Videos
|
Crime

Bhubaneswar Loot / ରାଜଧାନୀରେ ଲୁଟେରାଙ୍କ ଆତଙ୍କ, ବ୍ୟବସାୟୀଙ୍କୁ ହାଣି ଲୁଟି ନେଲେ ୨୦ ଲକ୍ଷ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ରାଜଧାନୀରେ ଲୁଟେରାଙ୍କ ଆତଙ୍କ, ବ୍ୟବସାୟୀଙ୍କୁ ହାଣି ଲୁଟି ନେଲେ ୨୦ ଲକ୍ଷ

Key Points

ରାଜଧାନୀରେ ଲୁଟେରାଙ୍କ ଆତଙ୍କ
ବ୍ୟବସାୟୀଙ୍କୁ ହାଣି ୨୦ ଲକ୍ଷ ଲୁଟ୍
ତଦନ୍ତ କରୁଛି ପୋଲିସ୍
ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ । ଦିନ ହେଉ କି ରାତି କାହାକୁ ଡରୁନାହାନ୍ତି ଅପରାଧୀ । ଭୁବନେଶ୍ବରରେ ପୁଣି ଆକ୍ଟିଭ୍‌ ହେଲେ ଅପରାଧୀ । ପୋଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇ ବେଧଡକ ଲୁଟ୍‌ପାଟ୍‌ କରୁଛନ୍ତି । ଗୁରୁବାର ଭୁବନେଶ୍ବରରେ ଜଣେ ବ୍ୟବସାୟୀଙ୍କୁ ହାଣି ୨୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ପାହାଳ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ତେବେ ଏହି ଲୁଟ୍‌ର ଶିକାର ହୋଇଛନ୍ତି ବାଲେଶ୍ବରର ପ୍ରଭାତ କୁମାର ସାହୁ । ସେପଟେ ଏନେଇ ପ୍ରଭାତ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍‌ ଏହି ଘଟଣାର ତଦନ୍ତ ଜାରି ରଖିଛି ।

ଅଧିକ ପଢ଼ନ୍ତୁ: ଲଭ-ଜିହାଦ ଅଭିଯୋଗରେ ଯୁବତୀଙ୍କ ଆତ୍ମହତ୍ୟା: ଅଭିଯୁକ୍ତଙ୍କ ଘରେ ଚାଲିଲା ବୁଲଡୋଜର

ମିଳିଥିବା ସୂଚନା ଅନୁସାରେ, ପ୍ରଭାତ କୁମାର ସାହୁଙ୍କ ଘର ବାଲେଶ୍ଵର ଜିଲ୍ଲା ସଦ ସଦର ଥାନା ଓଡଙ୍ଗୀ ଗାଁରେ । ବ୍ୟବସାୟ ପାଇଁ ତାଙ୍କର କିଛି ଟଙ୍କା ଆବଶ୍ୟକ ଥିଲା । ଏଥିପାଇଁ ସେ ତାଙ୍କ ଦୁଇ ସାଙ୍ଗ ସୁରେଶ ଓ ସରୋଜଙ୍କୁ ନେଇ ଭୁବନେଶ୍ବର ଆସିଥିଲେ । ଭୁବନେଶ୍ବରରୁ ପ୍ରଭାତ ତାଙ୍କ ସହଯୋଗୀଙ୍କଠାରୁ ୨୦ ଲକ୍ଷ ଟଙ୍କା ନେଇ ବାଲେଶ୍ବର ଫେରୁଥିଲେ । ଆଉ ଫେରିବା ବାଟରେ ସେମାନେ ପାହାଳ ଥାନାଠାରୁ କିଛି ଦୂରରେ କାର୍‌ ସାଇଡ୍‌ କରି ଚା' ପିଉଥିଲେ । ଠିକ୍ ଏହି ସମୟରେ ୨ଟି ବାଇକ୍‌ରେ ୫ ଜଣ ଅପରାଧୀ ସେମାନଙ୍କ ପାଖକୁ ଆସିଥିଲେ । ଆଉ ପ୍ରଭାତ, ସରୋଜ ଓ ସୁରୋଶ କିଛି ବୁଝିବା ଆଗରୁ ଅପରାଧୀମାନେ ଖଣ୍ଡା, ଭୁଜାଲି ଆଦି ମାରଣାସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିଥିଲେ । ଆଉ ତାଙ୍କଠୁ କାର ଚାବି ନେଇ ୨୦ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ନେଇ ଫେରାର୍‌ ହୋଇଯାଇଥିଲେ । ତେବେ ଲୁଟ୍‌ ବେଳେ ପ୍ରଭାତ ପ୍ରତିବାଦ କରିବାରୁ ଅପରାଧୀମାନେ ତାଙ୍କ ହାତକୁ ହାଣି ଦେଇଥିବା ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ: ଦୋକାନ ଗଣ୍ଡଗୋଳରୁ ଗାଁ ଦାଣ୍ଡରେ ଖଣ୍ଡାରେ ହାଣି ହତ୍ୟା; ୨ ଦଶନ୍ଧି ହେଲା ସୁରତରେ ଛପିଥିଲା ମୁଖ୍ୟ ଅଭିଯୁକ୍ତ

ତେବେ ଲୁଟ୍‌ର ଶିକାର ହେବା ପରେ ପ୍ରଭାତ ପୋଲିସ୍ କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କରି ଘଟଣା ବିଷୟରେ କହିଥିଲେ । ପାହାଳ ଥାନା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ୩ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ପ୍ରାଥମିକ ଚିକିତ୍ସା ପରେ ପ୍ରଭାତ ପାହାଳ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି । ପୋଲିସ୍‌ ଏବେ ଏହି ଘଟଣାର ତଦନ୍ତ ଜାରି ରଖିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Bhubaneswar Shock: Businessman Attacked and ₹20 Lakh Looted Near Pahal | Argus News