Cuba blackout 2026 / ଅନ୍ଧକାରମୟ ହୋଇଉଠିଲା କ୍ୟୁବ; ବିଦ୍ୟୁତ ପାଇଁ ସଂଘର୍ଷ କରୁଛି ସମଗ୍ର ଦେଶ
·1 hour ago·3 min read

Key Points
ଗୋଟିଏ ବର୍ଷରେ ତୃତୀୟ ଥର ପାଇଁ ଅନ୍ଧକାରମୟ ହୋଇଉଠିଛି କ୍ୟୁବା। ଚଳିତ ବର୍ଷ ତୃତୀୟ ଥର ପାଇଁ ଦେଶର ଜାତୀୟ ଗ୍ରୀଡ୍ ସମ୍ପୁର୍ଣ୍ଣ ଭାବରେ ବିଫଳ ହୋଇଛି।
Cuba national grid fgailure: କୌଣସି ଗାଁ କିମ୍ବା ସହର ନୁହେଁ ବରଂ ସମଗ୍ର ଦେଶ ହୋଇଉଠିଛି ଅନ୍ଧାକାରମୟ। ସଦ୍ୟ କାରବିୟାନ ସାଗରରେ ଅବସ୍ଥିତ ଦ୍ୱୀପ ଦେଶ କ୍ୟୁବାରେ ଦେଖିବାକୁ ମିଳିଛି ଏଭଳି ସ୍ଥିତି। ପ୍ରାୟ ୧.୧୦ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ତୃତୀୟ ଥର ପାଇଁ ବିଦ୍ୟୁତ ବିଭ୍ରାଟ ଦେଖିବାକୁ ମିଳିଛି। ଚଳିତ ବର୍ଷ ତୃତୀୟ ଥର ପାଇଁ ଦେଶର ଜାତୀୟ ଗ୍ରୀଡ୍ ସମ୍ପୁର୍ଣ୍ଣ ଭାବରେ ବିଫଳ ହୋଇଛି। କହିବାକୁ ଗଲେ ଏବେ ସମଗ୍ର ଦେଶ ବିଦ୍ୟୁତ ପାଇଁ ସଂଘର୍ଷ କରୁଛି।
କ୍ୟୁବାରେ ସୃଷ୍ଟି ହୋଇଥିବା ଶକ୍ତି ସଂକଟ ବିଶ୍ୱ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛି। ଯଦି କୌଣସି ଦେଶର ବିଦ୍ୟୁତ୍ ଯୋଗାଣ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଏ ତାହେଲେ ସାଧାରଣ ଜନଜୀବନ କିପରି ପ୍ରଭାବିତ ହେବ?
ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ସଂଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ମୋବାଇଲ୍ ଟାୱାର ଏବଂ ଇଣ୍ଟରନେଟ୍ ରାଉଟର୍ ବ୍ୟାକଅପ୍ ବ୍ୟାଟେରୀ କିମ୍ବା ଜେନେରେଟର ବ୍ୟବହାର କରି ଚାଲିଥାଏ। ହେଲେ ଏହାର ମଧ୍ୟ ଏକ ନିର୍ଦ୍ଧିଷ୍ଟ ସୀମା ରହିଛି। ବ୍ଲାକ୍ ଆଉଟ୍ ହେବାର ମାତ୍ର ୨-୪ ଘଣ୍ଟା ମଧ୍ୟରେ ଏହି ବ୍ୟାଟେରୀ କାମ କରିବା ବନ୍ଗଦ କରିଦିଏ। ଯାହାର ଫଳସ୍ୱରୂପ ସାରା ଦେଶରେ ମୋବାଇଲ୍ ନେଟୱାର୍କ ଏବଂ ଇଣ୍ଟରନେଟ୍ ସମ୍ପୂର୍ଣ୍ଣ ଭାବରେ ବାଧାପ୍ରାପ୍ତ ହୁଏ। ଲୋକମାନେ ଫୋନ୍ କଲ୍ କରିପାରିବେ ନାହିଁ କିମ୍ବା ବିଶ୍ୱର କୌଣସି ଖବର ପାଇପାରିବେ ନାହିଁ।
