ଶାଢୀ ପିନ୍ଧାଇବେ, ୨ କୋଟି ନେବେ , ଚର୍ଚ୍ଚାରେ ଡଲି ଜୈନ ...
by Argus News
Wed, Jul 17 | 10:49 a.m.

ଅର୍ଗସ ବ୍ୟୁରୋ :  କିଛିଦିନ ତଳେ ସରିଲା ଅମ୍ବାନୀ ପରିବାରର ବାହାଘର । ଏବେ ଅମ୍ବାନୀ ପରିବାରର ବୋହୁମାନଙ୍କ ଶାଢୀ ଗହଣାକୁ ନେଇ ସବୁଠି ଚର୍ଚ୍ଚା ଆଲୋଚନା । ବିଶେଷ ଭାବେ ସମସ୍ତଙ୍କ ଶାଢୀ ପିନ୍ଧା ଶୈଳୀକୁ ସମସ୍ତେ ବେଶ ପସନ୍ଦ କରୁଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି ତାଙ୍କୁ ଶାଢୀ ପିନ୍ଧାଇଛନ୍ତି ବଲିଉଡର ବିଶିଷ୍ଟ ଶାଢୀ ଡ୍ରାପର ଡଲି ଜୈନ । ସେ କେବଳ ଶାଢୀ ପିନ୍ଧାଇବା ପାଇଁ ନିଅନ୍ତି ଲକ୍ଷଲକ୍ଷ ଟଙ୍କା । 

ଡଲି ଜୈନ । ଦିନ ଥିଲା ତାଙ୍କୁ ଶାଢୀ ପିନ୍ଧିବାକୁ ୪୫ ମିନିଟ ସମୟ ଲାଗୁଥିଲା । ସେ ଚାହୁଁଥିଲେ ତାଙ୍କ ଶାଶୁ ତାଙ୍କୁ ଡ୍ରେସ ପିନ୍ଧିବାକୁ ଅନୁମତି ଦିଅନ୍ତୁ । ହେଲେ ଏହା କେବେ ବି ହୋଇନଥିଲା । ଏହାପରେ ସେ ନିଜେ ଶାଢୀ ପିନ୍ଧିବା ଏବଂ ପିନ୍ଧାଇବାକୁ ଇଚ୍ଛା କରିଥିଲେ । ଏବେ ସେ ଜଣେ ପ୍ରତିଷ୍ଠିତ ଶାଢୀ ଡ୍ରାପର ଭାବେ ଜଣାଶୁଣା ।

ଅଧିକ ପଢନ୍ତୁ : ଭାରତର ମହଙ୍ଗା ବାହାଘର, ଜାଣନ୍ତୁ କାହାର କେତେ କୋଟି ଖର୍ଚ୍ଚ...

ଅମ୍ବାନୀ ପରିବାର ନୀତା ଅମ୍ବାନୀ, ରାଧିକା ଅମ୍ବାନୀଙ୍କ ଠାରୁ ଆରମ୍ଭ କରି ସବୁ ବଲିଉଡ ଆକ୍ଟ୍ରେସ ଦୀପିକା , ଆଲିଆ , କିଆରା ଆଡଭାନୀ, କ୍ୟାଟ୍ରିନାଙ୍କୁ ଶାଢୀ ପିନ୍ଧାଇଥାନ୍ତି ଡଲି । ଏଥିପାଇଁ ସେ ୩୫ ହଜାରରୁ ୨ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ନେଇଥାନ୍ତି । ପ୍ରାୟ ୩୨୫ ପ୍ରକାରର ଶାଢ଼ୀ ପିନ୍ଧାଇ ସେ ପିନ୍ଧାଇପାରନ୍ତି  ଏବଂ ସେ ଗୋଟେ ଶାଢ଼ୀକୁ ୧୮ ସେକେଣ୍ଡରେ ପିନ୍ଧି ପାରନ୍ତି ବୋଲି ଦାବି କରନ୍ତି ।ଯେତେବେଳେ ବଲିଉଡ ହିରୋଇନ ମାନଙ୍କୁ ଶାଢ଼ୀ ପିନ୍ଧିବା କଥା ଉଠେ କେବଳ ଗୋଟିଏ ନାମ ଶୁଣିବାକୁ ମିଳେ ଡଲି ଜୈନ । ।  । Indian Idol Season 13ରେ ଡଲିଙ୍କୁ ଡକାଯାଇଥିଲା ଆଉ ସେଠାରେ ସେ କହିଥିଲେ ଯେ କିପରି ସେ ଜଣେ ଗୃହିଣୀରୁ ଶାଢ଼ୀ ଡ୍ରାପର ବନିଥିଲେ । ତେଣୁ ଇଚ୍ଛା ଥିଲେ ସବୁ କଷ୍ଟସାଧ୍ୟ କାମ ସମ୍ଭବ ବୋଲି ସେ ପ୍ରମାଣ କରି ଦେଖାଇଛନ୍ତି ।
 
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା