Communist Cuba Policy Change / କମ୍ୟୁନିଷ୍ଟ ଦେଶ ତାଲିକାରୁ ହଟିବ କ୍ୟୁବା; ୭୦ ବର୍ଷ ପରେ ଆମେରିକା ପାଇଁ ଖୋଲିଲା ବଜାର
·2 hours ago·2 min read

Key Points
ଆମେରିକା ଗତ ଜାନୁଆରୀ ମାସରେ କ୍ୟୁବା ଉପରେ ତୈଳ ଅବରୋଧ ଲଗାଇଥିଲା। ଯାହା ପୂର୍ବରୁ ଦୁର୍ବଳ ହୋଇ ପଡ଼ିଥିବା କ୍ୟୁବା ଅର୍ଥନୀତିକୁ ପତନ ଦ୍ୱାରକୁ ଠେଲି ଦେଇଥିଲା।
Communist Cuba will turn into Capitalist Country: ୧୯୫୦ ଦଶକରେ (୧୯୫୩-୫୯) ହୋଇଥିବା ଏତିହାସିକ ବିପ୍ଳବର ୭୦ ବର୍ଷ ପରେ ଏକ ବଡ଼ ୟୁ-ଟର୍ଣ୍ଣ ମାରିଛନ୍ତି କ୍ୟୁବା ସରକାର। ଏହି କମ୍ୟୁନିଷ୍ଟ ଦେଶ ଏବେ ଘରୋଇ କମ୍ପାନୀ, ଘରୋଇ ବ୍ୟାଙ୍କ ଏବଂ ବିଦେଶୀ ନିବେଶ ଲାଗି ପ୍ରଥମ ଥର ପାଇଁ ଏହାର ବଜାର ଖୋଲିଛି। ସାମ୍ୟବାଦୀ ନେତା ଫିଡ଼େଲ କାଷ୍ଟ୍ରୋଙ୍କ ବିପ୍ଳବ ପରେ ଏହା କମ୍ୟୁନିଷ୍ଟ ଶାସିତ କ୍ୟୁବାରେ ପ୍ରଥମ ବଡ଼ ଆର୍ଥିକ ପରିବର୍ତ୍ତନ।
ଗତ ଗୁରୁବାର (ଜୁନ୍ ୧୮) ଦେଶର ପ୍ରଧାନମନ୍ତ୍ରୀ ମାନୁଏଲ୍ ମାରେରୋ ପ୍ରାୟ 200 ମୁକ୍ତ-ବଜାର ସଂସ୍କାରର ଏକ ପ୍ରମୁଖ ପ୍ୟାକେଜ୍ ଉପସ୍ଥାପନ କରିଥିଲେ। ଯାହା କ୍ୟୁବା ସଂସଦରେ ପାରିତ ହୋଇଥିଲା। ଯାହାର ଲକ୍ଷ୍ୟ ହେଉଛି ଏହି କମ୍ୟୁନିଷ୍ଟ ଦେଶକୁ ଆମେରିକା ଦ୍ୱାରା ଲଗା ଯାଇଥିବା ତୈଳ ଅବରୋଧ ଦ୍ୱାରା ବୃଦ୍ଧି ପାଇଥିବା ଆର୍ଥିକ ସଙ୍କଟରୁ ଆଶ୍ୱସ୍ତି ମିଳିବ।
ଏହା ସହ ପଢନ୍ତୁ: ତୈଳ ସଙ୍କଟ ମଧ୍ୟରେ କ୍ୟୁବା ଉପରେ ବାଜିଲା ଛାଟିଆ; ସରକାରୀ ତୈଳ କମ୍ପାନୀ ଉପରେ ଲାଗିଲା କଟକଣା
କ୍ୟୁବା ସରକାର କ'ଣ ନିଷ୍ପତ୍ତି ନେଇଛନ୍ତି?
କ୍ୟୁବା ସଂସଦରେ ପ୍ରାୟ ଦୁଇ ଘଣ୍ଟାର ଭାଷଣରେ, ପ୍ରଧାନମନ୍ତ୍ରୀ ମାରେରୋ ୧୭୬ ଆର୍ଥିକ ସଂସ୍କାର ବିଷୟରେ ଘୋଷଣା କରିଥିଲେ। ଯାହା ଅଧିନରେ ସଂସ୍କାର ବ୍ୟାଙ୍କ, ଦରମା, କମ୍ପାନୀ ମାଲିକାନା, ବିଦେଶୀ ନିବେଶ ଏବଂ କୃଷି ସମେତ ବିଭିନ୍ନ କ୍ଷେତ୍ର ଆସୁଛନ୍ତି। ଫ୍ରାନ୍ସ ନ୍ୟୁଜ ଏଜେନ୍ସି AFP ରିପୋର୍ଟ ଅନୁଯାୟୀ, ଲଣ୍ଡନ-ଭିତ୍ତିକ କ୍ୟୁବା ଅର୍ଥନୀତିଜ୍ଞ ଡାନିଏଲ୍ ଟୋରାଲବାସ ଏହି ପଦକ୍ଷେପକୁ ୧୯୫୯ ମସିହାର ଫିଡ଼େଲ କାଷ୍ଟ୍ରୋଙ୍କ ବିପ୍ଳବ ପରେ ସବୁଠାରୁ ବଡ଼ ଏବଂ ଗଭୀର ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମ ଭାବରେ ବର୍ଣ୍ଣନା କରିଥିଲେ। ଏନେଇ ସେ କହିଛନ୍ତି ଯେ ଏହା ଦେଶର ଆର୍ଥିକ ବିକାଶ କ୍ଷେତ୍ରରେ ଏକ ପ୍ରମୁଖ ପରିବର୍ତ୍ତନକୁ ଦର୍ଶାଉଛି।
ଏହି ସଂସ୍କାର ଘୋଷଣା ହେବାର ଗୋଟିଏ ଦିନ ପୂର୍ବରୁ, କ୍ୟୁବା ରାଷ୍ଟ୍ରପତି ମିଗୁଏଲ ଡିଆଜ-କାନେଲ କହିଥିଲେ ଯେ ଆମେରିକାର ଚାପରେ ଦେଶର ଅର୍ଥନୈତିକ ବ୍ୟବସ୍ଥାକୁ ଭୁଷୁଡ଼ିବାରୁ ରୋକିବା ପାଇଁ ଜରୁରୀ ପରିବର୍ତ୍ତନ ଆବଶ୍ୟକ। ଏହି ସଂସ୍କାରକୁ କମ୍ୟୁନିଷ୍ଟ ପାର୍ଟି ଅନୁମୋଦନ କରିଛି। ଯାହା ଗୁରୁବାର ଦେଶର ସଂସଦରେ ଗୃହୀତ ହୋଇଥିଲା।