ଏହା ସହ ପଢନ୍ତୁ: କମ୍ୟୁନିଷ୍ଟ ଦେଶ ତାଲିକାରୁ ହଟିବ କ୍ୟୁବା; ୭୦ ବର୍ଷ ପରେ ଆମେରିକା ପାଇଁ ଖୋଲିଲା ବଜାର
ପରିବହନ ମଧ୍ୟ ପ୍ରଭାବିତ ହେଉଛି।
ରାସ୍ତାରେ ଟ୍ରାଫିକ୍ ଲାଇଟ୍ ମୁହୂର୍ତ୍ତକ ମଧ୍ୟରେ ଲିଭିଯାଏ, ଯାହା ଫଳରେ ପ୍ରମୁଖ ସହରର ପ୍ରମୁଖ ଛକରେ ବ୍ୟାପକ ଟ୍ରାଫିକ୍ ଜାମ୍ ସୃଷ୍ଟି ହୁଏ। ମେଟ୍ରୋ, ଇଲେକ୍ଟ୍ରିକ୍ ଟ୍ରେନ୍ ଏବଂ ଟ୍ରାମ୍ ଠପ୍ ହୋଇଯାଏ। ଯାହା ଫଳରେ ଲୋକେ ଫସି ଯାଆନ୍ତି। କ୍ୟୁବାରେ ପରିସ୍ଥିତି ଏତେ ଭୟଙ୍କର ଯେ ଇନ୍ଧନ ଅଭାବ ଯୋଗୁଁ ପରିବହନ ବ୍ୟବସ୍ଥା ପ୍ରାୟତଃ ସମ୍ପୂର୍ଣ୍ଣ ବନ୍ଦ ହୋଇପଡ଼ିଛି।
ଟଙ୍କା କାରବାର ସମ୍ପୂର୍ଣ୍ଣ ଠପ୍ ହୋଇଯାଏ
ଜାତୀୟ ସ୍ତରରେ ବ୍ଲାକଆଉଟ୍ ହେବା ମାତ୍ରେ, ATM ମେସିନ ବନ୍ଦ ହୋଇଯାଏ। ଦୋକାନରେ ସ୍ୱାଇପ୍ ମେସିନ୍, ଡିଜିଟାଲ୍ ବ୍ୟାଙ୍କିଂ ଏବଂ ଅନଲାଇନ୍ ପେମେଣ୍ଟ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଏ। ଯଦି ଆପଣଙ୍କ ପାଖରେ ନଗଦ ନାହିଁ, ତାହେଲେ ଆପଣ ଖାଦ୍ୟ ସାମଗ୍ରୀ କିଣିପାରିବେ ନାହିଁ। ସମଗ୍ର ଖୁଚୁରା ବଜାର ସ୍ଥଗିତ ହୋଇଯାଏ। ଯାହା ସାଧାରଣ ଜୀବନକୁ ଗୁରୁତର ଭାବରେ ପ୍ରଭାବିତ କରେ।
ପାଣି ମୁନ୍ଦେ ପାଇଁ କରିବାକୁ ପଡେ ଲଢେଇ
ବିଦ୍ୟୁତ୍ ବିଭ୍ରାଟ ସିଧାସଳଖ ଜଳ ଯୋଗାଣକୁ ପ୍ରଭାବିତ କରେ। ସହରରେ ପାଣି ଯୋଗାଣ କରୁଥିବା ବଡ଼ ବଡ଼ ପମ୍ପ କାମ କରିବା ବନ୍ଦ କରିଦିଏ। ଉଚ୍ଚ କୋଠା ଘରକୁ ପାଣି ପହଞ୍ଚିବ କଷ୍ଟକର ହୋଇଯାଏ। ଘଣ୍ଟା ଘଣ୍ଟା ମଧ୍ୟରେ ଘରର ଟ୍ୟାପ୍ ଶୁଖିଯାଏ। ଏହା ସ୍ୱଚ୍ଛ ପାନୀୟ ଜଳ ଏବଂ ଦୈନନ୍ଦିନ ଆବଶ୍ୟକତା ପାଇଁ ସଙ୍କଟ ସୃଷ୍ଟି କରେ।
ଯେକୌଣସି ଦେଶରେ, ବ୍ଲାକଆଉଟ୍ ହସ୍ପିଟାଲ ଉପରେ ସବୁଠାରୁ ବିନାଶକାରୀ ପ୍ରଭାବ ପକାଇଥାଏ। ଏଠାରେ ଅଳ୍ପ ସମୟ ପାଇଁ ଜେନେରେଟର ବ୍ୟାକଅପ୍ ରହିଥାଏ। ହେଲେ ଦୀର୍ଘ ସମୟ ଧରି ବ୍ଲାକଆଉଟ୍ ଔଷଧ ଏବଂ ଟୀକା ସଂରକ୍ଷଣ କରୁଥିବା ଶୀତଳ ଭଣ୍ଡାରକୁ ନଷ୍ଟ କରିପାରେ। କ୍ୟୁବାରୁ ମିଳିଥିବା ରିପୋର୍ଟ ଅନୁଯାୟୀ ପରିସ୍ଥିତି ଏତେ ଭୟଙ୍କର ଯେ ଅନେକ ଜରୁରୀ ଅସ୍ତ୍ରୋପଚାର ମଧ୍ୟ ସ୍ଥଗିତ ରଖାଯାଇଛି।
କାହିଁକି କ୍ୟୁବାରେ ସୃଷ୍ଟି ହୋଇଛି ଏଭଳି ପରିସ୍ଥିତି?
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ବର୍ଷ ଜାନୁଆରୀରୁ କ୍ୟୁବାକୁ ତୈଳ ଯୋଗାଣକୁ ସମ୍ପୂର୍ଣ୍ଣ ଭାବରେ ଅବରୋଧ କରିଛନ୍ତି। କ୍ୟୁବାର ବିଦ୍ୟୁତ୍ କେନ୍ଦ୍ର ଇନ୍ଧନ ବିନା ପଡ଼ି ରହିଛି। ଗତ ଜାନୁଆରୀ ମାସରୁ, ଆମେରିକା କେବଳ ଗୋଟିଏ ଋଷୀୟ ତୈଳ ଟ୍ୟାଙ୍କର କ୍ୟୁବାରେ ପ୍ରବେଶ କରିବାକୁ ଅନୁମତି ଦେଇଛି। ଏହି ଅବରୋଧ ମାଧ୍ୟମରେ ଆମେରିକା କ୍ୟୁବାର କମ୍ୟୁନିଷ୍ଟ ସରକାରଙ୍କ ଉପରେ ଚାପ ପକାଇବାକୁ ଚାହୁଁଛି।
ଏହା ସହ ପଢନ୍ତୁ: ତୈଳ ସଙ୍କଟ ମଧ୍ୟରେ କ୍ୟୁବା ଉପରେ ବାଜିଲା ଛାଟିଆ; ସରକାରୀ ତୈଳ କମ୍ପାନୀ ଉପରେ ଲାଗିଲା କଟକଣା
ଅସମ୍ଭବ ହୋଇଗଲାଣି ଜନଜୀବନ
ଏହି ରାଜନୈତିକ ଟଣାଓଟରା ଯୋଗୁଁ ସାଧାରଣ ଲୋକଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ିଛି। ରାଜଧାନୀ ହାଭାନା ସହରରେ ରହୁଥିବା ଲୋକ କହୁଛନ୍ତି, ଏପରି ଜୀବନ ଅସହ୍ୟ ହୋଇଗଲାଣି। ପୂର୍ବରୁ ଦିନକୁ କେବଳ ୩-୪ ଘଣ୍ଟା ବିଦ୍ୟୁତ୍ ମିଳୁଥିଲା। ହେଲେ ବର୍ତ୍ତମାନ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ ପରିସ୍ଥିତିକୁ ଆହୁରି ଖରାପ କରିଦେଇଛି। ସବୁଠାରୁ ବଡ଼ ସମସ୍ୟା ହେଉଛି କେହି ଜାଣନ୍ତି ନାହିଁ ଯେ ବିଦ୍ୟୁତ୍ ସେବା ପୁନର୍ବାର କେବେ ମିଳିବ। ସେହିପରି ଏକ ପର୍ଯ୍ୟଟନ ଷ୍ଟାର୍ଟଅପ୍ ରେ କାମ କରୁଥିବା ଜଣେ ଯୁବ ସଫ୍ଟୱେର୍ ପ୍ରୋଗ୍ରାମର୍ ତାଙ୍କ ସମସ୍ୟା ସମ୍ପର୍କରେ କହିଛନ୍ତି ଯେ ଆମ ପାଖରେ ୱାଇ-ଫାଇ ନାହିଁ, ବିଦ୍ୟୁତ୍ ନାହିଁ। ଆମେ କୌଣସି କାମ କରିପାରିବୁ ନାହିଁ। ଗ୍ରାମାଞ୍ଚଳରେ ବିଦ୍ୟୁତ୍ ବିଭ୍ରାଟ ଲଗାତାର ୭୦ ଘଣ୍ଟା ପର୍ଯ୍ୟନ୍ତ ରହୁଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories