ମା' ହେଲେ ସୁନ୍ଦରୀ ଅଭିନେତ୍ରୀ ୟାମୀ ଗୌତମ
by Argus News
Mon, May 20 | 12:59 p.m.

ଅର୍ଗସ ବ୍ୟୁରୋ: ବଲିଉଡର ସୁନ୍ଦରୀ ଅଭିନେତ୍ରୀ ୟାମୀ ଗୌତମ ମା' ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଅଭିନେତ୍ରୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ୟାମୀଙ୍କ ସ୍ବାମୀ ତଥା ଫିଲ୍ମ ପ୍ରଯୋଜକ ଆଦିତ୍ୟ ଧର ସୋସିଆଲ ମିଡିଆରେ ଉଭୟ ପିତାମାତା ହେବାର ସୌଭାଗ୍ୟ ପ୍ରାପ୍ତ କରିଛନ୍ତି ବୋଲି ଫ୍ୟାନ୍ସମାନଙ୍କ ଶେୟାର କରିଛନ୍ତି। ପ୍ୟାରେଣ୍ଟ କ୍ଲବରେ ସାମିଲ ହେବାପରେ ଉଭୟ ଆଦିତ୍ୟ ଏବଂ ୟାମୀ ବହୁତ ଖୁସି ଅଛନ୍ତି। 

 

View this post on Instagram

A post shared by Aditya Dhar (@adityadharfilms)

ଏହି ପୋଷ୍ଟରେ ଆଦିତ୍ୟ କହିଛନ୍ତି ଆମ ପୁଅ ଅକ୍ଷୟ ତୃତୀୟା ଦିନ ଜନ୍ମ ହୋଇଛି। ମେ' ୧୦ ତାରଖରେ ୟାମୀଙ୍କ ପୁଅ ସୁନ୍ଦର ଦୁନିଆକୁ ଆସିଥିଲା। ଆଦିତ୍ୟ ତାଙ୍କ ପୁଅର ନା ମଧ୍ୟ ଫ୍ୟାନମାନଙ୍କ ସହ ଶେୟାର କରିଛନ୍ତି। ଉଭୟ ଦମ୍ପତି ତାଙ୍କ ରାଜକୁମାରର ନାଁ ବେଦବିଦ (VedaVid) ରଖିଛନ୍ତି। ଏହା ହେଉଛି ଏକ ସଂସ୍କୃତ ନାଁ। ଯାହା ବେଦ ଏବଂ ବିଦର ମିଶ୍ରଣରୁ ସୃଷ୍ଟି ହୋଇଛି। ବେଦାବିଦର ଅର୍ଥ ହେଉଛି ଯିଏ ବେଦକୁ ଅଧ୍ୟୟନ କରେ। ଏହାମଧ୍ୟ ଭଗବାନ ବିଷ୍ଣୁଙ୍କର ନାମ। ଆଦିତ୍ୟ କହିଛନ୍ତି ଉଭୟ ମା' ଏବଂ ଶିଶୁ ସୁସ୍ଥ ଅଛନ୍ତି। 

ସୂଚନା ଥାଉ କି, ୨୦୨୧ ମସିହା ଜୁନ ୪ ତାରିଖରେ ୟାମୀ ଗୌତମ ଆଦିତ୍ୟ ଧରଙ୍କୁ ବିବାହ କରିଥିଲେ। ବିବାହର ୩ବର୍ଷ ପରେ ଉଭୟ ପିତାମାତା ହୋଇଛନ୍ତି। 
ୟାମୀଙ୍କର ଓ୍ବାର୍କଫ୍ରଣ୍ଟ କଥା କହିବାକୁ ଗଲେ ଶେଷ ଥର ୟାମୀ Airtcle-370 ମୁଭିରେ ଲିଡ ଚରିତ୍ରରେ ନଜର ଆସିଥିଲେ। ଏହି ମୁଭିକୁ ଖୁବ ଭଲ ରେସପନ୍ସ ମିଳିଥିଲା। ୟାମୀଙ୍କ ସ୍ବାମୀ ପ୍ରଡ୍ୟୁସର ସହ ଭଲ ଲେଖକ ଏବଂ ନିର୍ଦ୍ଦେଶକ ମଧ୍ୟ ଅଟନ୍ତି। ଫ୍ୟାନମାନେ ୟାମୀଙ୍କୁ କମେଣ୍ଟ କରି ଢେରସାରା ଶୁଭେଚ୍ଛା ଜଣାଇଛନ୍ତି। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