Sheikh Hasina Return / ଶେଖ ହସିନାଙ୍କ ଭାଗ୍ୟ ଏବେ କାହା ହାତରେ ? ଫେରିଯିବେ କି ବାଂଲାଦେଶ ?
·3 hours ago·3 min read

Key Points
ସ୍ଵଦେଶ ଫେରିଯିବେ କି ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା
ବାରମ୍ବାର ଦେଶକୁ ପଠାଇବାକୁ ଦାବି କରୁଛି ବାଂଲାଦେଶ
କଣ କହିଲା ଭାରତ ? ଏବେ କଣ କରିବେ ହସିନା ?
ବାରମ୍ବାର ଦେଶକୁ ପଠାଇବାକୁ ଦାବି କରୁଛି ବାଂଲାଦେଶ
କଣ କହିଲା ଭାରତ ? ଏବେ କଣ କରିବେ ହସିନା ?
ବାଂଲାଦେଶରେ ତାରିକ ରହମାନଙ୍କ ନେତୃତ୍ୱରେ ନୂତନ ସରକାର ଗଠନ ହେବା ପରଠାରୁ ଭାରତ ସହିତ ବାଂଲାଦେଶର ସମ୍ପର୍କରେ ଉନ୍ନତି ଆସିଛି । ମାତ୍ର ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟାର୍ପଣ ପ୍ରସଙ୍ଗ ଦୁଇ ଦେଶ ପାଇଁ ଏକ କଣ୍ଟା ହୋଇ ରହିଛି । ହସିନାଙ୍କୁ ସ୍ଵଦେଶ ପଠାଇବାକୁ ବାରମ୍ବାର ବାଂଲାଦେଶ ଦାବି କରୁଛି । ଏପରିକି ନିକଟରେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଖଲିଲୁର ରହମାନ ଦିଲ୍ଲୀ ଗସ୍ତ ସମୟରେ ସମାନ ପ୍ରସଙ୍ଗ ଉଠାଇଥିଲେ । ଶେଷରେ ଏହା ଉପରେ ପ୍ରତିକ୍ରିୟା ରଖିଛି ଭାରତ ।
ଭାରତ ସ୍ପଷ୍ଟ କରିଛି ଯେ ଢାକାର ଅନୁରୋଧ ବର୍ତ୍ତମାନ ନ୍ୟାୟିକ ଏବଂ ଆଇନଗତ ପ୍ରକ୍ରିୟା ମାଧ୍ୟମରେ ବିଚାର କରାଯାଉଛି । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, "ଶେଖ ହସିନାଙ୍କ ପ୍ରତ୍ୟାର୍ପଣ ନେଇ ଆମ ନିକଟରେ ଏକ ଅନୁରୋଧ ପତ୍ର ପହଞ୍ଚିଛି । ଏହି ମାମଲା ବର୍ତ୍ତମାନ ସମୀକ୍ଷାାଧୀନ ଏବଂ ଭାରତ ଏହି ପ୍ରସଙ୍ଗରେ ସମସ୍ତ ପକ୍ଷଙ୍କ ସହିତ ଗଠନମୂଳକ ଭାବରେ ଯୋଗାଯୋଗ ଜାରି ରଖିବ ।"
ଏଠାରେ କହିରଖୁଛୁ କି, ଅଗଷ୍ଟ ୨୦୨୪ରେ ଶେଖ ହସିନାଙ୍କ ସରକାରର ପତନ ପରେ ୭୮ ବର୍ଷୀୟା ହସିନା ଢାକାରୁ ଭାରତ ପଳାଇ ଆସିଥିଲେ । ସେହି ସମୟରେ ସାରା ଦେଶରେ ବ୍ୟାପକ ସରକାର ବିରୋଧୀ ପ୍ରତିବାଦ ଦେଖିବାକୁ ମିଳିଥିଲା, ଯାହା ତାଙ୍କୁ ଦେଶ ଛାଡିବାକୁ ବାଧ୍ୟ କରିଥିଲା । ନିକଟରେ ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଖଲିଲୁର ରହମାନ ନୂଆଦିଲ୍ଲୀ ଗସ୍ତ ସମୟରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ଏକ ବୈଠକରେ ହସିନାଙ୍କ ପ୍ରତ୍ୟାର୍ପଣ ପ୍ରସଙ୍ଗ ଉଠାଇଥିଲେ ।
ପଢନ୍ତୁ ଏହି ଖବର: ଅପରାଧ ସଂଖ୍ୟା ୧-୨-୩ ର କାହାଣୀ, ଯେଉଁଥିପାଇଁ ହସିନାଙ୍କୁ ଫାଶୀ ଦଣ୍ଡାଦେଶ
ଅଧିକ ଖବର ପଢନ୍ତୁ...

#WATCH | Delhi | On the former Bangladesh Prime Minister Sheikh Hasina, MEA spokesperson Randhir Jaiswal says, "There is a request being examined as part of ongoing judicial and internal legal processes. We will continue to engage constructively on the issue with all the… pic.twitter.com/uTrGStkFtJ
— ANI (@ANI) April 17, 2026
ଏଠାରେ କହିରଖୁଛୁ କି, ଅଗଷ୍ଟ ୨୦୨୪ରେ ଶେଖ ହସିନାଙ୍କ ସରକାରର ପତନ ପରେ ୭୮ ବର୍ଷୀୟା ହସିନା ଢାକାରୁ ଭାରତ ପଳାଇ ଆସିଥିଲେ । ସେହି ସମୟରେ ସାରା ଦେଶରେ ବ୍ୟାପକ ସରକାର ବିରୋଧୀ ପ୍ରତିବାଦ ଦେଖିବାକୁ ମିଳିଥିଲା, ଯାହା ତାଙ୍କୁ ଦେଶ ଛାଡିବାକୁ ବାଧ୍ୟ କରିଥିଲା । ନିକଟରେ ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଖଲିଲୁର ରହମାନ ନୂଆଦିଲ୍ଲୀ ଗସ୍ତ ସମୟରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ଏକ ବୈଠକରେ ହସିନାଙ୍କ ପ୍ରତ୍ୟାର୍ପଣ ପ୍ରସଙ୍ଗ ଉଠାଇଥିଲେ ।
- ୟୁନୁସ୍ ସରକାର ବି କରିଥିଲେ ଦାବି
ପଢନ୍ତୁ ଏହି ଖବର: ଅପରାଧ ସଂଖ୍ୟା ୧-୨-୩ ର କାହାଣୀ, ଯେଉଁଥିପାଇଁ ହସିନାଙ୍କୁ ଫାଶୀ ଦଣ୍ଡାଦେଶ
- ଏବେ ହସିନାଙ୍କ ନିକଟରେ କଣ ବିକଳ୍ପ ?
ଅଧିକ ଖବର ପଢନ୍ତୁ...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories