କାହିଁକି ବିଶୁଦ୍ଧ ପାଣି ଯୋଗାଣରେ ଫେଲ୍ 24 ବର୍ଷର ସରକାର ?
by Argus News
Thu, Apr 11 | 9:21 p.m.

ନୟାଗଡ:  ଦୂଷିତ ପାଣି ଯୋଗୁଁ ଓଡ଼ିଶାରେ ଉତ୍କଟ ହେଲାଣି କିଡନୀ ସମସ୍ୟା । ଦେବଗଡ, ରେଢାଖୋଲ ଓ ନୟାଗଡ଼ରେ ଦୂଷିତ ପାଣି ସାଜିଛି ଲୋକଙ୍କ ପାଇଁ କାଳ । କାହିଁକି ବିଶୁଦ୍ଧ ପାଣି ଯୋଗାଣରେ ଫେଲ୍ 24 ବର୍ଷର ସରକାର ? । ବିଜ୍ଞାନ ଯୁଗରେ ଜଳ ବିଶୋଧନ କଣ ଏକ ବଡ଼ ବ୍ୟାପାର ? ।... 
 ଦୂଷିତ ପାଣି ନେଉଛି ଜୀବନ।  ଦେବଗଡ ତିଳେଇବଣିର ଗାଡପାଳରେ 10 ଦିନରେ ଗଲାଣି 2 ଜଣଙ୍କ ଜୀବନ... କିଡନୀ ରୋଗରେ ଗାଁ ର 5ଜଣ ଆକ୍ରାନ୍ତ ହୋଇଥିବା ବେଳେ ବାପ- ପୁଅଙ୍କ ମୃତ୍ୟୁ ହୋଇଛି। ଲୋକଙ୍କ ଅଭିଯୋଗ ନଳ କୁଳର ଦୂଷିତ ପାଇଁ ଯୋଗୁ କିଡନୀ ବ୍ୟାପୁଛି।  ନଳକୁପରୁ ବାହାରୁଛି ହଳଦିଆ ରଙ୍ଗର ପାଣି।  ରେଢାଖୋଲର ସାନଖଲିଆମାଲ ଗାଁରେ ବି ଡରାଉଛି କୀଡନୀ ରୋଗ.. 5 ବର୍ଷ ଭିତରେ କୀଡ଼ନୀ ରୋଗରେ ଏଠି 10 ଜଣଙ୍କ ଜୀବନ ଗଲାଣି। 15 ଜଣ ଏବେ ବି ଆକ୍ରାନ୍ତ...ଦୁଷିତ ପାଣି ପିଇ ବିଗଡି ଗଲାଣି ଆଦୀବାସିଙ୍କ ସ୍ବାସ୍ଥ୍ୟ...ବିକାଶ ତ ଦୁର.. ଏଠି ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି ଆଦିବାସୀ।  

ଏଠି ରହୁଥିବା 30 ପରିବାର ଭିତରେ ପ୍ରତି ପରିବାରର କେହି ନା କେହି କୀଡନୀରେ ଆକ୍ରାନ୍ତ..ପୁଅ କୁ ହରାଇ କାନ୍ଧୁଛି ମା'। ସ୍ବାମୀକୁ ହରାଇ କନ୍ଦୁଛି ସ୍ତ୍ରୀ।  ନୟାଗଡ ଖଣ୍ଡପଡାର ଘାୋଡାମାରି ଗାଁରେ  କୀଡନୀ ରୋଗରେ 5 ବର୍ଷରେ ଗଲାଣି 50 ଜୀବନ ଏବେ 10 ଜଣ ଆକ୍ରାନ୍ତ.. ସ୍ବଚ୍ଛ ପିଇବା ପାଣି ଯୋଗାଇବା ପାଇଁ ଏଠି ବାରମ୍ବାରା ନେହୁରା ହୋଇ ନିରାଶ ହେଲେଣି ଗାଁ ଲୋକେ.. ଶୁଦ୍ଦ ପିଇବା ପାଣି ଦାବିରେ ଶେଷରେ ଧାରଣା ଦେଇଇଥିଲେ ଗାଁ ଲୋକେ।  ଗ୍ରାମାଞ୍ଚଳର ଲୋକଙ୍କୁ ଶୁଦ୍ଦ ପିଇବା ପାଣି ଯୋଗାଇଦେବାକୁ ସରକାର ବସୁଧା ଯୋଜନା କାର୍ଯ୍ୟକାରୀ କରୁଛନ୍ତି.. ଗାଁ ଗାଁରେ ରାସ୍ତା କଡରେ ଲାଗିଛି ବସୁଧାର ହୋର୍ଡିଂ.. ହେଲେ ବାସ୍ତବରେ କେବଳ ପ୍ରଚାରରେ ସୀମିତ ରହିଛି ଶୁଦ୍ଦ ପିଇବା ପାଣି ଯୋଗାଣ। 
 ଅଧିକ ପଢନ୍ତୁ ଓଡ଼ିଶା ଖବର
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