Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Akshay Kumar / 'ଅଧା ଶରୀର କଟିଯାଇଥାନ୍ତା'; କାହିଁକି ଏମିତି କହିଲେ ସୁପରଷ୍ଟାର ଅକ୍ଷୟ କୁମାର

Debashree Debasmita Sahoo
Browse all articles by Debashree Debasmita Sahoo
·2 months ago·2 min read
'ଅଧା ଶରୀର କଟିଯାଇଥାନ୍ତା'; କାହିଁକି ଏମିତି କହିଲେ ସୁପରଷ୍ଟାର ଅକ୍ଷୟ କୁମାର
Akshay Kumar

Key Points

ମୃତ୍ୟୁମୁଖରୁ ବର୍ତ୍ତିଲେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର
କହିଲେ ଶରୀର ଦୁଇ ଖଣ୍ଡ ହୋଇଯାଇଥାନ୍ତା
ବଲିଉଡ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ରୋଲ୍ ପାଇଁ ବେଶ ଲୋକପ୍ରିୟ । କମେଡି ସହିତ ସେ ନିଜର ଆକ୍ସନ ଫିଲ୍ମ ପାଇଁ ଦର୍ଶକ ମହଲରେ ଲୋକପ୍ରିୟତା ଅର୍ଜନ କରିଛନ୍ତି । ଅକ୍ଷୟଙ୍କୁ ଫିଲ୍ମରେ ହାଇ-ରିସ୍କ ଷ୍ଟଣ୍ଟ ଓ ଆକ୍ସନ ସିକ୍ଵେନ୍ସ କରିବା ଲାଗି ଭଲ ପାଆନ୍ତି । ସ୍କ୍ରିନରେ ତାଙ୍କୁ ଅନେକ ଦମଦାର ତଥା ବିପଦପୂର୍ଣ୍ଣ ଷ୍ଟଣ୍ଟ ସିନ୍ କରୁଥିବା ଦେଖିବାକୁ ମିଳେ । ଏହି ଷ୍ଟଣ୍ଟକୁ ନେଇ ଅକ୍ଷୟ ଏକ ବଡ଼ ଖୁଲାସା କରିଛନ୍ତି । ନିକଟରେ ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି ଯେ ଷ୍ଟଣ୍ଟ କରିବା ସମୟରେ ଥରେ ନୁହେଁ ତିନି ତିନି ଥର ସେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି ।

  • ଏମିତି ହୋଇଥିଲେ ଦୁର୍ଘଟଣାର ଶିକାର
ଶୁଭଙ୍କର ମିଶ୍ରାଙ୍କ ୟୁଟ୍ୟୁବ ଚ୍ୟାନେଲରେ ସାକ୍ଷାତକାର ସମୟରେ ଅକ୍ଷୟ କୁମାର କହିଛନ୍ତି ଯେ ସେ ନିଜର ତିନୋଟି ଫିଲ୍ମ ସୁଟ୍ କରିବା ସମୟରେ ମୃତ୍ୟମୁଖରେ ପଡ଼ିଥିଲେ । ହେଲେ ଭଗବାନଙ୍କ ଦୟାରୁ ଅଳ୍ପକେ ବର୍ତ୍ତିଯାଇଥିଲେ । ଅକ୍ଷୟ କୁମାର କହିଥିଲେ ଯେ, ଥରେ ଏପରି ଘଟଣା ସୈନିକ ଫିଲ୍ମ ସମୟରେ ହୋଇଥିଲା । ଗୋଟିଏ ବିଲ୍ଡିଂରୁ ଆଉ ଏକ ବିଲ୍ଡିଂକୁ ଯିବାର ଥିଲା । ସେତେବଳେ VFX ନଥିବାରୁ ସବୁକିଛି ନିଜେ କରିବାକୁ ପଡ଼ିଥିଲା । ସେହି ସମୟରେ ସେ ଦୁର୍ଘଟଣାର ଶିକାର ହୋଇଥିଲା, କାରଣ ତାଙ୍କ ହାତ ଥକିଯାଇଥିଲା । ଆଉ ଥରେ ଇଣ୍ଟରନ୍ୟାସନାଲ ଖିଲାଡି ଫିଲ୍ମରେ ବୋଟ୍ ସିନ୍ ସୁଟ୍ କରିବା ସମୟରେ ତାଙ୍କର ଅଧା ଶରୀର କଟିଯାଇଥାନ୍ତା ।



