ବଦଳିବ ଲକ୍ଷ୍ମୀ ବସ୍‌ ନାଁ !
by Argus News
Thu, Jun 27 | 7:40 p.m.

ଅର୍ଗସ ବ୍ୟୁରୋ: ଲକ୍ଷ୍ମୀ ବସ୍‌ ଖତ ଖାଉଛି । ରାଜସ୍ଵ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବସ୍‌ କିଣିଦେଇ ନିଜର ବ୍ରାଣ୍ଡ ପ୍ରମସନ କରିଥିଲା ବିଜେଡି ସରକାର, ହେଲେ ଏବେ ସେ ସବୁ ଖତ ଖାଉଛି । କେନ୍ଦ୍ରାପଡ଼ାରୁ କୋରାପୁଟ, ବାଲେଶ୍ଵରରୁ ବୌଦ୍ଧ...ସବୁଆଡ଼େ ସମଦଶା । ଲୋକଙ୍କ ସେବାରେ ନଲାଗି ପଡିଥିବାରୁ ଯୋଜନାକୁ ନେଇ ସାଧାରଣରେ ସମାଲୋଚନା ବି ବଢି ଚାଲିଛି । ତେଣୁ ଏ ଯୋଜନା ଓ ସେବା ଆଉ ଚାଲିବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିବା ବେଳେ ଲକ୍ଷ୍ମୀ ବସ୍ ସେବା ନୂଆ ନାଁରେ ଆଗକୁ ବଢ଼ିବା ନେଇ ଗ୍ରୀନ୍ ସିଗନାଲ ଦେଇଛନ୍ତି ପରିବହନ ମନ୍ତ୍ରୀ ।

୨୪ ନିର୍ବାଚନ ପୂର୍ବରୁ ଲକ୍ଷ୍ମୀ ବସ୍‌ ଯୋଜନା ଆରମ୍ଭ କରିଥିଲା ବିଜେଡି ସରକାର । ଲକ୍ଷ୍ୟଥିଲା ବ୍ଲକ୍‌ରୁ ହେଡକ୍ଵାର୍ଟରକୁ ସହଜରେ ଯିବା ଆସିବା କରିବା । ସେଇଥି ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରି ବ୍ରାଣ୍ଡ ବସ୍‌ କିଣିଥିଲେ ପୂର୍ବ ସରକାର । ହେଲେ ଯୋଜନାରେ କିଣା ହୋଇ ଆସିବା ପରେ ସେବାରେ ନଲାଗି ପଡ଼ିରହିଛି ଦାମୀ କମ୍ପାନୀର ବ୍ରାଣ୍ଡ ନ୍ୟୁ ଏସି ବସ୍ । ମିଳିଥିବା ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲାକୁ ୨୦୨୩ ନଭେମ୍ବରରେ ଆସିଥିଲା ମୋଟ୍ ୪୧ଟି ଲକ୍ଷ୍ମୀ ବସ୍ । ପରେ ଦ୍ୱିତୀୟ ପର୍ଯ୍ୟାୟରେ ଗତ ଫେବ୍ରୁଆରୀରେ ଆସିଥିଲା ଆଉ ୮ଟି ଏସି ବସ୍ । ଆଶ୍ଚର୍ଯ୍ୟର ବିଷୟ, ସେବେଠୁ ଏହି ବସ୍‌ ଗୁଡ଼ିକ ସେବାରେ ଲାଗିନି । ନବରଙ୍ଗପୁର ରିଜର୍ଭ ପୋଲିସ ପଡ଼ିଆରେ ଖୋଲା ଆକାଶ ତଳେ ସେମିତି ଖତ ଖାଉଛି । ଖାଲି ନବରଙ୍ଗପୁର ନୁହେଁ ବରଂ ସମାନ ଦୃଶ୍ୟ ଦେଖିବାକୁ ମିଳିଛି ଜୟପୁରସ୍ଥିତ ନୂଆ ବସ୍ ଟର୍ମିନାଲରେ । ଏଠି ବି ଲକ୍ଷ୍ମୀ ବସ୍ ଯୋଜନାରେ ଆସିଥିବା ୧୨ଟି ଏସି ବସ୍ ଆଜି ଯାଏଁ ଚଳାଚଳ ନକରି ପଡ଼ିରହିଛି । କିନ୍ତୁ କାହିଁକି ପଡ଼ିଛି ତାହାର ଉତ୍ତର କାହା ପାଖରେ ନାହିଁ ।

ସ୍ଥିତି ଏମିତି ହେଲାଣି ଯେ ଏ ବସଗୁଡ଼ିକର ରକ୍ଷଣାବେକ୍ଷଣ ହୋଇପାରୁନଥିବାରୁ କେଉଁଠି ଡ୍ୟାସ ବୋର୍ଡ ଉପରେ ପରସ୍ତେ ଧୂଳି ଚଢ଼ିଲାଣି, ତ ଆଉ କେଉଁଠି ସିଟରୁ ବାହାରି ଗଲାଣି ତୁଳା । ନାମୀଦାମୀ କମ୍ପାନୀର ଏ ଚକାଚକ୍ ବସ୍‌ ଗୁଡ଼ିକ କିଣାଯାଇ ନଚାଲିବା ଫଳରେ ମାସ କେଇଟାରେ ବ୍ରାଣ୍ଡ ନ୍ୟୁ ବସ୍‌ ଗୁଡ଼ିକ ଅବସ୍ଥା ପୁରା ସଙ୍ଗୀନ ହେଲାଣି ।

