ମହିଳାମାନଙ୍କଠାରେ କାହିଁକି ବଢ଼ୁଛି ଥାଇରଏଡ୍ ସମସ୍ୟା
by Argus News
Tue, Apr 23 | 3:39 p.m.

ଅର୍ଗସ ବ୍ୟୁରୋ: ହାଇପରଥାଇରଏଡିଜିମ୍ ବା ‘ହାଇପୋଥାଇରଏଡିଜିମ୍’ ଯାହାକୁ ସରଳ ଭାଷାରେ ଥାଇରଏଡ୍ ରୋଗ କୁହାଯାଏ । ଏହା ପଛରେ ଏକ ହରମୋନ୍ ଅଛି, ଯାହା ଆମ ଗଳାରେ ଥିବା ଏକ ଗ୍ରନ୍ଥି ଦ୍ୱାରା ଉତ୍ପନ୍ନ ହୁଏ ।

ପ୍ରଜାପତି ଆକୃତିର ଏହି ଗ୍ରନ୍ଥି ଥାଇରଏଡ୍ ଗ୍ରନ୍ଥି ଭାବରେ ଜଣାଶୁଣା । ଯେତେବେଳେ ଏହି ଗ୍ରନ୍ଥିରୁ ଅଧିକ କିମ୍ବା କମ୍ ପରିମାଣରେ ହରମୋନ୍ ଉତ୍ପନ୍ନ ହୁଏ, ଏହା ଶରୀରରେ ଅନେକ ସମସ୍ୟା ସୃଷ୍ଟି କରିଥାଏ । ଅଧିକ ଓଜନ ବଢ଼ାଇବା କିମ୍ବା ଓଜନ ହ୍ରାସ କରିବା ପରି ହୋଇଥାଏ । ଏହି ଅବସ୍ଥାକୁ ଥାଇରଏଡ୍ କୁହାଯାଏ । ଥାଇରଏଡ୍ ରୋଗ ପ୍ରାୟତଃ ମହିଳାମାନଙ୍କଠାରେ ଦେଖାଯାଏ ।

ଥାଇରଏଡ ସମସ୍ୟା ବୃଦ୍ଧି ପଛରେ ଅନେକ ଅଲଗା ଅଲଗା କାରଣ ଥାଇପାରେ। ବିଶେଷଜ୍ଞଙ୍କ ଅନୁଯାୟୀ ଏହାର ଚିକିତ୍ସା ସହଜ ନୁହେଁ । ଏଥି ସହିତ, ଥାଇରଏଡ ରୋଗ ମହିଳାମାନଙ୍କଠାରେ ଅଧିକ ଦେଖାଯାଏ । ବିଶେଷଜ୍ଞଙ୍କଠାରୁ ଜାଣିବା ଏହା ପଛର କାରଣ ଏବଂ ପ୍ରତିରୋଧ ପାଇଁ କ’ଣ କରିବା ଉଚିତ୍?

ମହିଳାମାନଙ୍କ କ୍ଷେତ୍ରରେ ଏହା ଅଧିକ ଦେଖାଦେଇଥାଏ: 

ଗର୍ଭାବସ୍ଥାରେ ମହିଳାଙ୍କ ଶରୀରରେ ଅନେକ ହରମୋନ୍ ପରିବର୍ତ୍ତନ ହୋଇଥାଏ ଏବଂ ଏହା ଥାଇରଏଡ୍ କାର୍ଯ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଗର୍ଭାବସ୍ଥାରେ ଅନେକ ମହିଳାଙ୍କଠାରେ ଥାଇରଏଡ୍ ସମସ୍ୟା ଦେଖାଯାଏ ।

କିଛି ଉତ୍ପାଦ ଏହାର କାରଣ ହୋଇପାରେ: 
ସୌନ୍ଦର୍ଯ୍ୟକୁ ସୁନ୍ଦର କରିବା ପାଇଁ ଅନେକ ପ୍ରକାରର ଉତ୍ପାଦ ବ୍ୟବହୃତ ହୁଏ । ସେଥିରେ ଥିବା ରାସାୟନିକ ପଦାର୍ଥ ଆପଣଙ୍କ ଏଣ୍ଡୋକ୍ରାଇନ୍ ସିଷ୍ଟମକୁ ପ୍ରଭାବିତ କରିପାରିବ । ଏହି କାରଣରୁ ଶରୀରରେ ହରମୋନ୍ କାର୍ଯ୍ୟ ଅସନ୍ତୁଳିତ ହୋଇପାରେ । ଏହି କାରଣରୁ ଆପଣଙ୍କ ଶରୀରରେ ଥାଇରଏଡ ହେବାର ଆଶଙ୍କା ବଢ଼ିବାର ଭୟ ରହିଥାଏ ।

ଥାଏରଏଡ ସମସ୍ୟାଠାରୁ କିଭଳି ଦୂରେଇ ରହିବେ: 
ଯଦି ଶରୀରରେ ଥାଇରଏଡର ପରିମାଣ ବଢ଼େ, ତେବେ ଚା, କଫି ପରି ଜିନିଷଠାରୁ ଦୂରେଇ ଯିବା ଉଚିତ, କାରଣ ଏଥିରେ କ୍ୟାଫିନ୍ ଥାଏ । ଏହା ବ୍ୟତୀତ ଅଧିକ ଚିନି ଥିବା ଜିନିଷକୁ ମଧ୍ୟ ଏଡାଇବା ଉଚିତ୍ । ଅଧିକ ଚିନି ସେବନ କରିବା ଦ୍ୱାରା ଆପଣଙ୍କ ହରମୋନରେ ପରିବର୍ତ୍ତନ ଆସିପାରେ । ଦୁଗ୍ଧଜାତ ଦ୍ରବ୍ୟ ଯଥା ପନିର, କ୍ଷୀରକୁ ଡାଏଟରୁ ହ୍ରାସ କରନ୍ତୁ । ରେଟ୍ ମିଟ୍ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଏହି ଖାଦ୍ୟଗୁଡ଼ିକ ଆପଣଙ୍କ ଶରୀରରେ ଥାଇରଏଡର ସ୍ତରକୁ ବଢ଼ାଇପାରେ । ଯଦିଓ ଏହି ଖାଦ୍ୟଗୁଡ଼ିକୁ ସଂପୂର୍ଣ୍ଣ ବନ୍ଦ କରିବାର କୌଣସି ଆବଶ୍ୟକତା ନାହିଁ। ବରଂ ଡାକ୍ତରଙ୍କ ପରାମର୍ଶରେ ଡାଏଟରେ ସେମାନଙ୍କର ପରିମାଣକୁ ସୀମିତ କରନ୍ତୁ। 

ଅଧିକ ପଢ଼ନ୍ତୁ ଜୀନଶୈଳୀ ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