ଫୋନ୍ ବ୍ୟାଟେରୀ କାହିଁକି ଫାଟେ ?
by Argus News
Tue, Jun 25 | 2:14 p.m.

ଅର୍ଗସ ବ୍ୟୁରୋ: ଫୋନ୍ ବ୍ୟାଟେରୀ କାହିଁକି ଫାଟେ ? କେଉଁ ଭୁଲରୁ ହୁଏ ଏମିତି ଦୁର୍ଘଟଣା ? ଆପଣ ଆଉ ସମାନ ଭୁଲ କରୁନାହାନ୍ତି ତ ?

ବର୍ତ୍ତମାନ ଫୋନ ଫାଟିବାର ଅନେକ ଘଟଣା ସାମ୍ନାକୁ ଆସୁଛି ଯାହା ଲୋକଙ୍କ ଚିନ୍ତା ବଢ଼ାଉଛି ଯଦି ଆପଣ ମଧ୍ୟ ଚାହୁଁଛନ୍ତି ଆପଣଙ୍କ ସହିତ ସମାନ ଦୁର୍ଘଟଣା ନଘଟୁ ତେବେ କିଛି ଜିନିଷ ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ | ଆଜି ଆମେ ଆପଣଙ୍କୁ ଜଣାଇବୁ ଫୋନ ବ୍ୟାଟେରୀ କାହିଁକି ଫାଟେ ? ଏବଂ କିପରି ଏହାକୁ ଏଡାଯାଇପାରିବ ?

ଖରାଦିନେ ଖୁବ ଶୀଘ୍ର ସବୁ ବୈଦ୍ୟୁତିକ ଉପକରଣ ଗରମ ହୋଇଯାଏ ଏବଂ ଅଧିକ ଗରମ ହେଲେ ଫାଟିବାର ସମ୍ଭାବନା ବହୁତ। ତେଣୁ ସତର୍କ ରହିବା ବହୁତ ଆବଶ୍ୟକ।

ଫୋନ୍ କାହିଁକି ଫାଟେ ?
ଅତ୍ୟଧିକ ଉତ୍ତାପ ହେତୁ ମୋବାଇଲ୍ ଫୋନ୍ ବ୍ୟାଟେରୀ ଫାଟିବାର ସମ୍ଭାବନା ବଢିଥାଏ। ଫୋନ ଅଧିକ ବ୍ୟବହାର କରିବା ଦ୍ୱାରା ବ୍ୟାଟେରୀର ରାସାୟନିକ ଗଠନ ନଷ୍ଟ ହୋଇଥାଏ ଏବଂ ଫୋନ ଫାଟିଥାଏ। ତାସହିତ ଫୋନକୁ ଗରମ ସ୍ଥାନରେ ରଖିଲେ ମଧ୍ୟ ବିସ୍ଫୋରଣ ଆଶଙ୍କା ସୃଷ୍ଟି ହୋଇଥାଏ । ତେଣୁ ଲଗାତାର ଫୋନ ବ୍ୟବହାର କରନ୍ତୁ ନାହିଁ। ଫୋନକୁ ମଝିରେ ମଝିରେ ବିଶ୍ରାମ ଦିଅନ୍ତୁ।  ଯଦି ବ୍ୟାଟେରୀ ତଳେ ପଡୁଛି କିମ୍ବା ବ୍ୟାଟେରୀ ଉପରେ କୌଣସି ଚାପ ପଡୁଛି ତେବେ ବ୍ୟାଟେରୀ ଭିତରେ ଥିବା ରାସାୟନିକ ପଦାର୍ଥ ପ୍ରତିକ୍ରିୟା କରି ବିସ୍ଫୋରଣ ଘଟାଇପାରେ ।

ବିଶେଷଜ୍ଞଙ୍କ ପରାମର୍ଶ
ମୋବାଇଲ୍ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଚାର୍ଜ କରିବା ସମୟରେ ଫୋନ୍ ବ୍ୟବହାର କଲେ ଉଭୟ ମୋବାଇଲ୍ ଏବଂ ବ୍ୟାଟେରୀ ଗରମ ହୋଇଯାଏ ଫଳରେ ବିସ୍ଫୋରଣ ହେବାର ସମ୍ଭାବନା ଅଧିକ। ତେଣୁ, ଫୋନ୍ ଚାର୍ଜ କରୁଥିବାବେଳେ ଫୋନ୍ ବ୍ୟବହାର କରନ୍ତୁ ନାହିଁ।

କଭର କାଢିଦିଅନ୍ତୁ
ସମସ୍ତେ ନିଜ ଫୋନକୁ ସୁରକ୍ଷିତ ରଖିବା ପାଇଁ ଏକ କଭର ପକାଇଥାନ୍ତି କିନ୍ତୁ ଯେତେବେଳେ ଫୋନ ଅଧିକ ଗରମ ହେଉଛି ତୁରନ୍ତ କଭର କାଢିଦିଅନ୍ତୁ ଏବଂ ଫୋନ ଥଣ୍ଡା ହେବାକୁ ଦିଅନ୍ତୁ।

ନକଲି ଚାର୍ଜରଠୁ ଦୂରେଇ ରୁହନ୍ତୁ 
ଯେତେବେଳେ ଫୋନ୍ ର ଅରିଜିନାଲ ଚାର୍ଜର ଖରାପ ହୋଇଯାଏ ଲୋକମାନେ ଟଙ୍କା ସଞ୍ଚୟ କରିବା ପାଇଁ ଶସ୍ତା ଚାର୍ଜର କିଣନ୍ତି କିନ୍ତୁ ଏହା ଆଦୌ କରିବା ଉଚିତ୍ ନୁହେଁ । ଅନେକ ଥର ନକଲି ଚାର୍ଜର ହେତୁ ଫୋନ୍ ବ୍ୟାଟେରୀ ଶୀଘ୍ର ନଷ୍ଟ ହୋଇଯାଏ ଏବଂ ଫାଟିଯାଏ।

ଅଧିକ ପଢନ୍ତୁ ଜୀବନ ଶୈଳୀ ଖବର

ମାଓ ପ୍ରବଣ ଅଞ୍ଚଳରେ
21m ago
ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ
ଅର୍ଗସ ବ୍ୟୁରୋ: ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ। ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ଲଗାଇ ମାଓବାଦୀଙ୍କ ଆୟ ଉପରେ ଲାଗିବ କଟକଣା। ଗଞ୍ଜେଇ ଚାଷ ବନ୍ଦ ହେଲ
ଉଚ୍ଚ ଜୁଆର
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