ରାଜ୍ୟରେ ମହିଳାଙ୍କ ଅତ୍ୟାଚାର ବିରୋଧରେ ମହିଳା କଂଗ୍ରେସର ହଲ୍ଲାବୋଲ୍
by Argus News
Wed, Feb 21 | 7:19 p.m.

ଅର୍ଗସ ବ୍ୟୁରୋ: ରାଜ୍ୟରେ ମହିଳାଙ୍କ ଅତ୍ୟାଚାର ବିରୋଧରେ ମହିଳା କଂଗ୍ରେସର ହଲ୍ଲାବୋଲ୍ । ରାଜଧାନୀରେ ବିଶାଳ ମହିଳା ସମାବେଶ କଲା କଂଗ୍ରେସ । ଏଥିରେ AICC ମହିଳା ସଭାନେତ୍ରୀ ଅଳକା ଲାମ୍ବା ସାମିଲ୍ ହୋଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ରାଜ୍ୟରେ ମହିଳା ସଂଖ୍ୟା ସମୁଦାୟ ଜନସଂଖ୍ୟାର ଅର୍ଦ୍ଧେକ । କିନ୍ତୁ ସେମାନଙ୍କ ସୁରକ୍ଷା ପ୍ରତି ବିଜେଡି ଶାସିତ ସରକାରଙ୍କ ନିଘା ନାହିଁ।

୨୫ ବର୍ଷରେ ମହିଳାଙ୍କ ଅବସ୍ଥା ଖରାପରୁ ଅଧିକ ଖରାପ ହୋଇଛି । ଓଡ଼ିଶାର ଅନେକ ଝିଅ ନିଖୋଜ ହୋଇଛନ୍ତି । କିନ୍ତୁ ସେମାନଙ୍କୁ ଉଦ୍ଧାର କରିବାରେ ରାଜ୍ୟ ସରକାର ଉଦାସୀନ । ତେବେ ମହିଳା ସମାବେଶ ସହ ନବୀନ ନିବାସ ଘେରାଉ ଉଦ୍ୟମ କରିଥିଲା ରାଜ୍ୟ କଂଗ୍ରେସ । ଅଧା ରାସ୍ତାରେ କଂଗ୍ରେସ କର୍ମୀଙ୍କୁ ଅଟକାଇଲା ପୋଲିସ୍ । ଯେଉଁଥିରେ ପୋଲିସ୍-କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । କିଛି କର୍ମୀଙ୍କୁ ପୋଲିସ୍ ଗିରଫ କରି ନେଇଥିଲା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