ଭୋଟ୍‌ ବ୍ୟାଙ୍କ ବଢାଇବା ଲାଗି ଏହି ଯୋଜନା ରାଜ୍ୟର ଉପାନ୍ତ ମାଲକାନଗିରି ଜିଲ୍ଲାରୁ ପ୍ରଥମେ ଯୋଜନାର ଶୁଭାରମ୍ଭ ହୋଇ ପରେ ରାଜ୍ୟର ସବୁ ଜିଲ୍ଲାରେ ପଞ୍ଚାୟତରୁ ବ୍ଲକକୁ ଯୋଡ଼ିଥିଲା ଏ ବସ୍ ସେବା । ତେବେ ଅଧିଂକାଶ ଅଞ୍ଚଳରେ ଲକ୍ଷ୍ମୀ ବସରେ ଯାତ୍ରୀ ହେଉନଥିବା କିମ୍ବା ହାତଗଣତି ଯାତ୍ରୀଙ୍କୁ ନେଇ ବସ୍ ଗଡ଼ୁଥିବାର ବାରମ୍ବାର ଅଭିଯୋଗ ଆସିବାରେ ଲାଗିଛି । ଏମିତି ଅନେକ ଅଞ୍ଚଳରେ ଆଦୌ ଆବଶ୍ୟକତା ନଥାଇ ବସ୍ ଗଡାଯାଉଥିବାରୁ ସରକାରୀ ତହବିଲରୁ ଦୈନିକ ଲକ୍ଷ ଲକ୍ଷ ଟଙ୍କା କ୍ଷତିଘଟୁଥିବା ନେଇ ସମାଲୋଚନା ବି ହେଉଥିଲା । ଆଉ ଏବେ ନିର୍ବାଚନ ପରେ ରାଜ୍ୟରେ ସରକାର ବଦଳି ଥିବାରୁ ଲକ୍ଷ୍ମୀ ବସ ଯୋଜନାର ଭବିଷ୍ୟତକୁ ନେଇ ବି ପ୍ରଶ୍ନ ଉଠିଛି । ଏମିତି ସ୍ଥିତିରେ ପରିବହନ ମନ୍ତ୍ରୀ ଲକ୍ଷ୍ମୀ ବସ୍ ସେବାର ଭବିଷ୍ୟତକୁ ନେଇ ଦେଖା ଦେଇଥିବା ଦ୍ୱନ୍ଦ୍ୱ ଦୂର କରିବା ସହ ବସ୍ ସେବା ଚାଲୁର ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ।

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଭୋଟ୍‌ ବ୍ୟାଙ୍କ ବଢାଇବା ଲାଗି ତତ୍କାଳୀନ ବିଜେଡି ସରକାର ନିଇତି ନୂଆନୂଆ ଯୋଜନା କରୁଥିଲା । ହେଲେ ସରକାର ପରିବର୍ତ୍ତନ ହେବା ପରେ ସେ ଯୋଜନା କେତେ କାର୍ଯ୍ୟକାରୀ ହେଉଛି ତାହା ଏବେ ଜଳଜଳ ହୋଇ ସାମ୍ନାକୁ ଦେଖାଗଲାଣି ।
 

ସଲମାନ ଖାନ
56m ago
ଐଶ୍ୱର୍ଯ୍ୟା କି କ୍ୟାଟ୍ରିନା ନୁହେଁ...ଏହି ଅଭିନେତ୍ରୀ ହୋଇଥାନ୍ତେ ସଲମାନଙ୍କ ପତ୍ନୀ
ଅର୍ଗସ ବ୍ୟୁରୋ: ସଲମାନ ଖାନଙ୍କ ବାହାଘରକୁ ନେଇ ସବୁବେଳେ କିଛି ନା କିଛି ଗୁଜବ ଶୁଣିବାକୁ ମିଳେ । କହିବାକୁ ଗଲେ ତାଙ୍କ ବାହାଘର ବଲିଉଡର ସବୁଠୁ ବଡ ମିଷ୍ଟ୍ରି । ସେ କାହାକୁ ବାହା ହେବେ
ଅଣସର ଭାର
ମାମୁଁ ଭଣଜାର ଅନନ୍ୟ ପରମ୍ପରା, ମାଧବ ପୀଠରୁ ବାହାରିଲା ଅଣସର ଭାର
ନିଆଳି: ଆଜି ସକାଳୁ ସକାଳୁ ପ୍ରଭୁ ଜଗନ୍ନାଥଙ୍କ ମାମୁଁ ଘର ନିଆଳି ମାଧବ ପୀଠରୁ ଅଣସର ଭାର ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଛି । ବିଭିନ୍ନ ପ୍ରକାର ଫଳ ମୂଳ ସହ ଦିବ୍ୟ ବଞ୍ଜନ ନେ
ଦ୍ରୌପଦୀ ମୁର୍ମୁ
ରଥଯାତ୍ରାରେ ସାମିଲ୍ ହେବେ ମହାମହିମ; ଆସିଲା ପୁରା ସୂଚୀ
ପୁରୀ: ରଥଯାତ୍ରାରେ ସାମିଲ୍ ହେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ନେଇ ମିନିଟ୍ ଟୁ ମିନିଟ୍ ସିଡୁଲ୍ ପ୍ରକାଶ ପାଇଛି । ରଥଯାତ୍ରା ଦିନ ଅର୍ଥାତ ଆସନ୍ତ