Malaysian Buddhist Monk Chan Chai Siang / ଚର୍ଚ୍ଚାରେ ମାଲେସିଆ ବୌଦ୍ଧ ଭିକ୍ଷୁ; ଦାନ ଅର୍ଥରେ ଜିତିଲେ ଲଟେରୀ, କାଟିଦେଲେ ବ୍ୟାଙ୍କ ଅଧିକାରୀଙ୍କ ଫୋନ୍ କଲ୍
·2 months ago·3 min read

Key Points
ବୌଦ୍ଧ ଭିକ୍ଷୁ ଜଣଙ୍କ ସମାଜର କଲ୍ୟାଣ ପାଇଁ ସମସ୍ତ ଲଟେରୀ ଟଙ୍କା ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
Malaysian buddhist monk wins lottery: ଦାନ ଅର୍ଥରେ ଲଟେରୀ ଜିତି ଚର୍ଚ୍ଚାକୁ ଆସିଛନ୍ତି ମାଲେସିଆରେ ରହୁଥିବା ବୌଦ୍ଧ ଭିକ୍ଷୁ ଚାନ୍ ଚାଇ ସିୟାଙ୍ଗ୍। ଏପରିକି ଲଟେରୀ ଜିତିବା ପରେ ସେ ରାତାରାତି କୋଟିପତି ହୋଇଯାଇଛନ୍ତି। ସେ ଏକ ବ୍ୟାଙ୍କ "ଲକି ଡ୍ର" ମାଧ୍ୟମରେ ପ୍ରାୟ ୨.୨୮ କୋଟି ମୂଲ୍ୟର ପୁରସ୍କାର ରାଶି ଜିତିଥିଲେ। ଯେତେବେଳେ ସେ ଜିତିଥିବା ଲଟେରୀ ସମ୍ପର୍କରେ ଜଣାଇବାକୁ BSN ବ୍ୟାଙ୍କ ଅଧିକାରୀ ଭିକ୍ଷୁଙ୍କ ପାଖକୁ ଫୋନ କରିଥିଲେ, ସେତେବେଳେ ଭିକ୍ଷୁ ଜଣଙ୍କ, ସେମାନଙ୍କୁ ସାଇବର ଠକ ବୋଲି ଭାବି ଲଗାତାର ୩ ଥର ସେମାନଙ୍କ ଫୋନ କଲ୍ କାଟି ଦେଇଥିଲେ। ଏହା ପରେ ଯେତବେଳେ ବ୍ୟାଙ୍କ ଅଧିକାରୀ ତାଙ୍କ କୁଟୀରକୁ ଆସି ସେ ଜିତିଥିବା ଲକି ଡ୍ର ବିଷୟରେ ତାଙ୍କୁ ଜଣାଇଲେ।
୪୦ ବର୍ଷ ବୟସରେ ନେଇଥିଲେ ସନ୍ୟାସ
ଲଟେରୀ ଜିତିବା ପରେ ଯେତେବେଳେ ୭୩ ବର୍ଷୀୟ ବୌଦ୍ଧ ଭିକ୍ଷୁଙ୍କ ସାକ୍ଷାତକାର ନିଆଯାଇଥିଲା, ସେତେବେଳେ ସେ କହିଥିଲେ ଯେ ସେ ପୂର୍ବରୁ ଏକ କାରଖାନାରେ କାମ କରୁଥିଲେ। ହେଲେ ଯେତେବେଳେ ତାଙ୍କୁ ୪୦ ବର୍ଷ ହୋଇଥିଲା ସେତେବେଳେ ସେ ସନ୍ୟାସ ନେଇ ଯାଇଥିଲେ। ସେବେଠାରୁ ସେ ଏକ ଆଶ୍ରମରେ ସରଳ ଜୀବନ ଯାପନ କରୁଛନ୍ତି।
ଏହା ସହ ପଢନ୍ତୁ: ଚର୍ଚ୍ଚାରେ ବିଦ୍ରୋହୀ ଚୀନୀ କର୍ମକର୍ତ୍ତାଙ୍କ ସମୁଦ୍ର ଯାତ୍ରା; ଶୁଣିଲେ ଉଡ଼ିଯିବ ହୋସ୍
ଦାନ ଟଙ୍କା ସଞ୍ଚୟ କରି ଜିତିଲେ ଲଟେରୀ
ଗଣମାଧ୍ୟମ ରିପୋର୍ଟ ଅନୁସାରେ ବୌଦ୍ଧ ଭିକ୍ଷୁ ଜଣଙ୍କ ତାଙ୍କର ଦାନ ଟଙ୍କା ସଞ୍ଚୟ କରି ଏହି ଲଟେରୀ ଜିତିଛନ୍ତି। ତାଙ୍କୁ ମିଳୁଥିବା ଦାନରୁ ସେ କେତେବେଳେ ୨୨୮ ଟଙ୍କା, ଆଉ କେତେବେଳେ ଟିକିଏ ଅଧିକ ପରିମାଣର ରାଶି ବ୍ୟାଙ୍କରେ ଜମା କରୁଥିଲେ। ଏହି ସଞ୍ଚୟ ତାଙ୍କୁ ବ୍ୟାଙ୍କ ଲକି ଡ୍ର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଅନୁମତି ଦେଇଥିଲା। ଯାହା ପରେ ସେ କୋଟିପତି ହୋଇ ଯାଇଥିଲେ।
