2026 El Nino Alert / ରେକର୍ଡ଼ ଭାଙ୍ଗିବ ଏଲ୍ ନିନୋ; ତାତି ଉଠିବ ପ୍ରଶାନ୍ତ ମହାସାଗର
·3 months ago·3 min read

Key Points
ପ୍ରଶାନ୍ତ ମହାସାଗରର ତାପମାତ୍ରା ବୃଦ୍ଧି ପାଇବାର ସଙ୍କେତ ଦେଖାଯାଉଛି। ସଦ୍ୟତମ ପୂର୍ବାନୁମାନ ଏକ ଜଳବାୟୁ ଢାଞ୍ଚା ପ୍ରତି ଇଙ୍ଗିତ କରୁଛି ଯାହା ସାରା ବିଶ୍ୱରେ ପାଗ ପରିବର୍ତ୍ତନ କରିପାରେ। ଯାହାର ପ୍ରଭାବ ବହୁଦୂର ପର୍ଯ୍ୟନ୍ତ ଅନୁଭବ ହୋଇପାରେ।
2026 El Nino Global Imapct: ଚଳିତ ବର୍ଷ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଛି ଏକ ଶକ୍ତିଶାଳୀ ଏଲ୍ ନିନୋ। ୟୁରୋପୀୟ ମଧ୍ୟମ-ପରିସର ପାଣିପାଗ ପୂର୍ବାନୁମାନ କେନ୍ଦ୍ର (ECMWF) ପକ୍ଷରୁ ହୋଇଥିବା ନୂତନ ପୂର୍ବାନୁମାନ ଅନୁଯାୟୀ ଏଲ୍ ନିନୋ କାରଣରୁ ପ୍ରଶାନ୍ତ ମହାସାଗରର ତାପମାତ୍ରା ବୃଦ୍ଧି ପାଇବ। ଏକ ସଦ୍ୟତମ ଆକଳନ ଅନୁସାରେ ନଭେମ୍ବର ସୁଦ୍ଧା ବିଷୁବ ପ୍ରଶାନ୍ତ ମହାସାଗରର ଏକ ପ୍ରମୁଖ ଅଞ୍ଚଳରେ ତାପମାତ୍ରା ହାରାହାରି ଠାରୁ ପ୍ରାୟ ୩.୫ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।
ଅନ୍ୟ କିଛି ପୂର୍ବାନୁମାନ ଏହା ଠାରୁ ଅଧିକ ତାପମାତ୍ରା ବୃଦ୍ଧି ହେବା ନେଇ ପୂର୍ବାନୁମାନ କରୁଛି। ଯଦି ଏହି ଆକଳନ ବାସ୍ତବତାରେ ପରିଣତ ହୁଏ, ତାହେଲେ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ପରିଲକ୍ଷିତ ହୋଇଥିବା ସବୁଠାରୁ ତୀବ୍ର ଏଲ୍ ନିନୋ ଘଟଣା ମଧ୍ୟରେ ସ୍ଥାନ ପାଇବ। ଯାହା ବିଶ୍ୱର ବିଭିନ୍ନ ଭାଗରେ ପାଣିପାଗ ଢାଞ୍ଚାକୁ ପ୍ରଭାବିତ କରିବାର ସାମର୍ଥ୍ୟ ରଖିଛି।
ଏଲ୍ ନିନୋ ପାଇଁ ତାତି ଉଠିବ ପ୍ରଶାନ୍ତ ମହାସାଗର
ଏଲ୍ ନିନୋ ହେଉଛି ଏକ ପ୍ରାକୃତିକ ଜଳବାୟୁ ଢାଞ୍ଚା। ଏହାର ପ୍ରଭାବ ସେତେବେଳେ ଅନୁଭବ ହୋଇଥାଏ ଯେତେବେଳେ କେନ୍ଦ୍ରୀୟ ଏବଂ ପୂର୍ବ ଉଷ୍ଣକଟିବନ୍ଧୀୟ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ସମୁଦ୍ର ପୃଷ୍ଠଭାଗର ତାପମାତ୍ରା