ଖାଦ୍ୟରେ ପୋକ, ଛତୁଆରୁ ବାହାରୁଛି କୁଣ୍ଡା
by Argus News
Sun, Jul 21 | 6:09 p.m.

ଅର୍ଗସ ବ୍ୟୁରୋ:  କୋମଳମତି ଶିଶୁଙ୍କ ଖାଦ୍ୟରେ ସାଲୁବାଲୁ ହେଉଛନ୍ତି ପୋକ । ଆଉ ଛତୁଆରୁ ବାହାରୁଛି କୁଣ୍ଡା । ଜଗତସିଂପୁର ଏରସମା ବ୍ଳକରୁ ଆସିଛି ଏହି ଛତୁଆ ଦୁର୍ନୀତି ଅଭିଯୋଗ । ନୀଳକଣ୍ଠେଶ୍ଵର SHG ଗ୍ରୁପ୍ ଦ୍ଵାରା ପ୍ରସ୍ତୁତ ଛତୁଆରୁ କୁଣ୍ଡା ଆଉ କଳା କଳା ପୋକ ବାହାରୁଛି। ଛତୁଆରେ ବୁଟ, ଚିନାବାଦାମ, ଚିନିର ଉପଯୁକ୍ତ ପରିମାଣ ମିଶୁନଥିବା ବେଳେ ଅରୁଆ ଚାଉଳ ମିଶାଇ ନିମ୍ନ ମାନର ଛତୁଆ ବଣ୍ଟନ ହେଉଛି ବୋଲି ଅଭିଭାବକ ଅଭିଯୋଗ ଆଣିଛିନ୍ତି।

ଛତୁଆ ପ୍ରସ୍ତୁତ କେନ୍ଦ୍ରରେ ନିମ୍ନମାନର ଛତୁଆ ପ୍ରସ୍ତୁତ ହେଉଥିବା ସ୍ବାକାର କରିଛନ୍ତି କେନ୍ଦ୍ରର ଜଣେ କର୍ମୀ। ନୀଳକଣ୍ଠେଶ୍ଵର SHG ଗ୍ରୁପ୍ ର ସମ୍ପାଦିକାଙ୍କ ଜାଣତରେ ଏଭଳି ଦୁର୍ନୀତି ଚାଲିଛି । ଏ ବିସୟରେ ବ୍ଲକ ପ୍ରଶସାନ ଅବଗତ ଥିଲେବି ଆପୋସ ସଲା ସୁତରାରେ ଏଭଳି ଖରାପ ଛତୁଆ ଯୋଗାଣ ହେଉଥିବା ଅଭିଯୋଗ ହୋଇଛି। ଗର୍ଭବତୀ ଓ ଶିଶୁଙ୍କୁ ସୁଷମ ଖାଦ୍ୟ ଯୋଗାଇବା ପାଇଁ ଅଙ୍ଗନୱାଡି କେନ୍ଦ୍ର ଦ୍ବାରା ଛତୁଆ ଯୋଗା ଯାଉଛି। ମାତ୍ର ସରକାରଙ୍କ ସୁଷମ ଖାଦ୍ୟ ବଣ୍ଟନରେ ବାଧକ ସାଜିଛି ଲାଭଖୋର ମନୋବୃତ୍ତି । ତେବେ ଏହି ଘଟଣାର ତଦନ୍ତ କରାନ ଗଲେ ଅନେକ ମହିଳା ଓ ଶିଶୁ ସୁଷମ ଖାଦ୍ୟ ପାଇବାରୁ ବଞ୍ଚିତ ହେବେ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

ମାଓ ପ୍ରବଣ ଅଞ୍ଚଳରେ
11m ago
ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ
ଅର୍ଗସ ବ୍ୟୁରୋ: ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ। ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ଲଗାଇ ମାଓବାଦୀଙ୍କ ଆୟ ଉପରେ ଲାଗିବ କଟକଣା। ଗଞ୍ଜେଇ ଚାଷ ବନ୍ଦ ହେଲ
ଉଚ୍ଚ ଜୁଆର
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