Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କ୍ୟାମେରା ଦେଖି ବେସମେଣ୍ଟରେ ଲୁଚିଲେ ପଲକ ତିୱାରୀ; ଏମିତି କହିଲେ Orry

Entertainment

Ibrahim Palak / କ୍ୟାମେରା ଦେଖି ବେସମେଣ୍ଟରେ ଲୁଚିଲେ ପଲକ ତିୱାରୀ; ଏମିତି କହିଲେ Orry

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
କ୍ୟାମେରା ଦେଖି ବେସମେଣ୍ଟରେ ଲୁଚିଲେ ପଲକ ତିୱାରୀ; ଏମିତି କହିଲେ Orry
Ibrahim Ali Khan pushes Palak

Key Points

ପୁଣି ଚର୍ଚ୍ଚାରେ ରୁମର୍ କପଲ୍ ପଲକ ତିୱାରୀ ଓ ଇବ୍ରାହିମ୍ ଖାନ୍
ପାପାରାଜିଙ୍କୁ ଦେଖି ପଲକଙ୍କୁ ଧକ୍କା ମାରିଲେ ସାରାଙ୍କ ଭାଇ ଇବ୍ରାହିମ
ବେସମେଣ୍ଟରେ ଲୁଚିଲେ ପଲକ, ଭାଇରାଲ ଭିଡିଓରେ ଏମିତି କହିଲେ ଓରି
ବଲିଉଡ ନୱାବ ସୈଫ ଅଲ୍ଲୀ ଖାନଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାନଙ୍କୁ ରୁମର ଗର୍ଲଫ୍ରେଣ୍ଡ ପଲକ ତିୱାରୀଙ୍କ ସହିତ ଏକାଠି ଅନେକ ଥର ଦେଖାଯାଇଛି । ଉଭୟ ପାପାରାଜିଙ୍କ କ୍ୟାମେରାରୁ ଲୁଚୁଥିବା ମଧ୍ୟ ଦେଖିବାକୁ ମିଳେ । ଉଭୟ ପୁଣି ଥରେ ସାଥୀରେ ଦେଖିବାକୁ ମିଳିଥିବାବେଳେ ପାପାରାଜିଙ୍କୁ ଦେଖି ପଲକଙ୍କୁ ଧକ୍କା ଦେଇଥିଲେ ଇବ୍ରାହିମ୍ ଓ ବେସମେଣ୍ଟରେ ଲୁଚିଲେ ପଲକ, ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା ହେଉଛି । ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଭିଡିଓରେ ଓରିଙ୍କ କମେଣ୍ଟ ଏହି ଚର୍ଚ୍ଚାକୁ ଆହୁରି ବଢାଇଛି ।

ମୁଭି ଡେଟ୍ ପରେ ଇବ୍ରାହିମ ଅଲ୍ଲୀ ଖାନ ଓ ପଲକ ତିୱାରୀ ମଲରୁ ବାହାରକୁ ବାହାରୁଥିଲେ । ଠିକ୍ ଏହି ସମୟରେ ସେଠାରେ ପାପାରାଜିଙ୍କ ଏଣ୍ଟ୍ରି ହୋଇଥିଲା । ପଲକ ମଲରୁ ବାହାରୁଥିବାବେଳେ ଇବ୍ରାହିମ ତାଙ୍କୁ ପଛକୁ ଠେଲି ଦେଇ ପାପାରାଜିଙ୍କ କ୍ୟାମେରାରୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ । ମାତ୍ର ପାପାରାଜି ଏହାପରେ ପଲକଙ୍କୁ ପିଛା କରିଥିଲେ ଓ ପଲକ ବେସମେଣ୍ଟରେ ମିଳିଥିଲେ । ଏହି ଭିଡିଓଟି ମୁମ୍ବାଇର ଜୁହୁ ସ୍ଥିତି ପିଭିଆରର କୁହାଯାଉଛି ।

