Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Chinese Underwater Drone / ମତ୍ସ୍ୟଜୀବୀଙ୍କ ଜାଲରେ ଫସିଲା ଡ୍ରୋନ୍; ଧରା ପଡିଲା ଚତୁର ଚୀନ୍ ର ଗୁଇନ୍ଦାଗିରି

Subhramjit Ray
Browse all articles by Subhramjit Ray
·3 months ago·2 min read
ମତ୍ସ୍ୟଜୀବୀଙ୍କ ଜାଲରେ ଫସିଲା ଡ୍ରୋନ୍; ଧରା ପଡିଲା ଚତୁର ଚୀନ୍ ର ଗୁଇନ୍ଦାଗିରି
Chinese Underwater Drone Indonesia

Key Points

ଇଣ୍ଡୋନେସିଆର ଲୋମ୍ବାକ ପ୍ରଣାଳୀରୁ ମିଳିଛି ଅଣ୍ଡରୱାଟର ଚୀନୀ ଡ୍ରୋନ୍। ଯେଉଁଥିରେ ଚୀନୀ ସରକାରୀ କମ୍ପାନୀ "ଚାଇନା ଷ୍ଟେଟ୍ ସିପ୍ ବିଲ୍ଡିଂ କର୍ପୋରେସନ୍" (CSIC) ଲୋଗୋ ରହିଛି।
Chinese Underwater Drone Indonesia: ଇଣ୍ଡୋନେସିଆର ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ଫସି ଯାଇଛି ଏକ ହାଇଟେକ୍ ଚୀନ୍ ଗୁପ୍ତଚର ଡ୍ରୋନ୍। ବାଲି-ଲୋମ୍ବୋକ୍ ନିକଟସ୍ଥ ଏକ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗରେ ଏହି ଅଣ୍ଡରୱାଟର ଚୀନୀ ଡ୍ରୋନ୍ ମିଳିଥିଲା। ଏହି ଅଞ୍ଚଳ ସୁରକ୍ଷାଗତ କାରଣରୁ ଅଷ୍ଟ୍ରେଲିଆ ଏବଂ ଆମେରିକା ପୁାଇଁ ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ବିବେଚନା କରାଯାଏ। କାରଣ ବୁଡ଼ାଜାହାଜ ଏବଂ ବଡ଼ ନୌସେନା ଜାହାଜ ଏହି ଜଳ ମାର୍ଗ ଦେଇ ଯାତ୍ରା କରିଥାନ୍ତି। ହେଲେ ଯେତେବେଳେ ମତ୍ସ୍ୟଜୀବୀ "ଟର୍ପେଡୋ" (ଜଳ ଭାଗରେ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର) ଭଳି ବସ୍ତୁ ଦେଖିବାକୁ ମିଳିଲା, ସେତେବେଳେ ସେମାନଙ୍କ ସନ୍ଦେହ ବଢି ଯାଇଥିଲା। ସେମାନେ ତୁରନ୍ତ ଏହାକୁ କୂଳକୁ ଟାଣି ଆଣି ସ୍ଥାନୀୟ ପ୍ରଶାସନକୁ ଏ ସମ୍ପର୍କରେ ଜଣାଇଥିଲେ। ଏହି ଘଟଣା ତଦନ୍ତ ଆରମ୍ଭ ହେବା ପରେ, ଯେଉଁ କଥା ସାମ୍ନାକୁ ଆସିଛି ତାହା ସୁରକ୍ ଏଜେନ୍ସି ପାଇଁ ଚିନ୍ତା ବଢାଇ ଦେଇଛି।

ଲୋମ୍ବୋକ୍ ପ୍ରଣାଳୀରେ ଚୀନ୍ କରୁଥିଲା ଗୁଇନ୍ଦାଗିରି
ଏହି ଘଟଣାରେ ହୋଇଥିବା ତଦନ୍ତରୁ ଜଣାପଡ଼ିଛି ଯେ ନଳ ଆକାରର ବସ୍ତୁ ପ୍ରାୟ ୩.୭ ମିଟର ଲମ୍ବା ହୋଇଥିବା ବେଳେ ଏହାର ଚଉଡା ହେଉଛି ପ୍ରାୟ ୦.୭ ମିଟର। "ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ" (SCMP) ଅନୁଯାୟୀ, ସମୁଦ୍ରର ମିଳିଥିବା ଉପକରଣ ଏକ ପର୍ଯ୍ୟବେକ୍ଷଣ ଉପକରଣ ହୋଇପାରେ କିମ୍ବା ଏହାକୁ ପାଣି ଭିତରେ ସର୍ବେକ୍ଷଣ କରିବା କାର୍ଯ୍ୟରେ ବ୍ୟବହାର କରାଯାଉ ଥାଇପାରେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସମୁଦ୍ରରୁ ଜବତ ହୋଇଥିବା ଏହି ଉପକରଣରେ ଚୀନୀ ସରକାରୀ କମ୍ପାନୀ "ଚାଇନା ଷ୍ଟେଟ୍ ସିପ୍ ବିଲ୍ଡିଂ କର୍ପୋରେସନ୍" (CSIC) ଲୋଗୋ ରହିଛି।

ଏହା ସହ ପଢନ୍ତୁ: ମଧ୍ୟ ପ୍ରାଚ୍ୟ ଯୁଦ୍ଧ ବେଳେ ବ୍ୟବହୃତ ହେଉଥିବା ଏହି ୧୦ ଶବ୍ଦର ଅର୍ଥ କ'ଣ

ଅଷ୍ଟ୍ରେଲିଆ ପାଇଁ କାହିଁକି ଚିନ୍ତାର ବିଷୟ?

ରଣନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଲୋମ୍ବୋକ୍ ପ୍ରଣାଳୀରୁ ଚୀନୀ କମ୍ପାନୀ ଲୋଗୋ ରହିଥିବା ଡ୍ରୋନ୍ ମିଳିଛି। ଏହି ଅଞ୍ଚଳ ଅଷ୍ଟ୍ରେଲିଆ ପାଇଁ ଏକ ଜୀବନରେଖା ସଦୃଶ୍ୟ। କାରଣ ଭବିଷ୍ୟତରେ ଯେତେବେଳେ ଅଷ୍ଟ୍ରେଲିଆ, ଆମେରିକା-ବ୍ରିଟେନ୍ (AUKUS) ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ପରମାଣୁ ବୁଡ଼ାଜାହାଜ ହାସଲ କରିବ, ସେତବେଳେ ଅଷ୍ଟ୍ରେଲିଆ ନୌସେନା ଭାରତ-ପ୍ରଶାନ୍ତ ମହାସାଗର ମଧ୍ୟରେ ଯାତ୍ରା କରିବା ପାଇଁ ଏହି ଗଭୀର ଜଳମାର୍ଗକୁ ବ୍ୟବହାର କରିବେ। ଏବେ ସେହି ସାମୁଦ୍ରିକ ମାର୍ଗରୁ ଚୀନ୍ ନିର୍ମିତ ଡ୍ରୋନ୍ ମିଳିବା ସ୍ପଷ୍ଟ ଭାବରେ ଗୁପ୍ତଚର କାର୍ଯ୍ୟକଳାପକୁ ଇଙ୍ଗିତ କରୁଛି।

ଏହା ସହ ପଢନ୍ତୁ: ଯବାନ ନୁହେଁ ସାପ-କୁମ୍ଭୀର କରିବେ ସୀମା ସୁରକ୍ଷା! କ'ଣ ରହିଛି BSF Plan

ଚୀନ ସହ ଇଣ୍ଡୋନେସିଆର ଚାଲିଛି କି ବିବାଦ?

ଏହି ଘଟଣାରେ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ପୋଲିସ ଜବତ ଡ୍ରୋନ୍ ଭିତରୁ କୌଣସି ବିସ୍ଫୋରକ କିମ୍ବା ରେଡିଓଆକ୍ଟିଭ୍ ସାମଗ୍ରୀ ପାଇନାହିଁ। ହେଲେତଥାପି, ଇଣ୍ଡୋନେସିଆ ସରକାରୀ ପ୍ରଶାସନ ଏହି ଘଟଣାକୁ ହାଲୁକା ଭାବରେ ନେଉନାହିଁ। ଜବତ ଡ୍ରୋନ୍‌କୁ ଏବେ ଲୋମ୍ବୋକ୍‌ ସ୍ଥିତ ମାତାରାମ ନୌସେନା ଘାଟିକୁ ହସ୍ତାନ୍ତର କରାଯାଇଛି। ସେଠାରେ ଏହି ଡ୍ରୋନ୍କୁ ତନ୍ନ ତନ୍ନ କରି ଯାଞ୍ଚ କରିବ ଇଣ୍ଡୋନେସିଆ। ଏପର୍ଯ୍ୟନ୍ତ ଏହି ଡ୍ରୋନ୍ କେଉଁ କେଉଁ ତଥ୍ୟ ସଂଗ୍ରହ କରିଛି ତାହାର ତଦନ୍ତ କରାଯିବ। ଇଣ୍ଡୋନେସିଆର ଚୀନ୍‌ ସହିତ ସିଧାସଳଖ କୌଣସି କ୍ଷେତ୍ରୀୟ ବିବାଦ ନାହିଁ। ମାତ୍ର ଦକ୍ଷିଣ ଚୀନ୍ ସାଗରରେ ଜଳ ସୀମା ଏବଂ ନାଟୁନା ଦ୍ୱୀପପୁଞ୍ଜ ନିକଟରେ ଚୀନ୍ ଜାହାଜ ଦ୍ୱାରା ଅନୁପ୍ରବେଶ ସାମ୍ପ୍ରତିକ ବର୍ଷରେ ଉତ୍ତେଜନା ବଢାଇଦେଇଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chinese Spy Drone Caught in Indonesia: Fisherman Finds UUV in Net | Argus News