ବାଘ ଆକ୍ରମଣରେ ମହିଳା ଗୁରୁତର
by Argus News
Tue, Jul 16 | 5:55 p.m.

ଢେଙ୍କାନାଳ:  ମହାବିରୋଡ ରେଞ୍ଜରେ କଲରାପତରିଆ ବାଘ ଆତଙ୍କ। ଜଣେ  ମହିଳାଙ୍କୁ ଆକ୍ରମଣ କରିଥିବା ସୁଚନା।  । ଆହାତ ମହିଳା ଜଣକ ହେଲେ ମହାବିରୋଡ଼ ଥାନା ବ୍ରାହ୍ମଣଧରା ଗ୍ରାମର ପୁଇନ ନାୟକ। ସୁଚନା ମୁତାବକ ଆଜି ଅପରାହ୍ନରେ  ମହିଳା ଜଣକ ଏବଂ  ତାଙ୍କ ସହ ଗ୍ରାମର ଦୁଇଜଣ  ମିଶି ପଙ୍ଗାତିରା ସେକ୍ସନ ବ୍ରାହ୍ମଣଧରା ଗ୍ରାମ୍ୟ ଜଙ୍ଗଲକୁ ମହିଳା ଛେଳିଚରାଇବା ପାଇଁ ଯାଇଥିଲେ। ଛେଳି ଚରାଉଥିବା ବେଳେ ଏକ କଲରାପତରିଆ ବାଘ ହଟାତ ତାଙ୍କ ଉପରକୁ ଆକ୍ରମଣ କରିଥିଲା।  

ମହିଳାଙ୍କ ଚିତ୍କାର ଶୁଣି ସାଥିରେ ଥିବା ଅନ୍ୟ ଦୁଇଜଣ ଧାଇଁ ଆସିବାରୁ ବାଘଟି ମହିଳା ଜଣକୁ ଛାଡି ପଳାଇଥିଲା। ସାଥି ଦୁଇଜଣ ମହିଳାଙ୍କୁ ଉଦ୍ଧାର କରି ଘରକୁ ଆଣିଥିଲେ। ଏବଂ ବନବିଭାଗ ଖବର ପାଇ ଗ୍ରାମରେ ପହଞ୍ଚି ମହିଳାଙ୍କୁ ଚିକିତ୍ସା ନିମନ୍ତେ ପରଜଙ୍ଗ ଗୋଷ୍ଠିସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତିକରିଥିଲେ। ମହିଳାଙ୍କ ଦୁଇ କାନ୍ଧ,ଛାତି ଓ ଜଘଂରେ ଗଭିର ଆଘାତ ଲାଗିଥିବା ଜଣାପଡିଛି। ବର୍ତମାନ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥ ସ୍ଥିର ଅଛି। ବନ ବିଭାଗ ତରଫରୁ ବ୍ରାହ୍ମଣଧରା ଗ୍ରାମରେ ସଚେତନ କରାଯାଉଛି ଓ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଗୁଡିକରେ ମଧ୍ୟ ସତର୍କ କରାଯାଉଛି । ଏପଟେ ଗ୍ରାମରେ ଜଣେ ମହିଳାଙ୍କୁ ବାଘ ଆକ୍ରମଣ କରିଥିବା ଘଟଣା ଜଣା ପଡିବା ପରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

ମାଓ ପ୍ରବଣ ଅଞ୍ଚଳରେ
20m ago
ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ
ଅର୍ଗସ ବ୍ୟୁରୋ: ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ। ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ଲଗାଇ ମାଓବାଦୀଙ୍କ ଆୟ ଉପରେ ଲାଗିବ କଟକଣା। ଗଞ୍ଜେଇ ଚାଷ ବନ୍ଦ ହେଲ
ଉଚ୍ଚ ଜୁଆର
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