ନିର୍ବାଚନ ନ ଲଢ଼ି ପାଣ୍ଡିଆନଙ୍କୁ କାହିଁକି ଏକ୍ସଟ୍ରା ସୁରକ୍ଷା ?
by Argus News
Thu, Apr 25 | 8:15 p.m.

ଅର୍ଗସ ବ୍ୟୁରୋ: ପାଣ୍ଡିଆନଙ୍କୁ Z ସିକ୍ୟୁରିଟି ଦିଆଯିବା ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି । କେଉଁ ଆଧାରରେ ପାଣ୍ଡିଆନଙ୍କୁ ଦିଆଯାଇଛି Z କାଟେଗୋରୀ ସୁରକ୍ଷା ? ନେତା ଗିରି କରୁଥିବା ପାଣ୍ଡିଆନଙ୍କର ଲୋକଙ୍କୁ ଏତେ ଭୟ କାହିଁକି ବୋଲି ପ୍ରଶ୍ନ କରିଛି ଦଳ । ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କୁ ମିଳୁନି ସୁରକ୍ଷା । ହେଲେ ନିର୍ବାଚନ ନ ଲଢ଼ି ପାଣ୍ଡିଆନଙ୍କୁ କାହିଁକି ଏକ୍ସଟ୍ରା ସୁରକ୍ଷା ? ଏଠି ପ୍ରଶ୍ନ, ବିଜେଡିର ଉତ୍ତରାଧିକାରୀ ବୋଲି ମିଳୁଛି କି ଭୌରବ କାର୍ତ୍ତିକେୟନଙ୍କୁ ସିଏମ୍‌ଙ୍କଠୁ ବଳି ସିକ୍ୟୁରିଟି  ? ବିଜେଡିର ନମ୍ବର 2 ଷ୍ଟାର କ୍ୟାମ୍ପେନର ଭି.କେ. ପାଣ୍ଡିଆନ ବନିଛନ୍ତି କି ନବୀନଙ୍କ ଦୁର୍ବଳତା ।

ପାଣ୍ଡିଆନଙ୍କୁ Z ସିକ୍ୟୁରିଟି ଦିଆଯିବା ବିରୋଧରେ ମୁଖ୍ୟ ନିର୍ବାଚନରେ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି । କେଉଁ ଆଧାରରେ ପାଣ୍ଡିଆନଙ୍କୁ ଦିଆଯାଇଛି Z କାଟେଗୋରୀ ସୁରକ୍ଷା ? ନେତା ଗିରି କରୁଥିବା ପାଣ୍ଡିଆନଙ୍କର ଲୋକଙ୍କୁ ଏତେ ଭୟ କାହିଁକି ? ଭି.କେ. ପାଣ୍ଡିଆନ ବିଧାୟକ କିମ୍ବା ସାଂସଦ ପ୍ରାର୍ଥୀ ହୋଇନାହାନ୍ତି । କୌଣସି ସାମ୍ବିଧାନିକ ପଦ ପଦବୀ ନାହାନ୍ତି ପାଣ୍ଡିଆନ । 

