US sanction on Cuba 2026 / ତୈଳ ସଙ୍କଟ ମଧ୍ୟରେ କ୍ୟୁବା ଉପରେ ବାଜିଲା ଛାଟିଆ; ସରକାରୀ ତୈଳ କମ୍ପାନୀ ଉପରେ ଲାଗିଲା କଟକଣା
·12 hours ago·3 min read

Key Points
ଗୁରୁତର ଶକ୍ତି ସଂକଟ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା, ପ୍ରତିଦ୍ୱନ୍ଦି କ୍ୟୁବାର ରାଷ୍ଟ୍ରାୟତ୍ତ ତୈଳ ଏବଂ ଗ୍ୟାସ କମ୍ପାନୀ, ୟୁନିଅନ୍ କ୍ୟୁବା-ପେଟ୍ରୋଲିଓ ଉପରେ ନୂତନ କଟକଣା ଲାଗୁ କରିଛି।
US latest financial sanction on Cuba: ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା, ପ୍ରତିଦ୍ୱନ୍ଦି କ୍ୟୁବାର ରାଷ୍ଟ୍ରାୟତ୍ତ ତୈଳ ଏବଂ ଗ୍ୟାସ କମ୍ପାନୀ, ୟୁନିଅନ୍ କ୍ୟୁବା-ପେଟ୍ରୋଲିଓ ଉପରେ ନୂତନ କଟକଣା ଲାଗୁ କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱାଧିନ ପ୍ରଶାସନ, କ୍ୟୁବାର କମ୍ୟୁନିଷ୍ଟ ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଛି ଯେ ଦେଶରେ ଦମନମୂଳକ ଜାରି ରଖିବା ଏବଂ କ୍ୟୁବା ସରକାରର ଶୀର୍ଷ ନେତୃତ୍ୱକୁ ଲାଭ ପହଞ୍ଚାଇବା ଶକ୍ତି ସମ୍ପଦ ବ୍ୟବହାର କରୁଛି। ଏହି କଟକଣା ଅନୁଯାୟୀ, ଆମେରିକାରେ ଅବସ୍ଥିତ କିମ୍ବା ଆମେରିକୀୟ ବ୍ୟକ୍ତିଙ୍କ ଦ୍ୱାରା ନିୟନ୍ତ୍ରିତ ୟୁନିଅନ୍ କ୍ୟୁବା-ପେଟ୍ରୋଲିଓର ସମସ୍ତ ସମ୍ପତ୍ତିକୁ ଜବତ କରାଯିବ। ଏ ସମ୍ପର୍କରେ ଆମେରିକା ଅର୍ଥ ବିଭାଗର ବୈଦେଶିକ ସମ୍ପତ୍ତି ନିୟନ୍ତ୍ରଣ କାର୍ଯ୍ୟାଳୟକୁ ରିପୋର୍ଟ ପ୍ରଦାନ କରାଯିବ।
ଆମେରିକୀୟ ବୈଦେଶିକ ସଚିବ ମାର୍କୋ ରୁବିଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ (US President Executive Order) ୧୪୪୦୪ ଅନୁଯାୟୀ ୟୁନିଅନ୍ କ୍ୟୁବା-ପେଟ୍ରୋଲିଓ (CUPET), କ୍ୟୁବାର ରାଷ୍ଟ୍ରାୟତ୍ତ ତୈଳ ଏବଂ ଗ୍ୟାସ କମ୍ପାନୀକୁ ଏକ ନିଷିଦ୍ଧ ସଂସ୍ଥା ଭାବରେ ନାମିତ କରିବାକୁ ଘୋଷଣା କରିଛନ୍ତି। ସଚିବ ରୁବିଓ କହିଛନ୍ତି ଯେ କ୍ୟୁବାରେ କ୍ଷମତାସୀନ କମ୍ୟୁନିଷ୍ଟ ସରକାର ଦୀର୍ଘ ସମୟ ଧରି ଦମନ ଏବଂ ଦୁର୍ନୀତି ପାଇଁ ଶକ୍ତି ସମ୍ପଦକୁ ଏକ ଉପକରଣ ଭାବରେ ବ୍ୟବହାର କରିଆସୁଛି। ଦେଶର ଭିତ୍ତିଭୂମିରେ ଦଶନ୍ଧି ଧରି ଅପର୍ଯ୍ୟାପ୍ତ ନିବେଶ ଯୋଗୁଁ, ଦେଶର ଜନସାଧାରଣ ଇନ୍ଧନ ଅଭାବ ଏବଂ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟର ସାମ୍ନା କରୁଛନ୍ତି। ଏପରିକି କ୍ୟୁବା ସରକାର ନିଜସ୍ୱ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ଦେଶର ଶକ୍ତି ସମ୍ପଦକୁ ମନ ଇଚ୍ଛା ବ୍ୟବହାର କରୁଛନ୍ତି।
ଏହା ସହ ପଢନ୍ତୁ: ତୈଳ ସଙ୍କଟ ମଧ୍ୟରେ କ୍ୟୁବା ଉପରେ ବାଜିଲା ଛାଟିଆ; ସରକାରୀ ତୈଳ କମ୍ପାନୀ ଉପରେ ଲାଗିଲା କଟକଣା
କ୍ୟୁବା ବିରୋଧରେ କ'ଣ ଅଭିଯୋଗ ଆଣିଛି ଆମେରିକା?
ଆମେରିକୀୟ ବୈଦେଶିକ ସଚିବ ଅଭିଯୋଗ କରିଛନ୍ତି ଯେ କ୍ୟୁବା ସରକାର, ଦେଶର ଶକ୍ତି ଅଭାବ ସତ୍ତ୍ୱେ ବୈଶ୍ୱିକ ବଜାରରେ ତେଲ ଏବଂ ଇନ୍ଧନ ବିକ୍ରି କରିଥିଲେ। ଏପରିକି ସେମାନେ ସାମରିକ ଏବଂ ଗୁପ୍ତଚର ସଂସ୍ଥା ପାଇଁ ଶକ୍ତି ସଂରକ୍ଷଣ କରିଥିଲେ। ଶକ୍ତି ଯୋଗାଣକୁ ସେମାନେ ସାମାଜିକ ନିୟନ୍ତ୍ରଣର ଏକ ଅସ୍ତ୍ର ଭାବରେ ବ୍ୟବହାର କରିଥିଲେ।
ସଚିବ ମାର୍କୋ ରୁବିଓ କହିଛନ୍ତି ଯେ ସାଧାରଣ କ୍ୟୁବା ନାଗରିକ ସେମାନଙ୍କ ଯାନବାହାନକୁ ଇନ୍ଧନ ଯୋଗାଇବା ପାଇଁ ସପ୍ତାହ ସପ୍ତାହ ଅପେକ୍ଷା କରୁଛନ୍ତି। ଏପିରିକି ସେମାନେ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟର ସାମ୍ନା କରୁଛନ୍ତି। ହେଲେ ଦେଶର ପୂର୍ବତନ ଶାସକ ଫିଡେଲ କାଷ୍ଟ୍ରୋଙ୍କ ପରିବାର ବ୍ୟକ୍ତିଗତ ଜେଟ୍ ବ୍ୟବହାର ଯାତ୍ରା କରୁଛନ୍ତି। ଏହା ବ୍ୟତୀତ ସରକାର ବିଳାସପୂର୍ଣ୍ଣ ପର୍ଯ୍ୟଟନ ହୋଟେଲ୍ ଲାଗି ବିଦ୍ୟୁତ୍ ଯୋଗାଣକୁ ପ୍ରାଥମିକତା ଦିଅନ୍ତି।
