ମହିଳାଙ୍କୁ କାହିଁକି ଅଧିକ ନିଦ ଦରକାର?
by Argus News
Fri, Jul 05 | 3:38 p.m.

ଅର୍ଗସ ବ୍ୟୁରୋ: ଶୋଇବା ବହୁତ୍ ଆବଶ୍ୟକ। ଏକ ସୁସ୍ଥ ଶରୀର ପାଇଁ ଜଣେ ବୟସ୍କ ବ୍ୟକ୍ତିଙ୍କୁ ୭ରୁ ୯ ଘଣ୍ଟା ନବଜାତ ଶିଶୁକୁ ୧୭ରୁ ୨୦ ଘଣ୍ଟା ଏବଂ ଜଣେ ଶୈଶବ ବା କିଶୋରକୁ ୮ରୁ ୧୦ ଘଣ୍ଟା ଶୋଇବା ଦରକାର । କିନ୍ତୁ ଡାକ୍ତରଙ୍କ କହିବାନୁଯାୟୀ ଜଣେ ମହିଳା ସବୁଠାରୁ ଅଧିକ ଶୋଇବା ଆବଶ୍ୟକ। 

ଯଦି ଜଣେ ବ୍ୟକ୍ତି ଦିନକୁ ୭ରୁ ୧୦ ଘଣ୍ଟା ଶୋଉଛନ୍ତି ତେବେ ତାଙ୍କ ମସ୍ତିସ୍କ ସହ ହୃଦୟ ସୁସ୍ଥ ରହିଥାଏ । ଏବଂ ଏହା ଦ୍ୱାରା ମେଟାବୋଲିଜିମ୍ ବୃଦ୍ଧି ପାଇଥାଏ । ଚର୍ମ ଏବଂ କେଶର ଗୁଣ ମଧ୍ୟ ଉନ୍ନତ ହୋଇଥାଏ ।ତେବେ ଡାକ୍ତର ମାନେ ଏହା ମଧ୍ୟ କୁହନ୍ତି ଯେ ଶୋଇବା ସମୟରେ ଆମ ଶରୀରର ଟିସୁ ମରାମତି ହେବା ସହ ମାଂସପେଶୀରେ ବିକାଶ ଏବଂ ହରମୋନ୍ ସଠିକ୍ ଭାବରେ କାର୍ଯ୍ୟ କରିବାକୁ ସକ୍ଷମ ହୋଇଥାଏ । ଯଦି ଜଣେ ବ୍ୟକ୍ତି ଯଥେଷ୍ଟ ନିଦ ପାଉନାହିଁ ତେବେ ତାଙ୍କ ଶରୀର ଥକିବା ସହ ଡିମେନ୍ସିଆ ଏବଂ ଆଲଜାଇମର ପରି ସ୍ନାୟୁଗତ ରୋଗ ହେବାର ଆଶଙ୍କା ବଢିଥାଏ । କେଵେକ ସେତିକି ନୁହଁ ହୃଦଘାତର ଆଶଙ୍କା ମଧ୍ୟ ଅଧିକ ଥାଏ ।

ତେବେ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଭଲ ନିଦ ଆବଶ୍ୟକ କରନ୍ତି । କାରଣ ଜଣେ ମହିଳାର ଶରୀର ଅନେକ ଷ୍ଟେଜ ଦେଇ ଗତି କରିଥାଏ। ତା ସହିତ ସେମାନେ ମଲ୍ଟିଟାସ୍କିଂ କରିଥାନ୍ତି । ଘର କାମ ସହିତ ଅଫିସ୍ କାମ କରନ୍ତି । ସେଥିପାଇଁ ସେମାନଙ୍କର ନିଦ ସମ୍ପୂର୍ଣ୍ଣ ହୁଏନାହିଁ। ତ। ସହିତ ମହିଳାଙ୍କ ହର୍ମୋନ୍ ଦ୍ୱାରା ମଧ୍ୟ ନିଦ ପ୍ରଭାବିତ ହୋଇଥାଏ । ମହିଳାମାନଙ୍କଠାରେ ଇଷ୍ଟ୍ରୋଜେନ୍ ନାମକ ଏକ ହରମୋନ୍ ଅଛି । ଏହି ହର୍ମୋନ୍ ନିଦ୍ରାରେ ଭୟଙ୍କର ବ୍ୟାଘାତ ସୃଷ୍ଟି କରେ । ତେଣୁ ଏହି ସବୁ କାରଣ ପାଇଁ ମହିଳା ମାନେ ଅଧିକ ନିଦ୍ରା ଆବଶ୍ୟକ କରିଥାନ୍ତି ।

ଅଧିକ ପଡନ୍ତୁ ଜୀବନ ଶୈଳୀ ଖବର

ଅପହଞ୍ଚ ଗାଁ
18m ago
୫-ଜି ଯୁଗର ଅପହଞ୍ଚ ଗାଁ ରାଲିବେଡା
ଅର୍ଗସ ବ୍ୟୁରୋ: ୫-ଜି ଯୁଗର ଅପହଞ୍ଚ ଗାଁ ରାଲିବେଡା। ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ତୋଳାପାତି ଗ୍ରାମ ପଞ୍ଚାୟତର ରାଲିବେଡା । ରାତି ହେଲେ ଅନ୍ଧାରରେ ବୁଡି ଯା
ବର୍ଷା
24m ago
ଆଗାମୀ ୭ ଦିନ ଯାଏ ରାଜ୍ୟରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି
ଅର୍ଗସ ବ୍ୟୁରୋ: ରାଜ୍ୟ ଉପରେ ବର୍ତ୍ତମାନ କୌଣସି ପାଣିପାଗର ନିୟାମକ ସକ୍ରିୟ ନାହିଁ। ଫଳରେ ଆଗାମୀ ୭ ଦିନ ଯାଏ ରାଜ୍ୟରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତ
ଶବ୍ଦ ପ୍ରଦୂଷଣ
42m ago
ଏଥର ଦଶହରାରେ ଶବ୍ଦ ପ୍ରଦୂଷଣ ଉପରେ ଧ୍ୟାନ
ଅର୍ଗସ ବ୍ୟୁରୋ: ଏଥର ଦଶହରାରେ ଶବ୍ଦ ପ୍ରଦୂଷଣ ରୋକିବ କମିସନରେଟ ପୋଲି । ୬୫ ଡେସିବିଲରୁ ଅଧିକ ଶବ୍ଦ ହେଲେ ଜବତ ହେବ ସାଉଣ୍ଡ ବକ୍ସ, ରଦ୍ଦ ହେବ ଲାଇସେନ୍ସ । ନିୟମ ଖିଲାପକାରୀଙ୍