ଏପରିକି ବିଜେଡ଼ି ଦଳରେ ମଧ୍ୟ କିଛି ପଦବୀରେ ନାହାନ୍ତି । ବିଜୁ ଜନତା ଦଳର ଜଣେ ସାଧାରଣ ସଦସ୍ୟ ପାଣ୍ଡିଆନ । ତେଣୁ ମୁଖ୍ୟ ଶାସନ ସଚିବ ଏବଂ ଗୃହ ସଚିବ କେମିତି ପାଣ୍ଡିଆନଙ୍କ Z କାଟେଗୋରୀ ସିକ୍ୟୁରିଟି ଦେଇଛନ୍ତି ବୋଲି ପ୍ରଶ୍ନ କଲା ବିଜେପି । ଏଠି ମୁଖ୍ୟ ଶାସନ ସଚିବ କଣ କରୁଛନ୍ତି, ଅଛନ୍ତି ନା ନାହିଁ ରାଜ୍ୟରେ ଜଣାପଡୁନାହିଁ । ତେବେ କେବଳ ସୁରକ୍ଷା ନୁହେଁ, ନିର୍ବାଚନ ସମୟରେ ପାଣ୍ଡିଆନଙ୍କ ପାଇଁ ପ୍ରଶାସନ ହେଲିପ୍ୟାଡ ମଧ୍ୟ ତିଆରି କରୁଛି । ଏହାଦ୍ବାରା ନିର୍ବାଚନ ଆଦର୍ଶ ଆଚରଣ ବିଧିର ଖୋଲା ଉଲଂଘନ କରାଯାଉଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଛି ଦଳ ।
ସେପଟେ ପିସିସି ସଭାପତି ତଥା ନୂଆପଡ଼ା କଂଗ୍ରେସ ପ୍ରାର୍ଥୀ ଶରତ ପଟ୍ଟନାୟକଙ୍କୁ Y ସ୍କେଲ ସିକ୍ୟୁରିଟି ଦିଆଯାଇଛି ବୋଲି ଚିଠିରେ ଉଲ୍ଲେଖ ରହିଛି । କିନ୍ତୁ ତାଙ୍କୁ Y ସ୍କେଲ୍ ସିକ୍ୟୁରିଟି ମିଳିଛି ବୋଲି ଶରତ ପଟ୍ଟନାୟକ ଜାଣିନଥିବା କହିଛନ୍ତି । ତାଙ୍କୁ ସରକାରଙ୍କ ପକ୍ଷରୁ କେବଳ ଜଣେ ପିଏସଓ ସୁରକ୍ଷା ପାଇଁ ଦିଆଯାଇଛି । 
ପୂର୍ବରୁ ପାଣ୍ଡିଆନଙ୍କୁ Z ପ୍ଲସ ସିକ୍ୟୁରିଟି ଠାରୁ ଅଧିକ ଅର୍ଥାତ 74 ଜଣ ପୋଲିସ ସୁରକ୍ଷା କର୍ମୀ ଦିଆଯାଉଥିବା ନେଇ ଆରଟିଆଇ ତଥ୍ୟରୁ ସାମ୍ନାକୁ ଆସିଥିଲା । ଯାହାକୁ ନେଇ ରାଜ୍ୟ ସାରା ତୁମ୍ଭି ତୋଫାନ ହେବା ସହ ବିରୋଧୀ ମଧ୍ୟ ସରକାରଙ୍କୁ ଘେରିଥିଲେ । ଆଉ ଏବେ ପୁଣି Z ସୁରକ୍ଷା କାହିଁକି ବୋଲି ଉଠିଛି । ଓଡ଼ିଶାରେ କାହା ଠାରୁ ପାଣ୍ଡିଆନଙ୍କୁ ରହିଛି ଏତେ ଭୟ ?

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

VILLAGE
now
ଡ଼ୁମଡୁମୀ ଗାଁରେ ଆଜି ବି ବିକାଶ ଅପହଞ୍ଚ
ଅର୍ଗସ ବ୍ୟୁରୋ: ପାହାଡ ତଳେ ଅସହାୟ ଡ଼ୁମଡୁମୀ। ଗାଁର ଅବସ୍ଥା ଦେଖିଲେ ଲାଗିବ ସତେ ଯେମିତି ପାହାଡର ଚଟ୍ଟାଣ ଡେଇଁ ପହଞ୍ଚି ପାରିନି ବିକାଶ। ମନ୍ତ୍ରୀ ଟୁକୁନୀ ସାହୁ ଘର ଠାରୁ ମାତ୍ର 10
STRUGGLE
13m ago
ଗୋଟିଏ ପଟେ ଜୀବନ ଆଉ ଗୋଟେ ପଟେ ସଂଗ୍ରାମ
ଅର୍ଗସ ବ୍ୟୁରୋ: ଗୋଟିଏ ପଟେ ଜୀବନ ଆଉ ଗୋଟେ ପଟେ ଜୀବନ ପାଇଁ ସଂଗ୍ରାମ। ଏଥିରେ ବାଜିରେ ପଡିଛି ଜୀବନ। କେମିତି ବିପଦ ସଂଙ୍କୁଳ ଅବସ୍ଥାରେ ପିଇବା ପାଣି ସଂଗ୍ରହ କରୁଛନ୍ତି ମହିଳା
METEOROLOGICAL
26m ago
ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲା ପାଣିପାଗ ବିଭାଗ
ଅର୍ଗସ ବ୍ୟୁରୋ : ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା । ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲା ପାଣିପା