ଏହା ମୋ ପୂର୍ବ ଜୀବନର କର୍ମଫଳ: ବୌଦ୍ଧ ଭିକ୍ଷୁ
ଏତେ ବଡ଼ ପରିମାଣର ଟଙ୍କା ଜିତିବା ସତ୍ତ୍ୱେ, ବୌଦ୍ଧ ଭିକ୍ଷୁ ଚାନ୍ ଚାଇ ସିୟାଙ୍ଗ୍ କହିଛନ୍ତି ଯେ ତାଙ୍କର ଟଙ୍କା ପ୍ରତି କୌଣସି ଆସକ୍ତି ନାହିଁ। ସେ ବିଶ୍ୱାସ କରନ୍ତି ଯେ ଏହି ବିଜୟ କୌଣସି ଭଗବାନଙ୍କ ଚମତ୍କାର କିମ୍ବା ଆଶୀର୍ବାଦ ନୁହେଁ। ବରଂ ତାଙ୍କ ପୂର୍ବ ଜୀବନର କର୍ମଫଳ। ବୌଦ୍ଧ ଭିକ୍ଷୁ ଜଣଙ୍କ କହିଥିଲେ ଯେ ସେ କେବେ ଟଙ୍କା ପାଇଁ ଇଚ୍ଛା କରିନଥିଲେ କିମ୍ବା ତାଙ୍କୁ ଏହାର ଆବଶ୍ୟକତା ନାହିଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ଚର୍ଚ୍ଚାରେ ବିଦ୍ରୋହୀ ଚୀନୀ କର୍ମକର୍ତ୍ତାଙ୍କ ସମୁଦ୍ର ଯାତ୍ରା; ଶୁଣିଲେ ଉଡ଼ିଯିବ ହୋସ୍
ମାଲେସିଆରେ ବୌଦ୍ଧ ଭିକ୍ଷୁଙ୍କୁ ମିଳିଥାଏ ବହୁତ କମ୍ ସାହାଯ୍ୟ
ଲଟେରୀ ଟିକେଟ୍ କିଣିବା ପାଇଁ ବ୍ୟାଙ୍କ ଯାଇଥିବା ବୌଦ୍ଧ ଭିକ୍ଷୁ ଚାନ୍ ଚାଇ ସିୟାଙ୍ଗ୍ ସ୍ଥାନୀୟ ଗଣମାଧ୍ୟମ ସହ କଥାବାର୍ତ୍ତା କରିବା ବେଳେ କହିଛନ୍ତି ଥାଇଲ୍ୟାଣ୍ଡ ଭଳି ଦେଶ ତୁଳନାରେ ମାଲେସିଆର ବୌଦ୍ଧ ଭିକ୍ଷୁଙ୍କୁ ବିଭିନ୍ନ ଅନୁଷ୍ଠାନ ପାଖରୁ ବହୁତ କମ୍ ଆର୍ଥିକ ସହାୟତା ମିଳିଥାଏ। ଏପରି ପରିସ୍ଥିତିରେ ଭିକ୍ଷୁ ସମ୍ପ୍ରଦାୟ ପାଇଁ ପରସ୍ପରକୁ ସାହାଯ୍ୟ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। ତାଙ୍କ ବୌଦ୍ଧ ମନ୍ଦିର ପୂର୍ବରୁ ପେନାଙ୍ଗକୁ ଚିକିତ୍ସା ପାଇଁ ଆସୁଥିବା ଅସୁସ୍ଥ ଭିକ୍ଷୁଙ୍କୁ ସାହାଯ୍ୟ ସହଯୋଗ ଯୋଗାଇଥାଏ।
ଦୁଇ ଭାଗରେ ଦାନ କରିବେ ୨ କୋଟି ଟଙ୍କାର ଲଟେରୀ
ବୌଦ୍ଧ ଭିକ୍ଷୁ ଚାନ୍ ଆହୁରି କହିଛନ୍ତି ମୁଁ ସମାଜର କଲ୍ୟାଣ ପାଇଁ ସମସ୍ତ ଲଟେରୀ ଟଙ୍କା ଦାନ କରିବାକୁ ନିଷ୍ପତ୍ତି ନେଇଛି। କାରଣ ମୋତେ ଏହାର ଆବଶ୍ୟକତା ନାହିଁ। ଏହି ୨କୋଟି ଟଙ୍କାରୁ ଅଧିକ ପରିମାଣର ଏକ ବଡ଼ ଅଂଶ ରୋଗୀ ଏବଂ ଅସହାୟଙ୍କୁ ସାହାଯ୍ୟ କରିବାରେ ଖର୍ଚ୍ଚ ହେବ। ଯେତେବେଳେ ଅନ୍ୟ ଅଂଶ ଦାନ-ପୁଣ୍ୟ କରି ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚ କରାଯିବ। ସେ ଆହୁରି କହିଛନ୍ତି ଯେ ଏହି ଟଙ୍କାକୁ ବୁଦ୍ଧିମାନ ଭାବରେ ବ୍ୟବହାର କରିବା ଗୁରୁତ୍ୱପୂର୍ଣ୍ଣ। ଯଦି ଜଣେ ଟଙ୍କାକୁ ବୁଦ୍ଧିମାନ ଭାବରେ ବ୍ୟବହାର କରେ, ତାହେଲେ ସେ ନିଜକୁ ଏବଂ ଅନ୍ୟମାନଙ୍କ ପାଇଁ ଖୁସି ଆଣିଥାଏ। ଏହା ହେଉଛି ଟଙ୍କାର ପ୍ରକୃତ ମୂଲ୍ୟ।

Related Topics
Explore more stories