|
logo
Live
Argus News App
GET APP

Argus News - ଯୁଦ୍ଧ ଭିତରେ ଆମେରିକାରେ ଫୁଟିଲା ଗୁଳି; ଚାଲିଗଲା ୪ ଜଣଙ୍କ ଜୀବନ, ଭାରତୀୟ ବି ସାମିଲ

International

America Firing / ଯୁଦ୍ଧ ଭିତରେ ଆମେରିକାରେ ଫୁଟିଲା ଗୁଳି; ଚାଲିଗଲା ୪ ଜଣଙ୍କ ଜୀବନ, ଭାରତୀୟ ବି ସାମିଲ

Debashree Debasmita Sahoo
Browse all articles by Debashree Debasmita Sahoo
·1 month ago·2 min read
ଯୁଦ୍ଧ ଭିତରେ ଆମେରିକାରେ ଫୁଟିଲା ଗୁଳି; ଚାଲିଗଲା ୪ ଜଣଙ୍କ ଜୀବନ, ଭାରତୀୟ ବି ସାମିଲ
America Firing

Key Points

ଆମେରିକା-ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ସ୍ଥିତି
ଏହାରି ଭିତରେ ଆମରେିକାର ଟେକ୍ସାସରେ ଗୁଳିକାଣ୍ଡ
ଚାଲିଗଲା ଭାରତୀୟ ଛାତ୍ରୀଙ୍କ ଜୀବନ
ଗୋଟିଏ ପଟେ ଇରାନ-ଇସ୍ରାଏଲ ଓ ଆମେରିକା ମଧ୍ୟରେ ଭୟାବହ ଯୁଦ୍ଧ ଚାଲିଛି । ସେପଟେ ଆମେରିକାର ଟେକ୍ସାସରେ ଘଟିଛି ଗୁଳିକାଣ୍ଡ । ଏଥିରେ ମୋଟ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସେଥିରେ ଜଣେ ୨୧ ବର୍ଷୀୟ ମୂଳ ଭାରତୀୟ ଛାତ୍ରୀ ଅଛନ୍ତି । ଉକ୍ତ ଭାରତୀୟ-ଆମେରିକୀୟ ଛାତ୍ରୀଙ୍କ ନାମ ସବିତା ଶାନ ବୋଲି ଜଣାପଡ଼ିଛି । ଆମେରିକୀୟ ଅଧିକାରୀମାନେ ଏହି ଗୁଳିକାଣ୍ଡକୁ ସମ୍ଭାବ୍ୟ ଆତଙ୍କବାଦୀ ଲିଙ୍କ ଦିଗରେ ତଦନ୍ତ କରୁଛନ୍ତି ।

ରିପୋର୍ଟ ଅନୁସାରେ, ଏହି ଗୁଳିକାଣ୍ଡ ରବିବାର ରାତି ପ୍ରାୟ ୧.୫୯ଟାରେ (ସ୍ଥାନୀୟ) ବୁଫୋର୍ଡର ବ୍ୟାକୟାର୍ଡ ବିୟର ଗାର୍ଡେନରେ ହୋଇଥିଲା । ପୋଲିସ ଆକ୍ରମଣକାରୀକୁ ଘଟଣାସ୍ଥଳରେ ଆୟତ୍ତ କରି ଗୁଳି କରିଥିଲା । ସନ୍ଦିଗ୍ଦ ଜଣକ ୫୩ ବର୍ଷୀୟ ନାଡିୟାଗା ଡାୟଗ୍ନେ ବୋଲି ଜଣାପଡ଼ିଛି, ଯିଏକି ଜଣେ ଆମେରିକୀୟ ନାଗରିକ । ପୋଲିସ ଏହା ମଧ୍ୟ କହିଛି ଯେ ସନ୍ଦିଗ୍ଧ ଘରୁ ଇରାନୀ ଜାତୀୟ ପତାକା ଓ ହିଂସାତ୍ମକ କିଛି ଲେଖା ମିଳିଛି ।

