ସୁସ୍ଥ ଜୀବନ ପାଇଁ ଦରକାର ଯୋଗ
by Argus News
Fri, Jun 21 | 7:59 p.m.

ଭୁବନେଶ୍ୱର:  ଓଡ଼ିଶାର ପୁର ପଲ୍ଲୀରେ ବି ଯୋଗ ମାନିଆ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ହଜାର ହଜାର ଲୋକଙ୍କ ସହ ଯୋଗ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଯୋଗ କାର୍ଯ୍ୟକ୍ରମରେ ସାମିଲ ହେଲେ ଉପମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ, ବିଜେପି ସାଂସଦ ଓ ବିଧାୟକ । ଯୋଗମୟ ସାରାରାଜ୍ୟ । ସୁସ୍ଥ ଜୀବନ ପାଇଁ ଦରକାର ଯୋଗ । କେବଳ ଶରୀର ନୁହେଁ, ମାନସିକ ଶାନ୍ତି ଓ ଏକାଗ୍ରତା ପାଇଁ ଯୋଗ ଗୁରୁତ୍ବପୂର୍ଣ୍ଣ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ପାଳନ ହୋଇଛି ରାଜ୍ୟସ୍ତରୀୟ ଯୋଗ ଦିବସ । ଏଥିରେ ସାମିଲ୍ ହୋଇ ଯୋଗାଭ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । CMଙ୍କ ସହ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବି ଯୋଗ କରିଥିଲେ । ସେହିପରି ନୟାପଲ୍ଲୀ ସ୍ଥିତ କସ୍ତୁରବା ସ୍କୁଲ ଫିଲ୍ଡରେ ପତଞ୍ଜଳି ଯୋଗପୀଠ ତରଫରୁ ହୋଇଥିଲା ଯୋଗ ଶିବିର । ଏଥିରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ସାମିଲ ହୋଇ ନିଜେ ଯୋଗାଭ୍ୟାସ କରିଥିଲେ ।   ସେପଟେ କୋଣାର୍କରେ ଆୟୋଜିତ ଉତ୍ସବରେ ସାମିଲ୍ ହୋଇ ଯୋଗ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ପୁରୀ ସାଂସଦ ସମ୍ବିତ ପାତ୍ର ।  

ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ । ଭୁବନେଶ୍ୱରର ଲୋୟର ପିଏମ୍‌ଜିରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ,  ଭାରତୀୟ ଜନତା ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ପ୍ରମୁଖ ଏଥିରେ ସାମିଲ ହୋଇ ଯୋଗାଭ୍ୟାସ କରିଥିଲେ । ପାରଳାଖେମୁଣ୍ଡି ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ବୃନ୍ଦାବନ ପ୍ୟଲେସ୍ ନିକଟରେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଗଜପତି ଜିଲ୍ଲାପାଳଙ୍କ ସମେତ ବହୁ ଅଧିକାରୀ ସାମିଲ ହୋଇ ଯୋଗ କରିଥିଲେ । ରାଇରଙ୍ଗପୁର ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ଯୋଗ ଦିବସ ପାଳିତ । ଏଥିରେ ଜଙ୍ଗଲ ପରିବେଶ  ମନ୍ତ୍ରୀ  ଗଣେଶ ରାମ ସିଂ ଖୁଣ୍ଟିଆ ଓ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ସାମିଲ ହୋଇ ଯୋଗଭ୍ୟାସ କରିଥିଲେ । ସେହିପରି ବଲାଙ୍ଗୀର ଗାନ୍ଧି ଷ୍ଟାଡିୟମରେ ଆୟୋଜିତ ଯୋଗ ଶିବିରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।
 ଜୟପୁର ପୌରପାଳିକା ଓ ଜୟପୁର ପଂଚାୟତ ସମିତି ତରଫରୁ ମିଳିତ ଭାବେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏଥିରେ ବିଧାୟକ ତାରାପ୍ରସାଦ ବାହିନୀପତି ସାମିଲ ହୋଇ ଯୋଗ କରିଥିଲେ । ସେହିପରି କୋରାପୁଟର ଉଚ୍ଚତମ ପର୍ବତ ଦେଓମାଳିରେ ବି ଯୋଗ ଦିବସ ପାଳିତ ହୋଇଯାଇଛି । 

 ଅଧିକ ପଢନ୍ତୁ ଓଡ଼ିଶା ଖବର 
 

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର