୭ଦିନ ମଧ୍ୟରେ ୨୦ ଜଣ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ
by Argus News
Mon, Sep 16 | 5:26 p.m.

ଅର୍ଗସ ବ୍ୟୁରୋ:  ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ମହୁଲପାଟି ପଞ୍ଚାୟତ କନ୍ଦାଗାଡ଼ ଗାଁ ରେ ଡ଼ାଇରିଆ ଆତଙ୍କ ଦେଖାଦେଇଛି । ଗାଁରେ ଗତ ୭ଦିନ ମଧ୍ୟରେ ପ୍ରାୟ ୨୦ ଜଣ ଲୋକେ  ଝାଡାବାନ୍ତି ରେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନା ରେ ଚିକିତ୍ସିତ ହୋଇ ଫେରିଥିବା ଗ୍ରାମବାସୀ କହିଛନ୍ତି। ଗାଁ ରେ ବର୍ତ୍ତମାନ ୩ଜଣ ରୋଗିଥିବା ତୁରେକେଲା ମେଡିକାଲ ଅଫିସର କହିଛନ୍ତି। ଖବର ଜାଣିବା ପରେ ତୁରେକେଲା ଡାକ୍ତରୀ ଟିମ ୩ଦିନ ହେବ ଗାଁ ରେ ପହଞ୍ଚି ଲୋକ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ନଳକୂପ ଓ କୂଅ ରେ ବ୍ଲିଚଙ୍ଗ କରିବା ସହ ଗାଁରେ ଏକ ଅସ୍ଥାୟୀ କ୍ୟାମ୍ପ କରି ଘରକୁ ଯାଇ ରୋଗୀ ଚିହ୍ନଟ କରୁଛନ୍ତି। ଝାଡାବାନ୍ତି ରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଙ୍କ ନାମ ଚୈତନ ଖରସେଲ ବୋଲି ଜଣାପଡିଥିବା ବେଳେ ଏହା କେଉଁ କାରଣ ରୁ ତାର ମୃତ୍ୟୁ ହୋଇଛି ତାହା ତଦନ୍ତ ଚାଲିଛି ବୋଲି ମେଡିକାଲ ଅଫିସର କହିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