  • SUVରେ ଆସି କରିଥିଲା ଗୁଳି ବର୍ଷା
ପ୍ରତ୍ୟକ୍ଷଦର୍ଶୀମାନେ ପୋଲିସକୁ କହିଛନ୍ତି ଯେ ସନ୍ଦିଗ୍ଧ ବ୍ୟକ୍ତି ପ୍ରଥମେ ଏକ SUVରୁ ଗୁଳି ଚଳାଇଥିଲା ଏବଂ ତା'ପରେ ଏକ ରାଇଫଲ୍ ସହିତ ଗାଡ଼ିରୁ ବାହାରି ଆସିଥିଲା । ଅଷ୍ଟିନ୍ ପୋଲିସ ପ୍ରାଥମିକ ଜରୁରୀକାଳୀନ କଲ୍ କରିବାର ପ୍ରାୟ ଗୋଟିଏ ମିନିଟ୍ ମଧ୍ୟରେ ବନ୍ଧୁକଧାରୀକୁ ଧରିଥିଲା । ଏହି ଘଟଣାରେ ସନ୍ଦିଗ୍ଧ ବ୍ୟକ୍ତି ସମେତ ମୋଟ ଚାରି ଜଣଙ୍କର ମୃତ୍ୟୁ ଘଟିଛି ।

ପଢନ୍ତୁ ଏହି ଖବର: ସମୁଦ୍ର ଭିତରେ ତେଲ ଟାଙ୍କି ଉପରେ ବଡ଼ ଆକ୍ରମଣ; ଜଣେ ଭାରତୀୟ ମୃତ

  • କଣ କହିଲେ ଆହତ ଛାତ୍ର ?
ଆହତମାନଙ୍କ ମଧ୍ୟରୁ ଜଣେ, ଟେକ୍ସାସ ବିଶ୍ୱବିଦ୍ୟାଳୟର୨୧ ବର୍ଷୀୟ ଛାତ୍ର କରଣ ଭକ୍ତ କହିଛନ୍ତି ଯେ ସେ ବନ୍ଧୁମାନଙ୍କ ସହିତ ବୁଲୁଥିବା ସମୟରେ ଏକ ଗୁଳି ତାଙ୍କ ମୁଣ୍ଡରେ ବାଜିଥିଲା । ଅଷ୍ଟିନ୍ ପୋଲିସ ମୁଖ୍ୟ ଲିସା ଡେଭିସ୍ ସୋମବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ଗୁଳିକାଣ୍ଡରେ ମୃତ୍ୟୁ ଘଟିଥିବା ରାଇଡର ହାରିଂଟନ୍ ଏବଂ ମୂଳ ଭାରତୀୟ ଶାନଙ୍କ ପରିଚୟ ନିଶ୍ଚିତ କରିଛନ୍ତି ।

ଅଷ୍ଟିନର ବାସିନ୍ଦା ସବିତା ଶାନ ଅଷ୍ଟିନର ଟେକ୍ସାସ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଥିଲେ । ତାଙ୍କର ପାଠ୍ୟକ୍ରମ କିଛି ମାସ ମଧ୍ୟରେ ସମାପ୍ତ ହେବାର ଥିଲା । ବିଶ୍ୱବିଦ୍ୟାଳୟ ଅଧିକାରୀମାନେ ତାଙ୍କୁ ମ୍ୟାନେଜମେଣ୍ଟ ଇନଫର୍ମେସନ ସିଷ୍ଟମ ଏବଂ ଅର୍ଥନୀତି ଅଧ୍ୟୟନ କରୁଥିବା ଜଣେ ଉତ୍କୃଷ୍ଟ ଛାତ୍ର ନେତ୍ରୀ ଭାବରେ ବର୍ଣ୍ଣନା କରିଥିଲେ । ତେବେ ଶାନଙ୍କ ମୃତ୍ୟୁ ପାଇଁ ଟେକ୍ସାସର ଭାରତୀୟ-ଆମେରିକୀୟ ସମ୍ପ୍ରଦାୟ ଶୋକ ପ୍ରକାଶ କରିଛନ୍ତି ।

ଅଧିକ ଖବର ପଢନ୍ତୁ...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
America Firing: ଯୁଦ୍ଧ ଭିତରେ ଆମେରିକାରେ ଫୁଟିଲା ଗୁଳି; ଚାଲିଗଲା ୪ ଜଣଙ୍କ ଜୀବନ, ଭାରତୀୟ ବି ସାମିଲ | Argus News