ସଚିବ ରୁବିଓ ଏହା ମଧ୍ୟ ଦାବି କରିଛନ୍ତି ଯେ କ୍ୟୁବାର ଏହି ସରକାର କମ୍ପାନୀର କିଛି ପ୍ରମୁଖ ସମ୍ପତ୍ତିକୁ ବର୍ଷ ବର୍ଷ ପୂର୍ବରୁ ଆମେରିକୀୟ ମାଲିକଙ୍କ ଠାରୁ ବେଆଇନ ଭାବରେ ଅକ୍ତିଆର କରାଯାଇଥିଲା। ଟ୍ରମ୍ପ ପ୍ରଶାସନ, ଶକ୍ତି ବାଣିଜ୍ୟ ମାଧ୍ୟମରେ କ୍ୟୁବାର ଦୁର୍ନୀତିଗ୍ରସ୍ତ ଏଜେଣ୍ଡା ଏବଂ ଦମନକାରୀ ସୁରକ୍ଷା ଉପକରଣକୁ ମଜବୁତ କରିବାର କ୍ଷମତାକୁ ଟାର୍ଗେଟ କରିବା ଜାରି ରଖିବ। ବୈଦେଶିକ ସମ୍ପତ୍ତି ନିୟନ୍ତ୍ରଣ କାର୍ଯ୍ୟାଳୟ (Office of Foreign Assets Control) ପାଖରୁ ସ୍ୱତନ୍ତ୍ର ଅନୁମତି ନମିଳିଲା ପର୍ଯ୍ୟନ୍ତ ଅନୁମୋଦିତ ସଂସ୍ଥା ସହିତ ଯେକୌଣସି କାରବାର ନିଷିଦ୍ଧ ରହିବ।
ଏହା ସହ ପଢନ୍ତୁ: ଅନ୍ଧାରରେ ବୁଡ଼ିଲା କ୍ୟୁବା; କାହିଁକି ଅଚାନକ ହୋଇଗଲା ବ୍ଲାକଆଉଟ୍?
ଆମେରିକୀୟ ବୈଦେଶିକ ବିଭାଗ ଚେତାବନୀ ଦେଇଛି ଯେ ପ୍ରତିବନ୍ଧିତ ସଂସ୍ଥା କିମ୍ବା କ୍ୟୁବାର ନିର୍ଦ୍ଦିଷ୍ଟ ଆର୍ଥିକ କାର୍ଯ୍ୟକଳାପ ସହିତ ଜଡିତ ବିଦେଶୀ ବ୍ୟକ୍ତି, କମ୍ପାନୀ ଏବଂ ଆର୍ଥିକ ପ୍ରତିଷ୍ଠାନ ମଧ୍ୟ ପ୍ରତିବନ୍ଧକର ଅଧିନରେ ରହିପାରନ୍ତି। ଆମେରିକା କହିଛି ଯେ ପ୍ରତିବନ୍ଧକର ଉଦ୍ଦେଶ୍ୟ କେବଳ ଦଣ୍ଡ ଦେବା ନୁହେଁ, ବରଂ ସକାରାତ୍ମକ ଆଚରଣଗତ ପରିବର୍ତ୍ତନ ଆଣିବା। ଆମେରିକା ପ୍ରାୟ ୬ ଦଶନ୍ଧିରୁ ଅଧିକ ସମୟ ଧରି କ୍ୟୁବା ଉପରେ ବିଭିନ୍ନ ପ୍ରକାରର ଆର୍ଥିକ କଟକଣା ଲାଗୁ କରିଆସୁଛି। ଯାହାକୁ ଆଧୁନିକ ଇତିହାସର ସବୁଠାରୁ ଦୀର୍ଘ କଟକଣା ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Trump Cuba oil sanctionsCuba energy crisis CUPETUS sanctions on Cuba oil companyDonald Trump Cuba policyCuba power outage fuel shortageUS Treasury department targets CUPET CubaEconomic pressure on Cuba governmentCuba oil crisis latest news updatesImpact of US sanctions on Cuba energy sectorTrump administration maximum pressure campaign Cuba