Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Netanyahu vs Erdogan / ମଧ୍ୟପ୍ରାଚ୍ୟ ବିବାଦ ମଧ୍ୟରେ ମୁହାମୁହିଁ ନେତାନ୍ୟାହୁ- ଏର୍ଦୋଗାନ୍; ତେଜିଲା ବାକ୍ ଯୁଦ୍ଧ

Subhramjit Ray
Browse all articles by Subhramjit Ray
·1 month ago·2 min read
ମଧ୍ୟପ୍ରାଚ୍ୟ ବିବାଦ ମଧ୍ୟରେ ମୁହାମୁହିଁ ନେତାନ୍ୟାହୁ- ଏର୍ଦୋଗାନ୍; ତେଜିଲା ବାକ୍ ଯୁଦ୍ଧ
Netanyahu vs Erdogan

Key Points

ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ  ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ, ତୁର୍କୀୟେ ରାଷ୍ଟ୍ରପତି ରେଚେପ୍ ତୈୟବ ଏର୍ଦୋଗାନ୍ ଆଣିଥିବା ଅଭିଯୋଗ ଉପରେ ଦେଇଛନ୍ତି ପାଲଟା ଜବାବ।  
ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ତୁର୍କୀୟେ ରାଷ୍ଟ୍ରପତି ରେଚେପ୍ ତୈୟବ ଏର୍ଦୋଗାନ୍। ଏବେ ଉଭୟଙ୍କ ମଧ୍ୟରେ ଏକ ସିଧାସଳଖ ଆରମ୍ଭ ହୋଇଯାଇଛି ବାକ୍ ଯୁଦ୍ଧ। ଉଭୟ ଦେଶର ଶାସନ ମୁଖ୍ୟ ଏବେ କେହି କାହାକୁ ଛାଡି଼ବା ଅବସ୍ଥାରେ ନାହାଁନ୍ତି। ତୁର୍କୀୟେ ରାଷ୍ଟ୍ରପତି ଏର୍ଦୋଗାନ୍, ଇସ୍ରାଏଲ ସେନାର ସାମରିକ କାର୍ଯ୍ୟାନୁଷ୍ଠାନକୁ ଦେଶର ସୁରକ୍ଷା ପାଇଁ ଏକ ସିଧାସଳଖ ବିପଦ ଭାବରେ ବର୍ଣ୍ଣନା କରିଛନ୍ତି। ଏହାର ଜବାବରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ତୁର୍କୀୟେ ରାଷ୍ଟ୍ରପତିଙ୍କୁ ଜଣେ ଏକଛତ୍ରବାଦୀ ଶାସକ ବୋଲି କହିଛନ୍ତି।

ରାଷ୍ଟ୍ରପତି ଏର୍ଦୋଗାନ୍, ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ତାଙ୍କ ସରକାରକୁ ସିଧାସଳଖ ଟାର୍ଗେଟ କରିଥିଲେ। ଏନେଇ ସେ କହିଛନ୍ତି ଯେ ନେତାନ୍ୟାହୁ ଏବଂ ତାଙ୍କର ଅପରାଧି ନେଟୱାର୍କ ସିରିଆ ଏବଂ ଲେବାନନ୍ ଉପରେ ଆକ୍ରମଣ କରିବା ଜାରି ରଖିଛି। ଯାହା ସୀମା ଅତିକ୍ରମ କରିଯାଇଛି। ସେ ଚିନ୍ତା ପ୍ରକାଶ କରି ସିରିଆ ଏବଂ ଲେବାନନ୍କୁ ତୁର୍କୀର ଭାଇ ବୋଲି କହିଥିଲେ। ସେ ଚେତାବନୀ ଦେଇ କହିଛନ୍ତି ଯେ ଇସ୍ରାଏଲର ଆକ୍ରମଣାତ୍ମକ ସାମରିକ ନୀତି ଆଉ ସିରିଆ ଏବଂ ଲେବାନନ୍ ପର୍ଯ୍ୟନ୍ତ ସୀମିତ ରହିନାହିଁ। ତାଙ୍କ କହିବା ଅନୁସାରେ ଇସ୍ରାଏଲ୍ ଦ୍ୱାକା କରାୀଯାଉଥିବା ଏପରି କାର୍ଯ୍ୟ ଏବେ ଏପରି ଏକ ସ୍ଥାନରେ ପହଞ୍ଚିଛି ଯେଉଁଠାରେ ସେମାନେ ତାଙ୍କ ଦେଶର (ତୁର୍କୀୟେ) ସାର୍ବଭୌମତ୍ୱ ଏବଂ ସୁରକ୍ଷା ପାଇଁ ଏକ ସିଧାସଳଖ ବିପଦ ସୃଷ୍ଟି କରଛି। 

ଏହା ସହ ପଢନ୍ତୁ: ଯୁଦ୍ଧ ବେଳେ ନେତାନ୍ୟାହୁଙ୍କୁ ଶେଷ ଚେତାବନୀ ଦେଲେ ଟ୍ରମ୍ପ; କହିଲେ...

