FBI Ghost Town Alabama / ଚର୍ଚ୍ଚାରେ ଏଫବିଆଇ କାରନାମା; ତାଜୁବ ହୋଇଗଲେ ସାଇବର ହ୍ୟାକର୍ସ
·2 hours ago·2 min read

Key Points
ଏଫବିଆର ସାଇବର ଅପରାଧର ମୁକାବିଲା ପାଇଁ ଏକ ଅଭିନନ ଉପାୟ ଆପଣାଇଛି। ଯାହାକୁ ଭେଦ କରିବାରେ ସାଇବର ହ୍ୟାକର୍ସ ମଧ୍ୟ ହାର ମାନିଯିବେ।
FBI Kinetic Cyber Range US: ଦେଶରେ ସାଇବର ଅପରାଧର ମୁକାବିଲା ପାଇଁ ଆମେରିକାର ସଂଘୀୟ ଗୁଇନ୍ଦା ଏଜେନ୍ସି (ଏଫବିଆଇ) ଏକ ଅଭିନନ ଉପାୟ ଆପଣାଇଛି। ଆଲାବାମା ରାଜ୍ୟର ହଣ୍ଟସଭିଲ୍ ଠାରେ ଏଫବିଆଇ (FBI),ଏକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଛୋଟ ସହର ନିର୍ମାଣ କରିଛି। ଯାହାର ନାଁ ହେଉଛି "କାଇନେଟିକ୍ ସାଇବର ରେଞ୍ଜ" (Kinetic Cyber Range)। ଏହି ସହର ଏପରି ଏକ ପ୍ରକାର ସାଇବର ତାଲିମ କେନ୍ଦ୍ର, ଯେଉଁଠାରେ ସାଇବର ଆକ୍ରମଣର ମୁକାବିଲା ପାଇଁ ଉତ୍ତମ ତାଲିମ ପ୍ରଦାନ କରିବା ପାଇଁ ଏକ ବାସ୍ତବ ଜୀବନର ସହର ଭଳି ଏକ ପରିବେଶ ସୃଷ୍ଟି କରାଯାଇଛି। ପ୍ରାୟ ୨୨,୦୦୦ ବର୍ଗଫୁଟ ଅଞ୍ଚଳରେ ବ୍ୟାପ୍ତ ସହରରେ ଆବଶ୍ୟକୀୟ ସମସ୍ତ ସୁବିଧା ରହିଛି। ଯେପରିକି ଘର, ହୋଟେଲ, ପେଟ୍ରୋଲ ପମ୍ପ, ଦୋକାନ, ହସ୍ପିଟାଲ, କୋର୍ଟ ଏବଂ ଏକ ବିଦ୍ୟୁତ୍ କମ୍ପାନୀ। ଯାହା ରାସ୍ତା, ଟ୍ରାଫିକ୍ ଲାଇଟ୍ ଏବଂ ସମ୍ପୂର୍ଣ୍ଣ ଭିତ୍ତିଭୂମି ସହିତ ଏକ ପ୍ରକୃତ ଆମେରିକୀୟ ସହର ଭଳି କାର୍ଯ୍ୟ କରୁଛି। ଏଫବିଆ ଏହାର ସୋସିଆଲ ମିଡିଆ ପ୍ଲାଟଫର୍ମ, ଇନଷ୍ଟାଗ୍ରାମ ମାଧ୍ୟମରେ ଏ ସମ୍ପର୍କରେ ଜଣାଇଛି।
ସାଇବର ଆକ୍ରମଣ ପାଇଁ ଲାଇଭ୍ ତାଲିମ
ଆମେରିକୀୟ ଗଣମାଧ୍ୟମ "ଟେକ୍ କ୍ରଞ୍ଚ" (US Media TechCrunch) ଅନୁଯାୟୀ, ଏହି ପ୍ରକଳ୍ପର ଲକ୍ଷ୍ୟ ଆଇନ ପ୍ରବର୍ତ୍ତନ ଅଧିକାରୀଙ୍କୁ ନୂତନ ଗ୍ରାହକ ଏବଂ କର୍ପୋରେଟ୍ ପ୍ରଯୁକ୍ତିବିଦ୍ୟା ସହିତ ବ୍ୟବହାରିକ ଅଭିଜ୍ଞତା ପ୍ରଦାନ କରିବା। ଯାାହାକୁ ପ୍ରାୟତଃ ଅନ୍ତର୍ଜାତୀୟ ହ୍ୟାକିଂ ଗୋଷ୍ଠୀ ଦ୍ୱାରା ଟାର୍ଗେଟ୍ କରାଯାଇଥାଏ।
ଏହା ସହ ପଢନ୍ତୁ: ଚର୍ଚ୍ଚାରେ ଚୀନ୍ କାରନାମା; ଆମେରିକାରେ ପରିଚାଳିତ ହେଉଥିଲା 'ଗୁପ୍ତ ଥାନା'
କାହିଁକି ଆବଶ୍ୟକ ପଡ଼ିଲା ଏପରି ସହର?