ଡାନିଏଲ୍ ଟୋରାଲବାସଙ୍କ କହିବା ଅନୁସାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କ୍ୟୁବା ଅର୍ଥନୀତିରେ ଘରୋଇ କ୍ଷେତ୍ରର ଭୂମିକା ସହିତ ଜଡି଼ତ। ପ୍ରଥମ ଥର ପାଇଁ ଶହେରୁ ଅଧିକ କର୍ମଚାରୀ ରହିଥିବା ଘରୋଇ ପ୍ରତିଷ୍ଠାନକୁ (Private Company) ଅନୁମତି ଦିଆଯିବ। କ୍ୟୁବା ନାଗରିକଙ୍କୁ ଏକାଧିକ କମ୍ପାନୀ ମାଲିକ ହେବାର ଅନୁମତି ଦିଆଯିବ। ଘରୋଇ ବ୍ୟାଙ୍କ୍କୁ ଅନୁମୋଦନ ଦିଆଯିବ। ଘରୋଇ କ୍ଷେତ୍ରରେ ବିଦେଶୀ ପ୍ରତ୍ୟକ୍ଷ ନିବେଶକୁ (FDI) ମଧ୍ୟ ଅନୁମତି ଦିଆଯିବ। ପର୍ଯ୍ୟଟନ, କୃଷି ଏବଂ ମୁଦ୍ରା ବଜାର ଭଳି ଅନେକ ଅନ୍ୟାନ୍ୟ କ୍ଷେତ୍ର ମଧ୍ୟ କ୍ୟୁବା କିମ୍ବା ବିଦେଶୀ ଘରୋଇ ନିବେଶକଙ୍କ ପାଇଁ ଖୋଲାଯିବ।
ଏହା ସହ ପଢନ୍ତୁ: ଅନ୍ଧାରରେ ବୁଡ଼ିଲା କ୍ୟୁବା; କାହିଁକି ଅଚାନକ ହୋଇଗଲା ବ୍ଲାକଆଉଟ୍?
ଆମେରିକୀୟ ଅବରୋଧ ପାଇଁ ଧ୍ୱଂସପ୍ରାୟ ଅବସ୍ଥାରେ କ୍ୟୁବା ଅର୍ଥନୀତି
ଗତ ଜାନୁଆରୀ ମାସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲଗାଯାଇଥିବା ତୈଳ ଅବରୋଧ ପୂର୍ବରୁ ଦୁର୍ବଳ ଅବସ୍ଥାରେ କ୍ୟୁବା ଅର୍ଥନୀତି ପତନ ଦ୍ୱାରକୁ ଚାଲିଯାଇଛି। ସମଗ୍ର ଦେଶ ଏବେ ବିଦ୍ୟୁତ୍ ବିଭ୍ରାଟ ଅନୁଭବ କରୁଛି। ଏପରିକି ଖାଦ୍ୟ, ଇନ୍ଧନ, ପାନୀୟ ଜଳ ଏବଂ ଔଷଧ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଘୋର ଅଭାବ ସୃଷ୍ଟି ହୋଇଛି। କ୍ୟୁବା ସରକାର ଦୀର୍ଘ ଦିନ ଧରି ଏହାର ସମସ୍ୟା ପାଇଁ ୬୦ ବର୍ଷରୁ ଅଧିକ ପୁରୁଣା ଆମେରିକୀୟ ବାଣିଜ୍ୟ କଟକଣା ଏବଂ ସାମ୍ପ୍ରତିକ ଅବରୋଧକୁ ଦାୟୀ କରୁଛନ୍ତି। ରାଷ୍ଟ୍ରପତି ଡିଆଜ୍-କାନେଲ୍ ମଧ୍ୟ ସ୍ୱୀକାର କରିଛନ୍ତି ଯେ ଏପରି କିଛି ସମସ୍ୟା ରହିଛି, ଯାହା ବାହ୍ୟ ଭାବରେ ଲାଗୁ ହୋଇନାହିଁ କିମ୍ବା ଅବରୋଧ ଦ୍ୱାରା ସୃଷ୍ଟି ହୋଇନାହିଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Cuba free market reforms 2026Is Cuba ending communismCuba economic crisis and US sanctionsCuba privatizes state economyMiguel Diaz Canel economic announcementCuba passes sweeping free market reforms70 years after Cuban revolution economyUS maximum pressure policy on CubaCuba permits private banking and foreign investmentVietnam and China model in Cuba