ନେତାନ୍ୟାହୁ ଦେଲେ ପାଲଟା ଜବାବ
ରାଷ୍ଟ୍ରପତି ଏର୍ଦୋଗାନଙ୍କ ଏହି ବୟାନ ଉପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏକ ଅତ୍ୟନ୍ତ ଆକ୍ରମଣାତ୍ମକ ଶୈଳୀରେ ଏହାର ପାଲଟା ଜବାବ ଦେଇଛନ୍ତି। ସେ ସ୍ପଷ୍ଟ ଭାବରେ ଏର୍ଦୋଗାନଙ୍କ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏପରିକି ସେ ତୁର୍କୀୟେ ରାଷ୍ଟ୍ରପତିଙ୍କୁ ଇହୁଦୀ-ବିରୋଧି ଏକଛତ୍ରବାଦୀ ବୋଲି ମଧ୍ୟ କହିବାକୁ ପଛାଇ ନଥିଲେ। ଏର୍ଦୋଗାନଙ୍କୁ କଟାକ୍ଷା କରି ନେତାନ୍ୟାହୁ କହିଛନ୍ତି ଯେ ଯିଏ ନିଜ ଦେଶ ଏବଂ ପଡ଼ୋଶୀ ଦେଶରେ ଦମନମୂଳକ ନୀତି ଅନୁସରଣ କରନ୍ତି ତାଙ୍କର ଇସ୍ରାଏଲକୁ ନୈତିକତା ଉପରେ ଭାଷଣ ଦେବାର କୌଣସି ଅଧିକାର ନାହିଁ।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ସିଧାସଳଖ ତୁର୍କୀୟେ ରାଷ୍ଟ୍ରପତିଙ୍କୁ ଆକ୍ଷେପ କରି କହିଛନ୍ତି ଯେ ଏର୍ଦୋଗାନ୍ ନିଜେ କୁର୍ଦ୍ଦିସ୍ ସମ୍ପ୍ରଦାୟ ବିରୁଦ୍ଧରେ ହିଂସା ଏବଂ ନରସଂହାରରେ ସାମିଲ ଅଛନ୍ତି। ନେତାନ୍ୟାହୁ ମଧ୍ୟ ଦାବି କରିଛନ୍ତି ଯେ ଏର୍ଦୋଗାନ ଖୋଲାଖୋଲି ଭାବରେ ହମାସ ଭଳି ଆତଙ୍କବାଦୀ ସଙ୍ଗଠନକୁ ସମର୍ଥନ କରନ୍ତି। ନେତାନ୍ୟାହୁ ଏହା ମଧ୍ୟ କହିଛନ୍ତି ଯେ ଏର୍ଦୋଗାନ ତାଙ୍କ ନିଜ ଲୋକଙ୍କୁ ଦମନ କରନ୍ତି ଏବଂ ତାଙ୍କ ରାଜନୈତିକ ବିରୋଧିଙ୍କୁ ବନ୍ଦୀ କରି ରଖନ୍ତି।

ଏହା ସହ ପଢନ୍ତୁ: ସୀମା ଟପିଗଲେ ଟ୍ରମ୍ପ; ନେତାନ୍ୟାହୁଙ୍କୁ କହିଲେ...

ଇସ୍ରାଏଲୀ ସେନା ହେଉଛି ବିଶ୍ୱର ସବୁଠାରୁ ନୈତିକ ସେନା: ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ, ଏର୍ଦୋଗାନଙ୍କ ଅଭିଯୋଗର ଜବାବ ଦେଇ ଦେଶର ସୈନ୍ୟବାହିନୀ ସମର୍ଥନରେ ଖୋଲାଖୋଲା ଛିଡ଼ା ହୋଇଛନ୍ତି। ସେ ଦାବି କରିଛନ୍ତି ଯେ ଇସ୍ରାଏଲ ଏବଂ ଏହାର ସେନା ବିଶ୍ୱର ସବୁଠାରୁ ନୈତିକ ସେନା। ସେ ସ୍ପଷ୍ଟ କରିଛନ୍ତି ଯେ ଇସ୍ରାଏଲ ଏହାର ସୁରକ୍ଷା ଏବଂ ପରିଚୟ ସହିତ କେବେ କୌଣସି ବୁଝାମମା କରିବ ନାହିଁ। ଏହାର ଶତ୍ରୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିବ। ତାଙ୍କ ବକ୍ତବ୍ୟ ଶେଷ କରି ନେତାନ୍ୟାହୁ କହିଛନ୍ତି ଯେ ଇସ୍ରାଏଲୀ ସେନା ଇରାନ ଏବଂ ଏହାର ସମର୍ଥିତ ଗୋଷ୍ଠୀଙ୍କ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମସ୍ତ ଶକ୍ତି ବ୍ୟବହାର କରିବ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Erdogan and Netanyahu Exchange War of Words Amid Middle East Tensions | Argus News