ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା
by Argus News
Tue, Jan 16 | 8:16 a.m.

ଅର୍ଗସ ବ୍ୟୁରୋ: ବରଗଡ଼ରେ ଆରମ୍ଭ ହେଲା ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । ବରଗଡ଼ ପାଲଟିଗଲା ମଥୁରା ନଗରୀ ଓ ଅମ୍ବାପାଳି ହେଲା ଗୋପପୁର । ୧୧ ଦିନ ଧରି ଚାଲିବ ମହାରାଜ କଂସଙ୍କ ରାଜୁତି । ସୋମବାର ଅପରାହ୍ନ ୩ଟାରେ ସାଂସ୍କୃତିକ ଶୋଭାଯାତ୍ରା ବାହାରି ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କ ମନ୍ଦିରରେ ପହଞ୍ଚିଥିଲା । ସେଠାରେ ପାରମ୍ପରିକ ପୂଜାର୍ଚନା ପରେ ମନ୍ଦିରରୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ନଗର ପରିକ୍ରମା କରି ମଥୁରା ରାଜ ଦରବାରରେ ପହଞ୍ଚିଥିଲା । ପରେ ବରଗଡ଼ ସାସଂଦ ସୁରେଶ ପୂଜାରୀ  ଓ ବିଧାୟକ ଦେବେଶ ଆଚାର୍ଯ୍ୟ ଏହାର ଶୁଭ ଉଦଘାଟନ କରିଥିଲେ । ୭୬ ତମ ଧନୁଯାତ୍ରା ମହୋତ୍ସବର ପ୍ରଥମ ଦିନ ମହାରାଜା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ସିଂହାସନ ଆରୋହଣ କରିଛନ୍ତି ପ୍ରବଳ ପ୍ରତାପୀ ମହାରଜା କଂସ ।

ଦୈବବାଣୀ ଶୁଣି  କ୍ରୋଧିତ ହେବା ସହ ଦେବକୀ ଓ ବାସୁଦେବଙ୍କୁ କାରାଗାରରେ ବନ୍ଦୀ କରିଛନ୍ତି । କଂସଙ୍କ ରାଜଭିଷେକ ପରେ ମନ୍ତ୍ରୀ ପରିଷଦ ଉଲ୍ଲସୀତ ହୋଇପଡ଼ିଥିବା ବେଳେ ମନୋରଞ୍ଜନ ପାଇଁ ଆୟୋଜନ କରାଯାଇଥିଲା ନୃତ୍ୟଗୀତ କାର୍ଯ୍ୟକ୍ରମ । ତେବେ ଆଜି ଦ୍ବିତୀୟ ଦିନରେ ମହାରାଜ କଂସ ନିଜ ମନ୍ତ୍ରିଗଣଙ୍କ ସହ ନଗର ଭ୍ରମଣ କରିବେ, ମଥୁରାବାସୀଙ୍କ ମନୋରଂଜନ ସକାଶେ ରଙ୍ଗ ମହଲର ଉଦ୍‌ଘାଟନ କରିବେ । ଅନ୍ୟପଟେ କାରାଗାରରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଶ୍ରୀକୃଷ୍ଣଙ୍କ ଜନ୍ମ ସହ ବାସୁଦେବ କୃଷ୍ଣଙ୍କୁ ନେଇ ଗୋପପୁର ଯାତ୍ରା ,ଉଗ୍ରସେନ ସହ ଭେଟ ଏବଂ ଯଶୋଦାଙ୍କ କୋଳରେ କୃଷ୍ଣଙ୍କୁ ଥୋଇ ବିଜୁଳି କନ୍ୟାକୁ ନେଇ ମଥୁରା ଫେରିବାର ଦୃଶ୍ୟ ଅଭିନିତ ହେବ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

କମେଡି ସିରିଏଲରୁ
5m ago
କମେଡି ସିରିଏଲରୁ ଅନୁପ୍ରାଣିତ ହେଲା ଟିମ ଇଣ୍ଡିଆର ଟି-୨୦ ବିଶ୍ବକପର ଜର୍ସି
ଅର୍ଗସ ବ୍ୟୁରୋ: କାଲିଠାରୁ ଟିମ ଇଣ୍ଡିଆକୁ ନେଇ ସବୁଠି ଚର୍ଚ୍ଚା। ଥମୁନି ଟି-୨୦ ଜର୍ସି ଚର୍ଚ୍ଚା। କେତେବେଳେ ଚର୍ଚ୍ଚା ଚାଲିଛି ଯେ, ଜର୍ସିର ଦାମ ଫ୍ଲାଇଟ ଭଡ଼ା ଠାରୁ ଅଧିକ ତ ଏବେ ଚର୍ଚ୍ଚ
୩୦ ଜଣ କର୍ମଚାରୀଙ୍କୁ
45m ago
୩୦ ଜଣ କର୍ମଚାରୀଙ୍କୁ ବହିଷ୍କାର: ଅନ୍ୟମାନେ ୪ଟା ସୁଦ୍ଧା ଯୋଗଦେବାକୁ ନିର୍ଦ୍ଦେଶ ଦେଲା ଏୟାର ଇଣ୍ଡିଆ
ଅର୍ଗସ ବ୍ୟୁରୋ: ଏୟାର ଇଣ୍ଡିଆ ଏକ୍ସପ୍ରେସ ଗତକାଲିର ସମସ୍ୟା ପରେ ୩୦ ଜଣ କ୍ରୁ ସଦସ୍ୟଙ୍କୁ ବହିଷ୍କାର କରିଛି କମ୍ପାନି। ପୂର୍ବରୁ ନ ଜଣାଇ ଅଚାନକ ଗଣ ଛୁଟିରେ ଯିବା ହେତୁ ଏୟାର ଇଣ୍ଡି
SILENCE
54m ago
୧୨ ମିନିଟ୍‌ ନିରବ ରୁହନ୍ତୁ, ଚମତ୍କାର ଫାଇଦା ପାଆନ୍ତୁ...
ଅର୍ଗସ ବ୍ୟୁରୋ: ନିରବ ରୁହନ୍ତୁ। ଦୂର ହେବ ଚାପ । ପ୍ରତ୍ୟେକ ଦିନ କରନ୍ତୁ ଏହି କାମ କରନ୍ତୁ । ଦୂର ହୋଇଯିବ ଆପଣଙ୍କ ସମସ୍ତ ଚାପ। ବିଶ୍ୱାସ ହେଉନାହିଁ ଯଦି ଥରେ କରିକ