ଲକ୍ଷ୍ମୀସାଗର ମର୍ଡର ଘଟଣା; 2 ଗିରଫ
by Argus News
Mon, Mar 18 | 5:46 p.m.

ଅର୍ଗସ ବ୍ୟୁରୋ : ଗିରଫ ହେଲେ ହତ୍ୟା କାରୀ ପ୍ରେମୀ ଯୁଗଳ । ୨ ଦିନ ପୁର୍ବରୁ ଲକ୍ଷ୍ମୀ ସାଗର ଥାନା ଚିନ୍ତାମଣିସ୍ୱରରେ ଯୁବକଙ୍କୁ ନୃଶଂସ ହତ୍ୟା କରିଥଲେ ପିଙ୍କୁ, ନିହାରିକ ଓ ୪ ସହଯୋଗୀ । ଘଟଣା ପରଠୁ ଫେରାର ଥିଲେ ସମସ୍ତେ । ଆଜି ନିହରିକା ଓ ପିଙ୍କୁକୁ ଶାଲିଆ ସାହିରୁ ଗିରଫ କରିଛି ଲକ୍ଷ୍ମିସାଗର ପୋଲିସ ।

ଆକ୍ରମଣ କରିଥିବା ଖଣ୍ଡାକୁ ମଧ୍ୟ ଜବଦ କରିଛି ପୋଲିସ । ଅଞ୍ଜନ ବେହେରାଙ୍କୁ  ତ୍ରିକଣୀୟ ପ୍ରେମ ସମାଧାନ ପାଇଁ ଖଣ୍ଡରେ ହାଣିଥିଲା ପିଙ୍କୁ । ହତ୍ୟା ପଛରେ ଥିଲା ଗୌତମଙ୍କ ପ୍ରେମିକା ନିହାରୀକା । ନିହାରିକା ପ୍ରଥମେ ଗୌତମ ସହ ରଖିଥିଲେ ପ୍ରେମ ସଂପର୍କ ଓ ପରେ ପିଙ୍କୁ ସହ ରଖିଥିଲେ ସଂପର୍କ । ଦୁହିଁଙ୍କ ଭିତରେ ଝଗଡ଼ା ଲାଗୁ ଥିବାରୁ ସମସ୍ୟାର ସମାଧାନ ପାଇଁ ନିହାରିକା ଦ୍ୱିତୀୟ ପ୍ରେମିକା ପିଙ୍କୁ କହିଥିଲା । ପୂର୍ବ ଯୋଜନା ଅନୁଯାୟୀ ନିହାରିକା ଗୌତମକୁ କଟକ ରୋଡକୁ ଡାକିଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ରାତିରେ ଆସିବା ସମୟରେ ଗୌତମ ଏକୁଟିଆ ନ ଆସି ବନ୍ଧୁ ଅଞ୍ଜନକୁ ସାଙ୍ଗରେ ନେଇ ଆସିଥିଲା । ଅଭୟଙ୍କ ଭିତରେ ଝଗଡ଼ା ହେବାରୁ ପିଙ୍କୁ ଆକ୍ରମଣ କରିଥିଲା । ଜୀବନ ବଞ୍ଜେଇବା ପାଇଁ ଗୌତମ ପାଳେଇ ଯାଉଥିବା ବେଳେ ସାଙ୍ଗ ଅଞ୍ଜନ ଦେହରେ ଖଣ୍ଡା ଚୋଟ ବସିଥିଲା । ଚିକିତ୍ସାଧୀନ ଅବସ୍ଥାରେ ଅଞ୍ଜନଙ୍କ ମୃତ୍ୟ ହେଇଥିଲା । ପୋଲିସ ଆଜି ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟ ୪ଅଭିଯୁକ୍ତ ଏବେ ବି ଫେରର ଅଛନ୍ତି । ସେମାନଙ୍କୁ ଖାଯୋବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ପୋଲିସ ।

ଆସନ୍ତାକାଲି
54m ago
ଆସନ୍ତାକାଲି ଅକ୍ଷୟ ତୃତୀୟା, ସୁନା କିଣିବା ପୂର୍ବରୁ ଜାଣିନିଅନ୍ତୁ କେତେ ଅଛି ଦାମ
ଅର୍ଗସ ବ୍ୟୁରୋ: ଆସନ୍ତା କାଲି ହେଉଛି ଅକ୍ଷୟତୃତୀୟା। ଓଡ଼ିଆ ମାନଙ୍କର ଏକ ବଡ଼ ପର୍ବ। ଏହି ଦିନ ରଥ କାଠ ଅନୁକୂଳ ହୁଏ। ସୁନା କିଣିବାକୁ ଭାରତୀୟମାନେ ଭାବପ୍ରବଣ ହୋଇଥାନ୍ତି। ଆମର ଏକ ପରମ୍ପର
ଚାମ୍ପିୟନ୍ସ ଟ୍ରଫି
ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯାଇପାରେ ଭାରତ
ଅର୍ଗସ ବ୍ୟୁରୋ: ଆସନ୍ତା ବର୍ଷ ଫେବୃୟାରୀ ଓ ମାର୍ଚ୍ଚରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ କ୍ରିକେଟ ଦଳ ପାକିସ୍ତାନ ଗସ୍ତ କରିପାରେ। କିନ୍ତୁ ବିନା ସରକାର
STOMACH
ଖାଦ୍ୟ ଏମିତି ଖାଇଲେ ଓଜନ ବଢ଼ିବ !
ଅର୍ଗସ ବ୍ୟୁରୋ: ଖାଦ୍ୟ ନଚୋବାଇ ଗିଳିଦେଉଛନ୍ତି କି ? ଏହାଦ୍ୱାରା ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ମାନେ ଆପଣ ଖାଦ୍ୟକୁ ନଚୋବାଇ ଗିଳି ଦେଉଥିଲେ ଏହାଦ୍ୱାରା ଆପଣଙ୍କ ଓଜ