Fake Teeth / ମଡେଲଙ୍କ ବତିଶି ଦେଲା ଧୋକା ! ସମସ୍ତଙ୍କ ଆଗରେ ଖସିପଡ଼ିଲା ନକଲି ଦାନ୍ତ
·3 months ago·2 min read

Key Points
ମିସ୍ ଗ୍ରାଣ୍ଡ ଥାଇଲାଣ୍ଡ ୨୦୨୬ରୁ ଆସିଲା ବିରଳ ଦୃଶ୍ୟ
ରାମ୍ପ ୱକ୍ କରିବା ସମୟରେ ବିତିଶି ଦେଲା ଧୋକା
ସମସ୍ତଙ୍କ ସମ୍ମୁଖରେ ଖସିପଡ଼ିଲା ମଡେଲଙ୍କ ନକଲି ଦାନ୍ତ

ଗ୍ଲାମର ଓ ବ୍ୟୁଟି ପାଜେଣ୍ଟ ପ୍ରତିଯୋଗିତାରେ ଗୋଟିଏ ଛୋଟ ଭୁଲ ପ୍ରତିଯୋଗୀଙ୍କ ସ୍ଵପ୍ନକୁ ଭାଙ୍ଗିଦିଏ । ମଞ୍ଚ ଉପରୁ ବେଳେବେଳେ ଏପରି 'Oops' ମୁମେଣ୍ଟ ବା ମୁହୂର୍ତ୍ତ ସାମ୍ନାକୁ ଆସେ ଯାହାକି ପ୍ରତିଯୋଗୀଙ୍କୁ ଲଜ୍ଜିତ କରିଥାଏ । ନିକଟରେ ମିସ୍ ଗ୍ରାଣ୍ଡ ଥାଇଲାଣ୍ଡ ୨୦୨୬ରେ କିଛି ଏପରି ଘଟଣା ଦେଖିବାକୁ ମିଳିଛି । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ମଡେଲ କମୋଲୱନ୍ ଚାନାଗୋ (Kamolwan Chanago)ଙ୍କ ସହ ଏପରି କିଛି ଘଟିଛି ।
ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଭିଡିଓ ଅନୁଯାୟୀ, କମୋଲୱନ୍ ରାମ୍ପରେ ଚାଲୁଥିଲେ, ଏହାପରେ ସେ ମାଇକ୍ ଆଗରେ ଛିଡ଼ା ହୋଇ କିଛି କହିବା ସହ ହସୁଥିଲେ ମଧ୍ୟ । ଠିକ୍ ଏହି ସମୟରେ ତାଙ୍କର ନକଲି ଦାନ୍ତ ଖସିପଡ଼ିଥିଲା । ହେଲେ ସେ ହାର ମାନିନଥିଲେ କି ଲଜ୍ଜିତ ଅନୁଭବ କରିନଥିଲେ । ବରଂ ସେ ନିଜର ନକଲି ଦାନ୍ତକୁ ହାତରେ ବାହାର କରି ପୁଣି ନିଜର ଅଭିଭାଷଣ ରଖିଥିଲେ । ଯାହାକୁ ସୋସିଆଲ ମିଡିଆରେ ବେଶ ପ୍ରଶଂସା କରାଯାଉଛି । ଏଥିରେ ମଡେଲଙ୍କ ଆତ୍ମବିଶ୍ଵାସ ସ୍ପଷ୍ଟ ଭାବେ ନଜର ଆସିଛି ବୋଲି ନେଟିଜେନ୍ସ କହିଛନ୍ତି ।
ପଢନ୍ତୁ ଏହି ଖବର: କିଏ ଅମିତା ସିଂହ ତୋମାର ? କେବିସିରୁ ଲକ୍ଷ ଲକ୍ଷ ଜିତିଥିଲେ, ଏବେ ଯିବେ ଜେଲ୍
ଏହି ଘଟଣା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଜଣେ ୟୁଜର ଏହି ଭିଡିଓରେ କମେଣ୍ଟ ଦେଇ ଲେଖିଛନ୍ତି, "ସୌନ୍ଦର୍ଯ୍ୟତା କେବଳ ଚମକପୂର୍ଣ୍ଣ ଦାନ୍ତରେ ନୁହେଁ, ବରଂ ଆତ୍ମବିଶ୍ଵାସରେ ରହିଥାଏ ।" ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, "ନିଜକୁ ଦୁନିଆ ସାମ୍ନାରେ ପରଫେକ୍ଟ ଦେଖାଇବା ପରିବର୍ତ୍ତେ, ନିଜର ଅକ୍ଷମତାକୁ ସର୍ବସମ୍ମୁଖରେ ସ୍ଵୀକାର କରିବା ମଧ୍ୟ ଅସଲି ସୌନ୍ଦର୍ଯ୍ୟତା ।"
ଅଧିକ ଖବର ପଢନ୍ତୁ...

- କିଏ ଏହି ମଡେଲ ?
ଅଧିକ ଖବର ପଢନ୍ତୁ...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories