Crackdown Against Corruption in China / ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମିଳିଲା ମୃତ୍ୟୁ ଦଣ୍ଡାଦେଶ; ରାଷ୍ଟ୍ରପତି ଜିନପିଙ୍ଗଙ୍କ ଥିଲେ ସହଯୋଗୀ
·4 months ago·3 min read

Key Points
ଦୁର୍ନୀତିରେ ଜଡ଼ିତ ରହିଥିବା ଅଭିଯୋଗରେ ଦେଶର ଦୁଇ ଜଣ ପୂର୍ବତନ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ୱେଇ ଫେଙ୍ଘେ ଏବଂ ଲି ଶାଙ୍ଗଫୁ ଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି ଚୀନର ସାମରିକ ଅଦାଲତ।
two former defense minister gets death sentence in china: ଦୁର୍ନୀତି ଅଭିଯୋଗରେ ଚୀନ୍ ର ଦୁଇ ଜଣ ପୂର୍ବତନ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ୱେଇ ଫେଙ୍ଘେ ଏବଂ ଲି ଶାଙ୍ଗଫୁ ଙ୍କୁ ଗୁରୁବାର (ମେ ୭) ଦୁଇ ବର୍ଷର ଆଶ୍ୱସ୍ତି ସହ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି। ଫେଙ୍ଘେ ଏବଂ ତାଙ୍କ ଉତ୍ତରାଧିକାରୀ, ଶାଙ୍ଗଫୁ ଙ୍କୁ ଗତ ୨୦୨୪ ରେ ଶାସକ କମ୍ୟୁନିଷ୍ଟ ପାର୍ଟିରୁ ବହିଷ୍କୃତ ହୋଇଥିଲେ। ଉଭୟେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଅଧିନରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୱେଇ ଫେଙ୍ଘ ୨୦୧୮ ରୁ ୨୦୨୩ ପର୍ଯ୍ୟନ୍ତ ପ୍ରତିରକ୍ଷା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଯେତେବେଳେ ଶାଙ୍ଗଫୁ ମାତ୍ର କିଛି ମାସ ପାଇଁ ତାଙ୍କ ଉତ୍ତରାଧିକାରୀ ଭାବରେ ପ୍ରତିରକ୍ଷା ମନ୍ତ୍ରଣାଳୟରେ କାର୍ଯ୍ୟରତ ଥିଲେ। ପେସାରେ ଏରୋସ୍ପେସ୍ ଇଞ୍ଜିନିୟର ରହିଥିବା ପୂର୍ବତନ ଫେଙ୍ଗେ ପିପୁଲ୍ସ ଲିବରେସନ ଆର୍ମିର ଗୁରୁତ୍ୱପୂର୍ଣ୍ଣ ରକେଟ୍ (କ୍ଷେପଣାସ୍ତ୍ର) ବାହିନୀର ନେତୃତ୍ୱ ନେଇଥିଲେ। ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ପଦ ପାଇଁ ନିଜେ ରାଷ୍ଟ୍ରପତି ଜିନପିଙ୍ଗ ବ୍ୟକ୍ତିଗତ ଭାବରେ ମନୋନୀତ ହୋଇଥିଲେ।
କାହିଁକି ମିଳିଲା ମୃତ୍ୟୁ ଦଣ୍ଡାଦେଶ?
ସିନହୁଆ ନ୍ୟୁଜ ଏଜେନ୍ସି ଅନୁଯାୟୀ ଉଭୟଙ୍କୁ ଦୁର୍ନୀତି ଅଭିଯୋଗରେ ଦଣ୍ଡିତ କରାଯାଇଛି। ଚୀନ୍ ର ଏକ ସାମରିକ ଅଦାଲତ ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ୱେଇ ଫେଙ୍ଘେଙ୍କୁ ଲାଞ୍ଚ ଗ୍ରହଣ କରିବା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଅନ୍ୟପଟେ ଲି ଶାଙ୍ଗଫୁ ଙ୍କୁ ଲାଞ୍ଚ ଗ୍ରହଣ କରିବା ଏବଂ ଦେବା ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏନେଇ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ଉଭୟଙ୍କୁ ଦୁଇ ବର୍ଷର ଆଶ୍ୱସ୍ତି ସହ ସେମାନଙ୍କୁ ଜୀବନବ୍ୟାପୀ ରାଜନୈତିକ ଅଧିକାରରୁ ବଞ୍ଚିତ, ସେମାନଙ୍କର ସମସ୍ତ ବ୍ୟକ୍ତିଗତ ସମ୍ପତ୍ତି ଜବତ କରାଯିବା ସହ ମୃତ୍ୟୁଦଣ୍ଡ ଦିଆଯାଇଛି। ଏହି ବିବୃତ୍ତିରେ ଆହୁରି କୁହାଯାଇଛି ଯେ ଦୁଇ ବର୍ଷର ଆଶ୍ୱସ୍ତି ଅବଧି ସମାପ୍ତ ହେବା ପରେ ସେମାନଙ୍କର ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ବଦଳା ଯାଇପାରେ। ହେଲେ ଦଣ୍ଡାଦେଶ ବଦଳିବା ପରେ ଉଭୟଙ୍କୁ କୌଣସି ଛାଡ କିମ୍ବା ପାରୋଲ ମିଳିବାର ସମ୍ଭାବନା ନାହିଁ।
ଏହା ସହ ପଢନ୍ତୁ: ପାକିସ୍ତାନ ସରକାରଙ୍କ ନିଷ୍ପତ୍ତି; ବିଦେଶୀ ଋଣ ଶୁଝିବେ ଗଧ!
ଉଭୟଙ୍କୁ ବିଶ୍ୱାସଘାତକ ଭାବରେ ବର୍ଣ୍ଣନା କରାଯାଇଛି
ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅନୁଯାୟୀ, ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗଙ୍କ ଦୁର୍ନୀତି ବିରୋଧୀ ଅଭିଯାନ ସମୟରେ ପଦରୁ ହଟାଯାଇଥିବା ଶୀର୍ଷ ସ୍ତରୀୟ ଚୀନ୍ ସେନାର ସେନାଧ୍ୟକ୍ଷଙ୍କ ମଧ୍ୟରୁ ୱେଇ ଏକମାତ୍ର ଥିଲେ। ତାଙ୍କୁ "ଝୋଙ୍ଗଚେଙ୍ଗ ଶି ଜି" କିମ୍ବା "ବିଶ୍ୱାସଘାତକ ଏବଂ ପବିତ୍ରତା ହରାଇଥିବା ବ୍ୟକ୍ତି" ଭାବରେ ବର୍ଣ୍ଣନା କରାଯାଇଥିଲା। ଯାହା ଦଳ ସହ ବିଶ୍ୱାସଘାତକତା କରିବା କିମ୍ବା ଏକ ଶତ୍ରୁ ଶକ୍ତି ଦ୍ୱାରା ପ୍ରଭାବିତ ହେବା ପାଇଁ ବ୍ୟବହୃତ ହେଉଥିବା ଶବ୍ଦ। ୨୦୨୪ ରେ ହୋଇଥିବା ଅଭିଯୋଗରେ କୁହାଯାଇଥିଲା, "ତାଙ୍କର ବିଶ୍ୱାସ ଭାଙ୍ଗିଯାଇଛି ଏବଂ ସେ ତାଙ୍କର ପବିତ୍ରତା ହରାଇଛନ୍ତି।" ସେ ଦଳୀୟ ବିଶ୍ୱାସକୁ ପୂରଣ କରିବାରେ ବିଫଳ ହୋଇଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ଏନେଇ କୁହାଯାଇଥିଲା ଯେ ତାଙ୍କର କାର୍ଯ୍ୟ ଦେଶର ସଶସ୍ତ୍ର ବାହିନୀର ରାଜନୈତିକ ପରିବେଶକୁ ଗୁରୁତର ଭାବରେ କଳୁଷିତ କରିଛି। ଯାହା ଦଳର ଉଦ୍ଦେଶ୍ୟ, ଜାତୀୟ ପ୍ରତିରକ୍ଷା ଏବଂ ସାମରିକ ବିକାଶ ଏବଂ ବରିଷ୍ଠ ନେତୃତ୍ୱ ଅଧିକାରୀଙ୍କ ପ୍ରତିଛବିକୁ ବହୁତ କ୍ଷତି ପହଞ୍ଚାଇଛି।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏପର୍ଯ୍ୟନ୍ତ କେତେ ଲୋକଙ୍କୁ ଦିଆହୋଇଛି ଫାଶୀ?
ପୂର୍ବରୁ ଚଳିତ ବର୍ଷ ଏପ୍ରିଲ ୫ ତାରିଖରେ ଚୀନ୍ ୨୦୧୦ ରେ ନିଶା କାରବାର ପାଇଁ ମୃତ୍ୟୁଦଣ୍ଡ ପାଇଥିବା ଜଣେ ଫରାସୀ ନାଗରିକଙ୍କୁ ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରାଯାଇଥିବା ନିଶ୍ଚିତ କରିଥିଲା। ଗତ ଫେବୃଆରୀ ୨ ତାରିଖରେ ଏକ ଚୀନ୍ କୋର୍ଟ କହିଥିଲା ଯେ ମିଆଁମାର-ଭିତ୍ତିକ ଠକେଇ ସିଣ୍ଡିକେଟ୍ ସହ ଜଡ଼ିତ ୪ ଜଣ ପ୍ରମୁଖ ସଦସ୍ୟଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଗତ ଜାନୁଆରୀ ୨୯ ତାରିଖରେ ଚୀନ୍, ମିଆଁମାର ଠାରେ କୁଖ୍ୟାତ ଅନଲାଇନ୍ ଠକେଇ କେନ୍ଦ୍ର ସହିତ ଜଡିତ ୧୧ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲା। ଆଉ ୨୩ ଜଣ ସନ୍ଦିଗ୍ଧଙ୍କୁ ୫ ବର୍ଷରୁ ଆଜୀବନ କାରାଦଣ୍ଡ ପର୍ଯ୍ୟନ୍ତ ଦଣ୍ଡିତ କରାଯାଇଥିଲା।
ଏହା ସହ ପଢନ୍ତୁ: ନାଁ ତେଲ ନାଁ ଟଙ୍କା; ବ୍ଲାକ୍ ଆଉଟ୍ ପାଇଁ ରିପବ୍ଲିକ୍ ଡେ ପ୍ୟାରେଡ୍ ବନ୍ଦ
ସର୍ବାଧିକ ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରିବାରେ ଚୀନ୍ ସର୍ବେଗ୍ରେ ରହିଛି। ଗତ ୨୦୦୨ ମସିହାରେ ୧୨,୦୦୦ ଏବଂ ୨୦୦୭ ମସିହାରେ ୧୦,୦୦୦ ଲୋକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବାର ଦାବି କରାଯାଏ। ୨୦୦୯-୨୦୧୦ ମସିହାରେ ୬୫୦୦ ଲୋକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ସେହିପରି ୨୦୧୩-୨୦୧୪ ସମୟରେ ବାର୍ଷିକ ୨୪୦୦ ଜଣଙ୍କୁ ମୃତ୍ୟୁଦଣ୍ଡ ମିଳିଥିଲା। ୨୦୦୯-୨୦୧୦ ମସିହାରେ ସମଗ୍ର ବିଶ୍ୱରେ କାର୍ଯ୍ୟକାରୀ ହୋଇଥିବା ମୃତ୍ୟୁ ଦଣ୍ଡାଦେଶର ୫୮-୬୫% କେବଳ ଚୀନ୍ ରେ ହୋଇଥିଲା। ୨୦୧୪-୨୦୧୬ ମସିହାରେ ୯୩୧ ଜଣଙ୍କୁ ମୃତ୍ୟୁ ଦଣ୍ଡ ମିଳିଥିବା ନେଇ ଖବର ଆସିଥିଲା। ହେଲେ ଦେଶର ସରକାରୀ ତଥ୍ୟରେ କେବଳ ୮୫ ମାମଲା ସମ୍ପର୍କରେ ଉଲ୍ଲେଖ ରହିଥିଲା। ସରକାରୀ କର୍ମଚାରୀଙ୍କ ପାଇଁ ପୃଥକ ସଂଖ୍ୟା କେବେ ପ୍ରକାଶ ପାଇନାହିଁ।

Related Topics
Explore more stories