ଭିଡିଓଟି ଭାଇରାଲ ହେବା ପରେ ପଲକ ଓ ଇବ୍ରାହିମଙ୍କୁ ଟ୍ରୋଲ୍ କରାଯାଇଛି । ଜଣେ ୟୁଜର ଲେଖିଛନ୍ତି ଯେ 'ଯଦି ସାଥୀରେ ବୁଲୁଛ, ତେବେ କ୍ୟାମେରାଠାରୁ ଲୁଚିବା କଣ ଆବଶ୍ୟକ ।' ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, "ଭାଇ ଧକ୍କା ଦେବାର କଣ ଆବଶ୍ୟକତା ଥିଲା ?" ଭିଡିଓରେ ଇବ୍ରାହିମ ଯେକୌଣସି ପରିସ୍ଥିତିରେ ପଲକଙ୍କୁ କ୍ୟାମେରାରୁ ବଞ୍ଚାଇବା ଲାଗି ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି ।

  • ପଲକଙ୍କୁ ଡେଟ୍ କରୁଛନ୍ତି କି ଇବ୍ରାହିମ ?
ଇବ୍ରାହିମ ଅଲ୍ଲୀ ଖାନ ଓ ପଲକ ତିୱାରୀ ଜାନୁଆରୀ ୨୦୨୨ରୁ ପରସ୍ପର ସହିତ ଏକାଠି ନଜର ଆସୁଛନ୍ତି । ଉଭୟଙ୍କ ଡେଟିଂ ଖବର ମଧ୍ୟ ସାମ୍ନାକୁ ଆସିଛି, କିନ୍ତୁ ସେମାନେ ନିଜକୁ ଭଲ ବନ୍ଧୁ ବୋଲି ପରିଚୟ ଦେଇଥାନ୍ତି । ଉଭୟ ବାହାରେ ଛୁଟି କାଟିବା ପରେ ଏୟାରପୋର୍ଟରେ ଉଭୟଙ୍କୁ ଅଲଗା ଅଲଗା ସ୍ପଟ୍ କରାଯାଇଛି । ଦୁହେଁ ଛୁଟିରୁ ଆସିବା ପରେ ଅଲଗା ଅଲଗା ସମୟରେ ଏୟାରପୋର୍ଟରୁ ବାହାରୁଥିଲେ । କିନ୍ତୁ ଏଥର ଉଭୟ କ୍ୟାମେରାରେ କଏଦ ହୋଇଛନ୍ତି ।


  • ଓରିଙ୍କ କମେଣ୍ଟକୁ ନେଇ ଚର୍ଚ୍ଚା
ଭିଡିଓରେ ଉଭୟ ଆସିବାବେଳେ ପଲକ ମାସ୍କ ଲଗାଇଥିବା ଦେଖିବାକୁ ମିଳିଛି । ଏହି ଭିଡିଓଟି ଭାଇରାଲ ହେବା ପରେ ସେଥିରେ ଓରି କମେଣ୍ଟ କରି ଲେଖିଛନ୍ତି, "ତା' ସହିତ କ୍ୟାମେରାରେ କଏଦ ନ ହେବା ପାଇଁ ସେ ଯେଉଁଭଳି ଭାବେ ତାକୁ ଧକ୍କା ଦେଲା...." ଏହାପରେ ଓରିଙ୍କ କମେଣ୍ଟରେ ୟୁଜର ବିଭିନ୍ନ ପ୍ରକାର ମତ ରଖୁଥିବା ଦେଖିବାକୁ ମିଳିଛି । କିଛି ୟୁଜର ପଲକଙ୍କ ମାଆ ତଥା ଟେଲିଭିଜିନର ଜଣାଶୁଣା ଅଭିନେତ୍ରୀ ଶ୍ଵେତା ତିୱାରୀଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, "ଦେଖ, ତୁମ ଝିଅ ଧରାପଡ଼ିଛନ୍ତି ।" ଅନ୍ୟପଟେ କିଛି ୟୁଜର ପାପାରାଜିଙ୍କୁ ସମାଲୋଚନା କରିଛନ୍ତି ।

ପଢନ୍ତୁ ଏହି ଖବର: ଶ୍ରେୟାସ ଆୟରଙ୍କୁ ଡେଟ୍ କରିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ; କହିଦେଲେ ହୃଦୟର କଥା
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ibrahim Ali Khan Pushes Palak Tiwari Behind Him as Paparazzi Crowd Around; Video Goes Viral | Argus News