୍ୟ କରିବା ପାଇଁ ମନରେ ଯେଉଁ ଇଚ୍ଛା ଅଛି, ତା ଆଗରେ ଦେହର ବଳ ହାର ମାନିଛି । ବାତ୍ୟାର ତାଣ୍ଡବରୁ ବୃଦ୍ଧ, ବୃଦ୍ଧାଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବା ପାଇଁ ସେ ଯେମିତି ଏକଦମ ଅଣ୍ଟା ଭିଡିଛନ୍ତି ।  ଆଉ ପ୍ରମାଣ କରି ଦେଖାଇଛନ୍ତି, ନାରୀ ଅବଳା କି ଦୁର୍ବଳା ନୁହେଁ, ବରଂ ସବୁ ପରିସ୍ଥିତର ମୁକାବିଲା କରିପାରେ ଗୋଟେ ନାରୀ ।   ଦେଖୁନାହାନ୍ତି, କିପରି ଏତେ କାଦୁଅ ସରସର ରାସ୍ତାରେ ମଧ୍ୟ ପଡିଯିବାର ଭୟକୁ ଖାତିର ନକରି ବୃଦ୍ଧା ମାଆଙ୍କୁ କାନ୍ଧରେ ବସାଇ ନେଇ ଆଣୁଛନ୍ତି । ଖାଲି ଏହି ଭିଡିଓ ନୁହେଁ ଦିନ ତମାମା ସେ ଲାଗିପଡିଛନ୍ତି, ଅସହାୟ ବ୍ୟକ୍ତି ମାନଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବା ପାଇଁ ।

ଏ ହେଉଛନ୍ତି ରାଜନଗର ଖସାମୁଣ୍ଡା ଗାଁର ଆଶାକର୍ମୀ ଶ୍ରୀମତୀ ଶିବାନୀ ମଣ୍ଡଳ । ଗତକାଲି ବାତ୍ୟା ଦାନା ପାଇଁ ରାଜନଗର ବ୍ଲକ ତାଳଚୁଆ ଗାଁର ବାତ୍ୟା ଆଶ୍ରୟସ୍ଥଳୀ ନିକଟରେ ଲୋକଙ୍କୁ ସ୍ଥାନାନ୍ତରିତ କରିବାରେ ବେଶ ବଡ ଭୂମିକା ନିଭାଇଥିଲେ ଏହି ଆଶାଦିଦି । ଯାହାକୁ ନେଇ ସେଠାକାର ସ୍ଥାନୀୟ ଲୋକଙ୍କ ସହ ମୋହନ ସରକାରଙ୍କ ପକ୍ଷରୁ ମଧ୍ୟ ତାଙ୍କୁ ଖୁବ ପ୍ରଶଂସା କରାଯାଇଛି । ଶୁଣିନିଅନ୍ତୁ, ଆଶା ଦିଦିଙ୍କୁ ନେଇ କଣ କହୁଛନ୍ତି ସେହି ସ୍ଥାନର କିଛି ବୃଦ୍ଧା ମହିଳା ମାନେ । କେବଳ ଏହି ବାତ୍ୟା ନୁହେଁ, ପୂର୍ବରୁ ମଧ୍ୟ ଯେତେ ବାତ୍ୟା ହୋଇଛି, ସବୁ ବାତ୍ୟାରେ ସେ ସାହାଯ୍ୟ କରିବା ପାଇଁ ବେଶ ତତ୍ପର ଥାଆନ୍ତି । ତାଙ୍କୁ ଅନ୍ୟର ସାହାଯ୍ୟ କରିବାକୁ ବେଶ ଭଲଲାଗେ ବୋଲି ସେ କୁହନ୍ତି ।

ଗତକାଲି ବାତ୍ୟାପାଇଁ ଅନେକ ଅସହାୟ ଲୋକଙ୍କୁ ସାହାଯ୍ୟ କରିଥିଲେ ଆଶାଦିଦି । ଅନେକ ଲୋକ ବାତ୍ୟା ଆଶ୍ରୟସ୍ଥଳୀକୁ ଯିବା ପାଇଁ ରାଜି ହେଉନଥିଲେ ମଧ୍ୟ ତାଙ୍କୁ ବୁଝାଇ ବାତ୍ୟା ଆଶ୍ରୟସ୍ଥଳୀକୁ ପଠାଇଥିଲେ ଆଶାଦିଦି । ଯାହାକୁ ନେଇ ସ୍ଥାନୀୟ ଲୋକେ ତାଙ୍କୁ ବେଶ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ଟ୍ବିଟ କରି ଖୁବ ପ୍ରଶଂସା କରିଛନ୍ତି । ଆଶାଦିଦିଙ୍କ ଏହି ଭିଡିଓ ସୋସିଆଳ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

 

ସନ୍ଧ୍ୟା ବେଳର
17m ago
ସନ୍ଧ୍ୟା ବେଳର ଖବର ସଂକ୍ଷେପରେ...
ଅର୍ଗସ ବ୍ୟୁରୋ: ଭୀଷଣ ବାତ୍ୟାର ରୂପ ନେଇ ମଧ୍ୟରାତ୍ରରେ ସ୍ଥଳଭାଗ ଛୁଇଁଲା ବାତ୍ୟା ଦାନା ... ହବାଳିଖଟିରେ ଲ୍ୟାଣ୍ଡଫଲ ବେଳେ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ସହ ଲୋକଙ୍କ ମନରେ ଛନକା ଭରିଲ
RAINS
21m ago
ବାତ୍ୟା ପରେ ଆନନ୍ଦପୁରରେ ପ୍ରବଳ ବର୍ଷା
ଅର୍ଗସ ବ୍ୟୁରୋ: ବାତ୍ୟା ଦାନା ଲ୍ୟାଣ୍ଡଫଲ ପରେ ଆନନ୍ଦପୁର ଉପଖଣ୍ଡରେ ବର୍ଷାର ପରିମାଣ ବଢିବାରେ ଲାଗିଛି। ଲଗାଣ ବର୍ଷା ଏବଂ ପବନ ଯୋଗୁଁ ଆନନ୍ଦପୁର ଉପଖଣ୍ଡର ବିଭିନ୍
VILLAGERS
55m ago
ରାସ୍ତା ନଥିବାରୁ ଗ୍ରାମବାସୀ ନିଜେ ନିର୍ମାଣ କଲେ ଗାଁ ରାସ୍ତା
ଅର୍ଗସ ବ୍ୟୁରୋ: ନିଜ ଗାଁ ପାଇଁ ରାସ୍ତା ନିର୍ମାଣ କରୁଛନ୍ତି ଗ୍ରାମବାସୀ। ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ କୁଟିକିଆ ପଞ୍ଚାୟତ ର 5 ଟି ଗାଁ କ