ଏଫବିଆଇ ପକ୍ଷରୁ ପ୍ରକାଶିତ ସଦ୍ୟତମ ଇଣ୍ଟରନେଟ୍ ଅପରାଧ ରିପୋର୍ଟ ଅନୁଯାୟୀ, ଆମେରିକାରେ ସାଇବର ଅପରାଧ ଜନିତ କ୍ଷତି ୨୦.୯ ବିଲିୟନ ଡଲାରରେ ପହଞ୍ଚିଛି। ଗୋଟିଏ ବର୍ଷରେ ଏପରି ଅପରାଧରେ ୨୬ ପ୍ରତିଶତ ବୃଦ୍ଧି ହୋଇଥିବାର ଜଣାପଡ଼ିଛି। "ରାନସମ୍ୱେର୍" (Ransomware) ବିଶ୍ୱବ୍ୟାପୀ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପାଇଁ ସବୁଠାରୁ ବଡ଼ ବିପଦ ପାଲଟିଛି। ଏହି ନକଲି ସହର ମଧ୍ୟରେ ପ୍ରତ୍ୟେକ ସୁବିଧା ପ୍ରକୃତ ଡିଭାଇସ୍ ସହିତ ସଂଯୁକ୍ତ ହୋଇଛି। ଯାହା ଏକ ପ୍ରକୃତ ସହରରେ ସଠିକ୍ ଢଙ୍ଗରେ କାର୍ଯ୍ୟ କରିଥାଏ। ଏହା ପ୍ରଶିକ୍ଷକଙ୍କୁ ଏକ ସୁରକ୍ଷିତ ପରିବେଶରେ ଲାଇଭ୍ ସାଇବର ଆକ୍ରମଣ କରିବାକୁ ଅନୁମତି ଦୋଇଥାଏ, ଯେପରିକି ଏକ ଚିକିତ୍ସାଳୟର ପାୱାର ଗ୍ରୀଡ୍ ବନ୍ଦ କରିଦେବା।
ବାସ୍ତବ ପ୍ରଯୁକ୍ତିବିଦ୍ୟା ଏବଂ ଡାଟା ସେଣ୍ଟର
ଏଫବିଆଇ ଦ୍ୱାରା ବିକଶିତ ନକଲି ସହରରେ ୨ ଶହରୁ ଅଧିକ ସର୍ଭର ସହିତ ଏକ ବଡ଼ ଡାଟା ସେଣ୍ଟର ମଧ୍ୟ ନିର୍ମାଣ କରାଯାଇଛି। ଏଠାକାର ପ୍ରୋଗ୍ରାମ ମ୍ୟାନେଜର କହିଛନ୍ତି ଯେ ଏହି ସର୍ଭର ରୁମ୍ କୁ ଜାଣିଶୁଣି ଥଣ୍ଡା, କୋଳାହଳପୂର୍ଣ୍ଣ ଏବଂ କିଛି ମାତ୍ରାରେ ଅସୁବିଧା ଜନକ ବନାଯାଇଛି। ଯାହା ପ୍ରକୃତ ସାଇବର ଆକ୍ରମଣ ସମୟରେ ତଦନ୍ତକାରୀ ସାମ୍ନା କରୁଥିବା କଠୋର କର୍ପୋରେଟ୍ ପରିବେଶକୁ ଅନୁକରଣ କରିଥାନ୍ତି।
ଏହା ସହ ପଢନ୍ତୁ: ଚର୍ଚ୍ଚାରେ ଚୀନୀ ସୁନ୍ଦରୀ; କାରନାମା ଶୁଣିଲେ ଉଡ଼ିଯିବ ହୋସ୍
ଏପର୍ଯ୍ୟନ୍ତ କେତେ ତାଲିମ ଦିଆଯାଇଛି?
ଏଫବିଆଇ ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଫେବୃଆରୀ ମାସରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ୧୪ ଶହରୁ ଅଧିକ ବିଭାଗୀୟ କର୍ମଚାରୀ ଏବଂ ଆନ୍ତର୍ଜାତୀୟ ସୁରକ୍ଷା ଅଂଶୀଦାରଙ୍କୁ ତାଲିମ ଦେଇଛି। ଏନେଇ ଅଧିକାରୀ କହିଛନ୍ତି ଯେ ଏହି ବ୍ୟବହାରିକ ଅଭିଜ୍ଞତା ଡିଜିଟାଲ ଫୋରେନସିକ୍ କ୍ଷେତ୍ରରେ ଦକ୍ଷତା ହାସଲ କରିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସାଇବର ଅପରାଧିଙ୍କ (Cyber Hacker) ବିରୋଧରେ ପ୍ରମାଣ ସଂଗ୍ରହ କରିବା ପାଇଁ ପୋଲିସ ବିଭାଗକୁ ଆଧୁନିକ ଡିଭାଇସ୍ ଏନକ୍ରିପ୍ସନ୍ (Modern Device Encryption) ଭାଙ୍ଗିବାରେ ସହାୟକ ହେଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
FBI ghost town Alabama cyber trainingKinetic Cyber Range FBI HuntsvilleFBI builds mock town for hackersFake American town FBI cyberattacksFBI Alabama tech campus viral photosFBI 22000 sq ft replica town HuntsvilleRansomware attack simulation training FBIRedstone Arsenal cyber security facilityFBI digital forensics training ghost townCritical infrastructure cyber defense mock town