ନକଲି ମଦ କାରବାରରୁ ଭରୁଥିଲା ବିଜେଡି ନେତାଙ୍କ ହାତପାଣ୍ଠି
by Argus News
Mon, Sep 16 | 7:23 p.m.

ଅର୍ଗସ ବ୍ୟୁରୋ: ବ୍ରାଣ୍ଡ ଅସଲି ମଦ ନକଲି । ଖୋଦ ରାଜଧାନୀରେ ଚାଲିଥିଲା ଏହି ନକଲି ମଦର ବେଧଡକ କାରବାର। ଅଭିଯୋଗ ମିଳିବା ପରେ ଆକ୍ସନକୁ ଆସିଥିଲା ଅବକାରୀ ବିଭାଗ। ବରମୁଣ୍ଡା ବସଷ୍ଟାଣ୍ଡ ନିକଟ ସରକାରୀ ସିକୃତୀ ପ୍ରାପ୍ତ ବିଦେଶୀ ମଦ ଦୋକାନରେ ଅତର୍କିତ ଚଢଉ କରିଥିଲା ଅବକାରୀ ଟିମ୍। ଚଢଉ ପରେ ଫେରାର ହୋଇଯାଇଥିଲେ ଲାଇସେନ୍ସଧାରୀ। ହେଲେ କର୍ମଚାରୀଙ୍କୁ ଅଟକ ରଖିଥିଲା ଅବକାରୀ ଟିମ।। ଏହି ଦୋକାନରୁ ପ୍ରାୟ ୪୦ ଲକ୍ଷ ଟଙ୍କାର ନକଲି ମଦ ଜବତ କରାଯାଇଛି। ଅସଲି ବ୍ରାଣ୍ଡରେ ନକଲି ସିଲ ଦେଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ ଲାଇସେନ୍ସଧାରୀ। ଶୁଣନ୍ତୁ କର୍ମଚାରୀ ମାନେ କିପରି ତିଆରି କରୁଥିଲେ ନକଲି ମଦ। 

ସୂଚନା ଅନୁସାରେ ବିଦେଶୀ ବ୍ରାଣ୍ଡର ମଦ ପିଇବା ପରେ ଗ୍ରାହକ ଫିଙ୍ଗି ଦେଉଥିବା ବୋତଲ ଆଣି ସେଥିରେ ପାଣି ଓ ଅନ୍ୟାନ୍ୟ କେମିକାଲ ମିଶାଇ ମଦ ବୋତଲକୁ ସିଲ୍‌‌ କରାଯାଉଥିଲା। ଯାହାକୁ ଗ୍ରାହକମାନେ ନୂଆ ମଦ ଭାବି କିଣିଥିଲେ। ନିକଟରେ ଚିକିଟି ମଦ ମୃତ୍ୟୁ ଘଟଣାରେ ଅନେକ ଲୋକପ୍ରାଣ ହରାଇବା ପରେ ଆକ୍ସନ ମୁଡରେ ଅବକାରୀ ବିଭାଗ। ପରୀକ୍ଷା ପାଇଁ ଜବତ ମଦର ନମୁନା ପଠାଇଛି ଅବକାରୀ ଟିମ୍। 

ଅଭିଯୋଗ ଏହି ନକଲି କାରବାର ଅନେକ ବର୍ଷ ଧରି ବେଧଡକ ଭାବେ ଚାଲିଆସୁଥିଲା। ଲାଇସେନ୍ସ ଧାରକଙ୍କଠାରୁ ବିଜେଡି ନେତାଙ୍କ ହାତପାଣ୍ଠିକୁ ଯାଉଥିଲା ଟଙ୍କା। ତେଣୁ ସବୁ ଜାଣି ବି ଚୁପ୍ ବସିଥିଲା ଅବକାରୀ ବିଭାଗ। ଏବେ କିନ୍ତୁ ଅବକାରୀ ନୀତିରେ ଜିରୋ ଟଲେରାନ୍ସ ଆପଣାଇଛନ୍ତି ମୋହନ ସରକାର। ଅବକାରୀ ବିଭାଗର ରିପୋର୍ଟ ଅନୁସାରେ ଗତ ୨୦ ଅଗଷ୍ଟ ରୁ ୧୨ ସେପ୍ଟେମ୍ବର ଭିତରେ ରାଜ୍ୟରେ ଅବକାରୀ ବିଭାଗର ସ୍ପେଶାଲ ଡ୍ରାଇଭରେ ୫୨୩୫ ଟି ମାମଲା ପଞ୍ଜିକୃତ ହୋଇଛି। ୨୯୦୬ ଜଣଙ୍କୁ ଗିରଫ କରିବା ସହ ବେଆଇନ ମଦ ମମଲାରେ ୯୩୪ ଜଣଙ୍କୁ ନୋଟିସ ଦେଇ ଛାଡ଼ିଦେଇଛି ଅବକାରୀ ବିଭାଗ। ସେହିପରି ୨୬୭ ଟି ଗାଡି ସିଜ କରିବା ସହ ୨୦୬୬ ଜାଗାରେ ରାଜ୍ୟବ୍ୟାପୀ ରେଡ କରିଛି ଅବକାରୀ ବିଭାଗ। 

ଆହୁରି ପଢନ୍ତୁ ଓଡିଶା ଖବର...

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