ଡାକ୍ତରଙ୍କ ଅବେହଳାରୁ ରୋଗୀଙ୍କୁ ଦିଆଗଲା ଭୁଲ ଇଞ୍ଜେକ୍ସନ : ହସ୍ପିଟାଲ ପରିସରରେ ଉତ୍ତେଜନା
by Argus News
Thu, Apr 04 | 12:52 p.m.

ଅର୍ଗସ ବ୍ୟୁରୋ: ଡାକ୍ତରଙ୍କ ଚରମ ଅବହେଳାରୁ ରୋଗୀଙ୍କୁ ଭୁଲରେ କୁକୁର ଇଞ୍ଜେକ୍ସନ ଦିଆଯାଇଛି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖିବାକୁ ମିଳିଛି। ହାତ ଗୋଡ ବିନ୍ଧା  ଇଞ୍ଜେକସନ ବଦଳରେ ଦେଲେ କୁକୁର କାମୁଡା ଇଞ୍ଜେକସନ। ଏମିତି ଅଭିଯୋଗ ଆସିଛି ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ଦକ୍ଷିଣବାଡ ଗାଁର 56 ବର୍ଷୀୟ ବିଜୟ ବିଶ୍ବାଳ ଙ୍କ ସହ। ବିଜୟଙ୍କୁ ଥଣ୍ଡା ଯୋଗୁଁ ଗୋଡ ଓ ହାତ ବିନ୍ଧା ହେଉଥିଲା। ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ଡାକ୍ତରଙ୍କୁ ଦେଖାଇଥିଲେ। 

ଡାକ୍ତର ଦେଖି ପ୍ରେସକିପସନ ମଧ୍ୟ ଲେଖିଥିଲେ। ସେ ଅନ୍ୟ ଔଷଧ ସହ ଡାଇକ୍ଲୋଫିନାକ ଇଞ୍ଜେକସନ ଲେଖିଥିଲେ। ବିଜୟ ଇଞ୍ଜେକସନ ନେବାପାଇଁ ଲାଇନରେ ଥିଲେ। ସେଠାରେ ଇଞ୍ଜେକସନ ଦାୟିତ୍ୱରେ ଥିବା ନର୍ସ ଡାଇକ୍ଲୋଫିନାକ ଇଞ୍ଜେକସନ ବଦଳରେ ତାଙ୍କୁ କୁକୁର କାମୁଡା ଇଞ୍ଜେକସନ ଦେଇଦେଲେ। ଏହା ଜାଣିବା ପରେ ବିଜୟଙ୍କ ପରିବାର ଲୋକେ ନର୍ସଙ୍କୁ ଏ ସଂକ୍ରାନ୍ତରେ ପଚାରି ଵୁଝିଥିଲେ। ହେଲେ ସମାଧାନ ପରିବର୍ତ୍ତେ ସଂପୃକ୍ତ ନର୍ସ ବିଜୟଙ୍କ ପ୍ରେସକିପସନ ନେଇ ଡାକ୍ତରଖାନାରୁ ଛୁ ମାରିଥିଲେ। 

ବିଜୟଙ୍କୁ ପରିବାର ଲୋକେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ସହ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ସଂପୃକ୍ତ ନର୍ସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଭଣ୍ଡାରିପୋଖରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଅନ୍ୟ ପକ୍ଷରେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର କମଳାକାନ୍ତ ସ୍ବାଇଁ କହିଛନ୍ତି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