Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୀତବାସ ପଣ୍ଡା ହତ୍ୟା ମାମଲା; ଗଞ୍ଜାମ ଜିଲ୍ଲା BJD ସଭାପତି ବିକ୍ରମ ପଣ୍ଡା ଗିରଫ

Crime

Pitabas Panda Murder Mystery / ପୀତବାସ ପଣ୍ଡା ହତ୍ୟା ମାମଲା; ଗଞ୍ଜାମ ଜିଲ୍ଲା BJD ସଭାପତି ବିକ୍ରମ ପଣ୍ଡା ଗିରଫ

Sushanta Sahoo
Browse all articles by Sushanta Sahoo
·6 months ago·2 min read
ପୀତବାସ ପଣ୍ଡା ହତ୍ୟା ମାମଲା; ଗଞ୍ଜାମ ଜିଲ୍ଲା BJD ସଭାପତି ବିକ୍ରମ ପଣ୍ଡା ଗିରଫ

Key Points

ବ୍ରହ୍ମପୁରର ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡାଙ୍କ ସହ ପୂର୍ବତନ ମେୟର ଶିବଶଙ୍କର ଦାସଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ । ଅଟକ ରଖିଥିବା ବିଜେଡି କର୍ପୋରେଟର ମଳୟ ବିଷୋୟୀଙ୍କୁ ମଧ୍ୟ ପୋଲିସ କୋର୍ଟ ଫରୱାର୍ଡ କରିଛି ।

ବ୍ରହ୍ମପୁର: ହାଇପ୍ରୋଫାଇଲ୍ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ବିକ୍ରମ ପଣ୍ଡା ଗିରଫ । ବ୍ରହ୍ମପୁରର ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡାଙ୍କ ସହ ପୂର୍ବତନ ମେୟର ଶିବଶଙ୍କର ଦାସ (ପିଣ୍ଟୁ)ଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ । ଅଟକ ରଖିଥିବା ବିଜେଡି କର୍ପୋରେଟର ମଳୟ ବିଷୋୟୀଙ୍କୁ ମଧ୍ୟ ପୋଲିସ କୋର୍ଟ ଫରୱାର୍ଡ କରିଛି ।

ଏଥିସହ ପଢ଼ନ୍ତୁ: ବେଙ୍ଗାଲୁରୁରୁ ଗଞ୍ଜାମର ସାର୍ପ ସୁଟର୍‌କୁ ଧରିଲା ପୋଲିସ, ହତ୍ୟାରେ ବ୍ୟବହୃତ ବନ୍ଧୁକ ଜବତ

ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କ ସହ ଶିବଶଙ୍କର ଦାସ, କର୍ପୋରେଟର ମଳୟ ବିଷୋୟୀ, ମଦନ ଦଳେଇଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ମଦନ ଦଳେଇ ହେଉଛନ୍ତି ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଘନିଷ୍ଠ ସହଯୋଗୀ । ଏଥିରୁ ହିଁ ସ୍ପଷ୍ଟ ହେଉଛି ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ହତ୍ୟା ପଛରେ ରହିଛି ରାଜନୈତିକ ଶତ୍ରୁତା । ତେବେ ଏନେଇ ପୋଲିସ ପକ୍ଷରୁ କିଛି କୁହାଯାଇ ନାହିଁ ।

ବିକ୍ରମ ପଣ୍ଡାଙ୍କ ସହ ପୋଲିସ ପୂର୍ବତନ ମେୟର ଶିବଶଙ୍କର ଦାସଙ୍କୁ ଗିରଫ କରିଛି । ଶିବଶଙ୍କରଙ୍କ ନାଁରେ ଆଗରୁ ଅନେକ ମାମଲା ରହିଥିବା ବେଳେ ଜେଲ୍ ବି ଯାଇଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ସମୟରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରି ଶିବଶଙ୍କର ଜେଲ୍ ଯାଇଥିଲେ । ଏବେ ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ପୋଲିସ ଶିବଶଙ୍କରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । 


ପୀତବାସ ପଣ୍ଡା ହତ୍ୟାରେ ଏମାନଙ୍କ ସମ୍ପୃକ୍ତି ଥିବାରୁ ପୋଲିସ ଏମାନଙ୍କୁ କୋର୍ଟ ଚାଲାଣ କରିଛି । ମଙ୍ଗଳବାର ବିଳମ୍ବିତ ରାତିରେ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ପୋଲିସ ଉଠାଇ ନେଇଥିଲା । ବ୍ରହ୍ମପୁର ଏସ୍‌ପିଙ୍କ ନେତୃତ୍ଵରେ ପୋଲିସ ବିକ୍ରମ ପଣ୍ଡାଙ୍କୁ ତାଙ୍କ ବାସଭବନରୁ ଉଠାଇ ନେଇ ଜେରା କରିଥିଲା । 

ପୂର୍ବରୁ ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କୁ ଉଠାଇ ନେଇ ପୋଲିସ ପଚରାଉଚରା କରୁଥିଲା । ଶିବଶଙ୍କରଙ୍କ ନାଁରେ ପୂର୍ବରୁ ଏକାଧିକ ମାମଲା ରହିଛି । ପୂର୍ବରୁ ବିଜେଡି କର୍ପୋରେଟର ମଳୟ ବିଷୋୟୀଙ୍କୁ ପୋଲିସ ଉଠାଇ ନେଇଥିଲା । ଶିବଶଙ୍କର ଦାସଙ୍କ ଘନିଷ୍ଠ ସହଯୋଗୀ ମିଟୁ ପଣ୍ଡା ଓ ଭିକିକୁ ଉଠାଇ ନେଇଥିଲା ପୋଲିସ । 

ବ୍ରହ୍ମପୁର ପୋଲିସ ବେଙ୍ଗାଳୁରୁରୁ ଜଣେ ସାର୍ପ ସୁଟର୍‌ଙ୍କୁ ଧରିଥିବା ସୂଚନା ମିଳିଛି । ଖବର ଅନୁସାରେ, ସାର୍ପ ସୁଟର୍ ଜଣଙ୍କ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ପୀତବାସ ପଣ୍ଡାଙ୍କୁ ହତ୍ୟା ପରେ ଫେରାର୍ ହୋଇ ଯାଇଥିଲା ।

ଏଥିସହ ପଢ଼ନ୍ତୁ: ପୀତବାସ ପଣ୍ଡାଙ୍କୁ ହତ୍ୟା ମାମଲା, ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଲା ପୋଲିସ

ପୀତବାସଙ୍କୁ ହତ୍ୟା ପରେ ବ୍ରହ୍ମପୁର ପୋଲିସ ଏକାଧିକ ଟିମ୍ ଗଠନ କରିଥିଲା । ପଡ଼ୋଶୀ ଆନ୍ଧ୍ର ସହ ବିହାର, ପଶ୍ଚିମବଙ୍ଗ, ଦିଲ୍ଲୀ ଆଦି ୫ ରାଜ୍ୟରେ ପୋଲିସ ଚଢ଼ାଉ କରିଥିଲା । ପୋଲିସର ସ୍ଵତନ୍ତ୍ର ଟିମ୍ ବେଙ୍ଗାଲୁରୁରୁରେ ଚଢ଼ାଉ କରି ସାର୍ପ ସୁଟର୍‌କୁ ଧରି ବ୍ରହ୍ମପୁର ଆଣିଛି । ଗୁଳି କରାଯାଇଥିବା ବନ୍ଧୁକ ମଧ୍ୟ ପୋଲିସ ଜବତ କରିଥିବା ସୂଚନା ମିଳିଛି ।

ଅକ୍ଟୋବର ୬ ତାରିଖର କୁମାର ପୂର୍ଣ୍ଣିମା ରାତିରେ ପୀତବାସଙ୍କୁ ହତ୍ୟା କରାଯାଇଥିଲା । ରାତି ପ୍ରାୟ ୧୦ଟାରେ ପୀତବାସ ତାଙ୍କ ଚ୍ୟାମ୍ବରରେ କାମ ସାରି ସ୍କୁଟିରେ ଘରକୁ ଫେରୁଥିଲେ । ଘରଠୁ ମାତ୍ର ୧୦୦ ମିଟର ଦୂରରେ ଥିବା ବେଳେ ବାଇକ୍‌ରେ ଆସି ଦୁର୍ବୃତ୍ତ ଅତି ପାଖରୁ ଗୁଳି କରିଥିଲେ । ଗେଟ୍ ବଜାରରୁ ନୂଆ ବସଷ୍ଟାଣ୍ଡ ବୈକୁଣ୍ଠନଗର ଅଞ୍ଚଳରେ ଗୁଳି କରି ଫେରାର୍ ହୋଇ ଯାଇଥିଲେ ଦୁର୍ବୃତ୍ତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Brahmapur: Accused in Pitabas Panda Murder Sent to Court | Argus News