ଏହି ସିନରେ ଆଗପଟୁ ଏକ କାଟାମେରାନ (ଆଗର ଦୁଇ ପଟେ ଧାରୁଆ ଥିବା ଏକ ପ୍ରକାର ବୋଟ୍) ଆସୁଥିଲା ଓ ତାଙ୍କ ବୋଟ୍ ତା' ମଝି ଦେଇ ଯିବାର ଥିଲା । ଏହି ସମୟରେ ସେ ତାଙ୍କ ଶରୀର କଟିଯାଇଥାନ୍ତା, ହେଲେ ସେ ଅଳ୍ପକେ ବର୍ତ୍ତିଯାଇଥିଲେ । 'ଖିଲାଡି ୭୮୬' ଫିଲ୍ମରେ ମଧ୍ୟ ଏକ ଦୁର୍ଘଟଣା ଘଟିଥିଲା । ସେହି ଫିଲ୍ମରେ ତାଙ୍କୁ ହଟ୍ ଏୟାର ବେଲୁନ ଉପରେ ଡାଇଭ୍ କରିବାର ଥିଲା, ହେଲେ ସେ ଅଳ୍ପକେ ବର୍ତ୍ତିଯାଇଥିଲେ ।

ପଢନ୍ତୁ ଏହି ଖବର: ଦୁଇ ଦୁଇଟି ବିବାହ କରିଥିଲେ ଅଭିନେତ୍ରୀ ଚାହତ; ଧର୍ମ ପରିବର୍ତ୍ତନକୁ ନେଇ କହିଲେ ଏମିତି

  • ଅକ୍ଷୟଙ୍କୁ ଷ୍ଟଣ୍ଟ ପାଇଁ ରୋକନ୍ତି କି ଟ୍ଵିଙ୍କଲ ?
ଅଭିନେତାଙ୍କୁ ଯେତେବେଳେ ପଚରାଯାଇଥିଲା ଯେ ଏପରି ବିପଦପୂର୍ଣ୍ଣ ଷ୍ଟଣ୍ଟ କରିବାକୁ ତାଙ୍କୁ ପତ୍ନୀ ଟ୍ଵିଙ୍କଲ ଖାନ୍ନା ରୋକନ୍ତି କି ନାହିଁ, ଏହାର ଉତ୍ତରରେ ସେ କହିଥିଲେ ଯେ ଏବେ ଟ୍ଵିଙ୍କଲ ଏହିସବୁ ପ୍ରତି ଅଭ୍ୟସ୍ତ ହୋଇଗଲେଣି । ସେ ଏହା ମଧ୍ୟ ଜାଣିଛନ୍ତି ଯେ ତାଙ୍କୁ ଅଟକାଇଲେ ସେ ଅଟକିବେ ନାହିଁ ଓ ଷ୍ଟଣ୍ଟ କରିବା ଜାରି ରଖିବେ । ଅକ୍ଷୟ ଯେତେ ବିପଦପୂର୍ଣ୍ଣ ଷ୍ଟଣ୍ଟ କରି ଘରକୁ ଫେରିବା ବିଶ୍ଵାସ ଟ୍ଵିଙ୍କଲ ଅଛି ବୋଲି ସେ କହିଥିଲେ ।

ଏଠାରେ କହିରଖୁଛୁ କି, ଅକ୍ଷୟ କୁମାର ଆଗାମୀ ଫିଲ୍ମ 'ଭୁତ୍ ବଙ୍ଗଲା'ରେ ଦେଖିବାକୁ ମିଳିବ । ଏହି ହରର୍ କମେଡି ଫିଲ୍ମ ସହିତ ଅକ୍ଷୟ ଓ ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ ଯୋଡ଼ି ପୁଣିଥରେ କମବ୍ୟାକ୍ କରିଛନ୍ତି । ଏହାପରେ ଅକ୍ଷୟଙ୍କୁ ଫ୍ୟାନ୍ସ 'ୱେଲକମ୍ ଟୁ ଦ ଜଙ୍ଗଲ', 'ହୈୱାନ' ଓ 'ଗୋଲମାଲ୍ ୫'ରେ ଦେଖିବାକୁ ମିଳିବ ।

ଅଧିକ ଖବର ପଢନ୍ତୁ...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bollywood Superstar Akshay Kumar Recalls Death Experience While Doing Film Stunts | Argus News