ଖରାଦିନେ ଆଖି ଲାଲ ପଡେ କାହିଁକି  ?
by Argus News
Mon, May 27 | 4:31 p.m.

ଅର୍ଗସ ବ୍ୟୁରୋ: ଖରାଦିନେ ଅନେକ ଲୋକଙ୍କଠାରେ ଆଖି ସଂକ୍ରମଣ ଦେଖାଯାଇଥାଏ । ଏହାଦ୍ୱାରା ଆଖି ଜଳିବା, କୁଣ୍ଡେଇ ହେବା ଏବଂ ଲାଲ ପଡିବା ଭଳି ସମସ୍ୟା ଦେଖାଯାଇଥାଏ । ପ୍ରାୟ 99% ଲୋକଙ୍କ ମଧ୍ୟରେ ଏହି ସମସ୍ୟା ଦେଖାଯାଏ । ଆଉ ଏହି ସମସ୍ୟାକୁ ଦୂର କରିବା ପାଇଁ ଲୋକମାନେ ମହଙ୍ଗା ଔେଷଧ ବ୍ୟବହାର କରନ୍ତି ।  କିନ୍ତୁ ବେଳେବେଳେ ଏହା କାମ କରେନି ।ତେବେ ଆଖି କାହିଁକି ଲାଲ ହୁଏ ଏବଂ ଏହି ସମସ୍ୟା କେମିତି ଦୂର ହେବ ପଢନ୍ତୁ...

ଡାକ୍ତରଙ୍କ କହିବା ଅନୁଯାୟୀ ଆଖି ଲାଲ ହେବାର ଅନେକ କାରଣ ଥାଇପାରେ ଯେମିତିକି ଉତ୍ତାପ ବୃଦ୍ଧି, ଆଖିରେ ସିଧାସଳଖ ସୂର୍ଯ୍ୟ କିରଣ ପଡିବା, ଆଖିରେ ଝାଳ ଏବଂ ଧୂଳି ପଶିବା, କିଛି ଆଲର୍ଜି ପ୍ରତିକ୍ରିୟା, ଜୀବାଣୁ, ଭାଇରାଲ୍ ସଂକ୍ରମଣ ଏବଂ କଞ୍ଜୁକଟିଭାଇଟିସ୍ ଭଳି ଅନେକ କାରଣ ହୋଇପାରେ।ତେବେ ଏହାକୁ ଦୂର କରିବା ପାଇଁ ଆପଣ ଏକ ବରଫ ଖଣ୍ଡ ନେଇ 5 ରୁ 10 ମିନିଟ୍ ପର୍ଯ୍ୟନ୍ତ ଆଖିରେ ଥାପନ୍ତୁ । ଏହା କରିବା ଦ୍ୱାରା ଆଖିକୁ ଆରାମ ମିଳିବା ସହିତ ଆଖି ଜଳିବା ମଧ୍ୟ ଦୂର ହେବ। ମନେରଖନ୍ତୁ ପ୍ରଥମେ ହାତକୁ ଭଲ ଭାବରେ ଧୋଇ ପରେ ଆଖିକୁ ଛୁଅଁନ୍ତୁ। ଆଖିର ଶୁଷ୍କତା ସମସ୍ୟାକୁ ଦୂର କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଜରୁରୀ ଅଟେ, ଯାହାଦ୍ୱାରା ଶରୀର ହାଇଡ୍ରେଟ୍ ରହିଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପାଣି ଶରୀରକୁ ସଂକ୍ରମଣରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ।

ତେବେ ଖରାଦିନେ ଆଖିକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ବାହାରକୁ ଯିବାବେଳେ UV ସୁରକ୍ଷା ଥିବା ଚଷମା ପିନ୍ଧିବା ଆବଶ୍ୟକ। ଏହା ସୂର୍ଯ୍ୟ କିରଣ ଏବଂ ଧୂଳିରୁ ରକ୍ଷା କରିଥାଏ। ତାସହିତ ବାହାରୁ ଆସିବା ପରେ ଆଖିକୁ ଥଣ୍ଡା ପାଣିରେ ଧୋଇବା ଆବଶ୍ୟକ। ଏହି ସବୁ ପଦକ୍ଷେପ ଅନୁସରଣ କଲେ ଆପଣ ଖରାଦିନେ ଆଖି ସମସ୍ୟାରୁ ଦୂରେଇ ରହିବେ।

ଅଧିକ ପଢନ୍ତୁ ସ୍ୱାସ୍ଥ୍ୟ ଖବର

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