ଅସାଧାରଣ ଭାବରେ ବଢିଯାଏ। ଯଦିଓ ଏହି ତାପମାତ୍ରା ବୃଦ୍ଧି ଅନେକ ଦେଶ ଠାରୁ ବହୁତ ଦୂରରେ ଘଟିଥାଏ, ହେଲେ ଏହା ସାରା ବିଶ୍ୱରେ ପାଣିପାଗ ଢାଞ୍ଚାକୁ ପ୍ରଭାବିତ କରିବାର ସାମର୍ଥ୍ୟ ରଖିଥାଏ। ଯାହା ଦ୍ୱାରା ଅସମୟରେ ବର୍ଷା, ତାପମାତ୍ରା ବୃଦ୍ଧି, ମରୁଡି, ବନ୍ୟା ଏବଂ ଝଡ଼ ଆଦି ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ ହୋଇଥାଏ। ECMWF (European Centre for Medium-Range Weather Forecasts) ଦ୍ୱାରା ହୋଇଥିବା ସଦ୍ୟତମ ପୂର୍ବାନୁମାନ ଅନୁସାରେ ଏଥର ବହୁତ ଅଧିକ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହୁଛି। ଯାହା ସାରା ବିଶ୍ୱରେ ପାଣିପାଗ ବିଜ୍ଞାନୀଙ୍କ ଧ୍ୟାନ ଆକର୍ଷଣ କରିଛି।
ଏହା ସହ ପଢନ୍ତୁ: ସକ୍ରିୟ ହେବାରେ ଲାଗିଛି 'ଏଲ୍ ନିନୋ'; ଆହୁରି ବଢିବ ଗରମ
ବିଶ୍ୱର ବିଭିନ୍ନ ପାଣିପାଗ ଏଜେନ୍ସି ବର୍ତ୍ତମାନ ବିଷୁବ ପ୍ରଶାନ୍ତ ମହାସାଗର ଅଞ୍ଚଳ ଉପରେ ସତର୍କ ନଜର ରଖିଛି। ଯାହା ବୈଶ୍ୱିକ ଜଳବାୟୁ ପ୍ରଣାଳୀର ଏକ ପ୍ରମୁଖ କାରକ ଭାବରେ କାର୍ଯ୍ୟ କରିଥାଏ। ଯେତେବେଳେ ସେହି ଅଞ୍ଚଳରେ ସମୁଦ୍ରର ତାପମାତ୍ରାରେ ଉଲ୍ଲେଖନୀୟ ବୃଦ୍ଧି ହୋଇଥାଏ, ସେତେବେଳେ ବାୟୁମଣ୍ଡଳୀୟ ପରିଚଳନ ଢାଞ୍ଚାରେ ପରିବର୍ତ୍ତନ ହୋଇଥାଏ। ଯାହା ବିଭିନ୍ନ ମହାଦେଶର ପାଣିପାଗକୁ ପ୍ରଭାବିତ କରିଥାଏ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଲ୍ ନିନୋ ଭଳି ଘଟଣା କାରଣରୁ କିଛି ଅଞ୍ଚଳରେ ଗୁରୁତର ମରୁଡ଼ି, ଅନ୍ୟ ଅଞ୍ଚଳରେ ଅତ୍ୟଧିକ ବର୍ଷା ଏବଂ ରେକର୍ଡ ଭାଙ୍ଗିବା ଭଳି ତାପମାତ୍ରା ବୃଦ୍ଧି ଦେଖିବାକୁ ମିଳିଥାଏ। ଏବେ ପାଣିପାଗ ବିଜ୍ଞାନୀ ପ୍ରଶାନ୍ତ ମହାସାଗରେ ହେଉଥିବା ତାପମାତ୍ରା ପରିବର୍ତ୍ତନ ଉପରେ ସତର୍କ ନଜର ରଖିଛନ୍ତି। କାରଣ ଛୋଟ ପରିବର୍ତ୍ତନ ମଧ୍ୟ ହଜାର ହଜାର କିଲୋମିଟର ଦୂର ସ୍ଥାନର ପାଣିପାଗକୁ ମଧ୍ୟ ପ୍ରଭାବିତ କରିପାରେ।
କ'ଣ ରହିଛି ଭାରତ ଉପରେ ପ୍ରଭାବ?
