Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Rape in AC Coach / ଯାତ୍ରା ହେଲା ଦୁସ୍ଵପ୍ନ ! AC କୋଚ୍‌ରେ ଛାତ୍ରୀଙ୍କୁ ଦୁଷ୍କର୍ମ କଲା TTE

Debashree Debasmita Sahoo
Browse all articles by Debashree Debasmita Sahoo
·4 months ago·2 min read
ଯାତ୍ରା ହେଲା ଦୁସ୍ଵପ୍ନ ! AC କୋଚ୍‌ରେ ଛାତ୍ରୀଙ୍କୁ ଦୁଷ୍କର୍ମ କଲା TTE
Rape in AC Coach

Key Points

ସିଟ୍ ଦେବା ବାହାନାରେ ଛାତ୍ରୀଙ୍କୁ କୋଚ୍ ଡାକିଲା
ଏସି କୋଚ୍ ଭିତରେ କଲା ଦୁଷ୍କର୍ମ
ଗୋରଖପୁର-ଅହମ୍ମଦାବାଦ ଏକ୍ସପ୍ରେସ ଟ୍ରେନରେ ଯୁବତୀଙ୍କୁ ଦୁଷ୍କର୍ମ । ଟିକଟ ନ ଧରି ଚଢିଥିଲେ ଛାତ୍ରୀ । କାର୍ଯ୍ୟାନୁଷ୍ଠାନର ଭୟ ଦେଖାଇ ଟିଟିଇ ଜଣକ ଛାତ୍ରୀଙ୍କୁ ଏସି କ୍ୟାବିନକୁ ଡାକି ନେଇଥିଲା । ଚଳନ୍ତା ଟ୍ରେନରେ କ୍ୟାବିନ ଭିତରେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲା । ଏହି ଘଟଣାରେ ରେଲୱେ ପ୍ରଶାସନ ଟିଟିଇଙ୍କୁ ସସପେଣ୍ଡ କରିଥିବାବେଳେ ସେ ଫେରାର ଅଛି । ଏଥିଲାଗି ରେଲୱେ ପୋଲିସ ଟିଟିଇ ମୁଣ୍ଡରେ ୧୦ ହଜାର ପୁରସ୍କାର ରାଶି ଘୋଷଣା କରାଯାଇଛି । ଅଭିଯୁକ୍ତ ଟିଟିଇ ରାହୁଲ କୁମାର ଏନଇଆରର ବାରଣାସୀ ଡିଭିଜନରେ ନିୟୋଜିତ ଅଛି ।

  • କଣ ଥିଲା ଘଟଣା ?
ଅହମ୍ମଦାବାଦ-ଗୋରଖପୁର ଏକ୍ସପ୍ରେସରେ ଟିଟିଇ ଜଣକ ଏନସିସି କ୍ୟାଡେଟ୍ ଯୁବତୀଙ୍କ ସହିତ ଦୁଷ୍କର୍ମ କରିଛି । ପୀଡ଼ିତା ଜଣକ ପରୀକ୍ଷା ଦେବା ଲାଗି ଉତ୍ତରପ୍ରଦେଶର ମଉକୁ ଯାଇଥିଲେ । ଫେରିବା ସମୟରେ ଭିଡ଼ ଅଧିକଯୋଗୁଁ ଟିକଟ ମିଳିନଥିଲା । ଏଥିଲାଗି ସେ ତରବରିଆ ଭାବେ ଏସି କୋଚ୍‌ରେ ଚଢିଥିଲେ । ଟିଟିଇ ତାକୁ ସିଟ୍‌ ଦେବା ବାହାନାରେ ଏସି କୋଚ୍‌କୁ ନେଇଥିଲା । ଯୁବତୀଙ୍କୁ ପ୍ରଥମେ ଏସି କୋଚ୍‌ରେ ବସାଇଥିଲା ଓ ପରେ କ୍ୟାବିନର କବାଟକୁ ବନ୍ଦ କରିଥିଲା ।

ପଢନ୍ତୁ ଏହି ଖବର: ସୁନା ଛାଡ଼ନ୍ତୁ, କିଣନ୍ତୁ କାକୁଡ଼ି ! ଦର ଶୁଣି ହେବେ ଅବାକ୍

ପ୍ରଥମେ ଯୁବତୀଙ୍କ ସହିତ କଥାବାର୍ତ୍ତା କରିଥିଲା । ହେଲେ କିଛି ସମୟ ପରେ ଟିଟିଇର ବ୍ୟବହାରରେ ପରିବର୍ତ୍ତନ ଆସିଥିଲା । ସେ ଯୁବତୀଙ୍କୁ ବିନା ଟିକଟ୍‌ରେ ଟ୍ରେନରେ ଚଢିବା କଥା କହି ଅସଭ୍ୟ ଆଚରଣ କରିଥିଲା । ଏହାପରେ ଯୁବତୀଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା । ଏସପି ଜିଆରପି ନିବାସ ମିଶ୍ର କହିଛନ୍ତି ଯେ ଯୁବତୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି । ଏହି ଘଟଣା ଗତ ରବିବାର ଘଟିଛି ।

  • ୧୧୨କୁ ଫୋନ କରିଥିଲେ ପୀଡ଼ିତା
ଘଟଣା ପରେ ଯୁବତୀ ଜଣକ ଏ ସମ୍ପର୍କରେ ୧୧୨କୁ କଲ୍ କରିବା ବେଳେ ଅଭିଯୁକ୍ତ ଟିଟିଇ ଟ୍ରେନରୁ ଓହ୍ଲାଇ ଫେରାର ମାରିଥିଲା । ଜିଆରପି ପୋଲିସ କହିଛି ଯେ ପୀଡ଼ିତା ଜଣକ ଅଭିଯୋଗ କରିଥିଲେ । ସେ ଗୋରଖପୁରଠାରେ ଏକ ଭଡ଼ା ଘରେ ରହି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । ଏଥିଲାଗି ସେ ଏନସିସି 'C' ସାର୍ଟିଫିକେଟ୍ ପରୀକ୍ଷା ଦେବା ଲାଗି ମଉ ଆସିଥିଲେ । ପରୀକ୍ଷା ପରେ ସେ ଟ୍ରେନରେ ଚଢିବା ପରେ ତାଙ୍କର ଏହି ଯାତ୍ରା ଦୁଃସ୍ଵପ୍ନ ପାଲଟିଯାଇଛି ।

ଅଧିକ ଖବର ପଢନ୍ତୁ...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
TTE Raped woman passenger inside AC Coach in Ahmedabad Gorakhpur Express | Argus News