ଭାରତ ପାଇଁ ଏଲ ନିନୋ ବିଶେଷ ଭାବରେ ଗୁରୁତ୍ୱପୂର୍ଣ୍ଣ। କାରଣ ଏହା ପ୍ରାୟତଃ ଦକ୍ଷିଣ-ପଶ୍ଚିମ ମୌସୁମୀକୁ ପ୍ରଭାବିତ କରେ। ଯାହା ଦେଶର ହେଉଥିବା ବାର୍ଷିକ ବୃଷ୍ଟିପାତର ପ୍ରାୟ ୭୦% ବର୍ଷା କରାଇଥାଏ। ଯଦିଓ ପ୍ରତ୍ୟେକ ଏଲ୍ ନିନୋ ସ୍ୱୟଂଚାଳିତ ଭାବରେ ଖରାପ ମୌସୁମୀ ବର୍ଷାର କାରଣ ହୁଏ ନାହିଁ, ହେଲେ ଭାରତର ଅନେକ ମରୁଡ଼ି ବର୍ଷ ଶକ୍ତିଶାଳୀ ଏଲ ନିନୋ ଘଟଣା ସହିତ ଜଡ଼ିତ।
ଏହା ସହ ପଢନ୍ତୁ: କେବେ ଆସିଥିଲା ଶେଷ ସୁପର ଏଲ୍ ନିନୋ? ଲୋକଙ୍କ ଉପରେ କିପରି ପଡ଼ିଥିଲା ଏହାର ପ୍ରଭାବ?
ଚଳିତ ବର୍ଷ ଶେଷ ଭାଗରେ ଏକ ଶକ୍ତିଶାଳୀ ଏଲ୍ ନିନୋ ଭାରତର ପାଣିପାଗ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହୋଇପାରେ। ଜଳବାୟୁ ବିଶେଷଜ୍ଞ ତାପମାତ୍ରା ଉପରେ ଏହାର ପ୍ରଭାବ ଉପରେ ମଧ୍ୟ ସତର୍କ ନଜର ରଖିବେ। କାରଣ ଏଲ୍ ନିନୋ ବର୍ଷ ବିଶ୍ୱବ୍ୟାପୀ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନାକୁ ବୃଦ୍ଧି କରିଥାଏ। ହେଲେ ତଥାପି ପାଣିପାଗ ବିଜ୍ଞାନୀ ସତର୍କ କରାଇ ଦେଇଛନ୍ତି ଯେ ଆଗାମୀ ମାସରେ ଋତୁକାଳୀନ ପୂର୍ବାନୁମାନ ପରିବର୍ତ୍ତନ ହୋଇପାରେ।
ଏଲ୍ ନିନୋ ଯଥେଷ୍ଟ ଶକ୍ତିଶାଳୀ ହେବା ନେଇ ପୂର୍ବାନୁମାନ କରା ଯାଉଥିବା ବେଳେ, ଏହାର ପ୍ରଭାବ ଏବେ ଅନିଶ୍ଚିତ ରହିଛି। ଏଥର ବର୍ଷ ସାରା ବିଶ୍ୱ ଜଳବାୟୁ ସଂସ୍ଥା ସମୁଦ୍ରର ତାପମାତ୍ରା ଏବଂ ବାୟୁମଣ୍ଡଳୀୟ ପରିସ୍ଥିତି ଉପରେ ନଜର ରଖିବା ଜାରି ରଖିବେ। ଆଗାମୀ କିଛି ମାସ ମଧ୍ୟରେ ପୂର୍ବାନୁମାନରୁ ଏହା ସ୍ପଷ୍ଟ ହୋଇଯିବ ଯେ ପ୍ରଶାନ୍ତ ମହାସାଗରର ପୃଷ୍ଠ ଭାଗର ତାପମାତ୍ରା ବୃଦ୍ଧି ଜାରି ରହିଛି ନାଁ ନାହିଁ। ଏହା ଭାରତର ମୌସୁମୀ ଏବଂ ବୈଶ୍ୱିକ ତାପମାତ୍ରା ଢାଞ୍ଚା ସମେତ ଆଞ୍ଚଳିକ ପାଣିପାଗ ବ୍ୟବସ୍ଥାକୁ କେତେ ମାତ୍ରାରେ ପ୍ରଭାବିତ କରିବ।

Related Topics
Explore more stories
2026 El Nino2026 El Nino Global ImapctEl Niño 2026 updatePacific Ocean warming 2026Record El Niño 2026Climate change 2026Super El NiñoPacific Ocean temperature rise 3.5 degreesStrongest El Niño on record 2026Global weather disruption 2026Extreme weather anomalies 2026Ocean Niño Index record numbersOcean temperature anomaly 2026