White Gold Sugar / କେବେ ଧଳା ସୁନା ଥିଲା ଚିନି; ଯାହା ପାଇଁ ୨୦୦ ବର୍ଷ ଧରି ହୋଇଥିଲା ଯୁଦ୍ଧ
·2 weeks ago·3 min read

Key Points
ଚିନି ବହୁ ଦିନ ଧରି ଆମ ଖାଦ୍ୟର ଏକ ଅଂଶ ହୋଇଆସିଛି। ସପ୍ତଦଶ (୧୭) ଶତାବ୍ଦୀରୁ ଉନବିଂଶ (୧୯) ଶତାବ୍ଦୀ ପର୍ଯ୍ୟନ୍ତ, ବିଶ୍ୱ ଚିନି ବାଣିଜ୍ୟ ଏବଂ ଉତ୍ପାଦକ ଦେଶ ଉପରେ ପ୍ରାଧାନ୍ୟ ବିସ୍ତାରକୁ ନେଇ ଅନେକ ଯୁଦ୍ଧ ହୋଇଥିଲା।
Global Wars in 200 years for Sugars: ବର୍ଦ୍ଧିତ ମୂଲ୍ୟ ଯୋଗୁଁ ଏବେ ଚିନି ଗଣମାଧ୍ୟମରେ ଶିରୋନାମା ପାଲଟିଛି। ଚିନି ଯାହା ଏବେ ଏକ ଘରୋଇ ଆବଶ୍ୟକତା, ତାହା ଥରେ କେବେ କେବଳ ଧନୀ ଲୋକଙ୍କ ଅଧିକାର ଥିଲା। ଚିନି ବାଣିଜ୍ୟ ଏବଂ ଆଖୁ ଚାଷକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ବଡ଼ ଯୁଦ୍ଧ ଲଢ଼ିଥିଲା। ପ୍ରାୟ ୨୦୦ ବର୍ଷ ଧରି, ଚିନି ବିଶ୍ୱ ବାଣିଜ୍ୟର କେନ୍ଦ୍ର ଥିଲା। ଏହାକୁ ଧଳା ସୁନା ମଧ୍ୟ କୁହାଯାଉଥିଲା। ଆମେରିକା, ବ୍ରିଟେନ ଏବଂ ଫ୍ରାନ୍ସ ଭଳି ଦେଶ ଆଖୁ ଉତ୍ପାଦନକାରୀ ଅଞ୍ଚଳକୁ କବଜା କରିବା ପାଇଁ ଅନେକ ଯୁଦ୍ଧ କରିଥିଲେ। ସେମାନେ ବଡ଼ ଆକାରରେ ଆଖୁ ଉତ୍ପାଦନକାରୀ ଦେଶକୁ କବଜା କରିଥିଲେ। ସେଠାରେ ସେମାନେ ଶ୍ରମିକଙ୍କୁ ଆଖୁ ବଗିଚାରେ କାମ କରିବାକୁ ବାଧ୍ୟ କରିଥିଲେ। ଏହି ଦେଶରେ କାମ କରିବା ପାଇଁ ଭାରତରୁ ଶ୍ରମିକଙ୍କୁ ପଠାଯାଉଥିଲା। ତ୍ରିନିଦାଦ ଏବଂ ଟୋବାଗୋ, ସେଣ୍ଟ କିଟ୍ସ, ଜାମାଇକା, ବାରବାଡୋସ, ହାଇତିରୁ କ୍ୟୁବା ପର୍ଯ୍ୟନ୍ତ ଦେଶରେ ଚିନି ପାଇଁ ଯୁଦ୍ଧ ହୋଇଥିଲା।
କାରିବିଆନ ଦ୍ୱୀପପୁଞ୍ଜର ନିୟନ୍ତ୍ରଣ ପାଇଁ ଯୁଦ୍ଧ
କାରିବିଆନ ଦ୍ୱୀପପୁଞ୍ଜ ବହୁ ପରିମାଣରେ ଆଖୁ ଉତ୍ପାଦନ ହେଉଥିଲେ। ସପ୍ତଦଶ-ଅଷ୍ଟାଦଶ ଶତାବ୍ଦୀ (17th-18th Century) ରେ, କାରିବିଆନ ଦ୍ୱୀପପୁଞ୍ଜକୁ ଦଖଲ କରିବା ପାଇଁ ୟୁରୋପୀୟ ସାମଜ୍ରବାଦୀ ଶକ୍ତି ବ୍ରିଟେନ, ଫ୍ରାନ୍ସ, ସ୍ପେନ୍ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଅନେକ ଯୁଦ୍ଧ ହୋଇଥିଲା। ସେମାନେ କାରିବିଆନ୍ ଦ୍ୱୀପପୁଞ୍ଜର ଆଖୁ ବଗିଚା ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିଥିଲେ। ଯାହା ଦ୍ୱାରା ସେମାନଙ୍କୁ ଚିନି ମିଳିପାରିବ। ବ୍ରିଟେନ୍-ଫ୍ରାନ୍ସ ମଧ୍ୟରେ ଏହି ଯୁଦ୍ଧ ୭ ବର୍ଷ ଧରି ଚାଲିଥିଲା। ୧୭୬୩ ମସିହାରେ ପ୍ୟାରିସ୍ ଚୁକ୍ତି ଅନୁସାରେ ଏହି ଯୁଦ୍ଧ ଶେଷ ହୋଇଥିଲା। ବ୍ରିଟେନ୍ ଫ୍ରାନ୍ସ ଲାଗି କାନାଡା (ନୂତନ ଫ୍ରାନ୍ସ) କିମ୍ବା କାରିବିଆନ୍ ଦ୍ୱୀପରେ ଏକ ଛୋଟ ଚିନି ଉତ୍ପାଦନକାରୀ ଦ୍ୱୀପ ରଖିବାର ବିକଳ୍ପ ପ୍ରଦାନ କରିଥିଲା। ଯଦିଓ ଫ୍ରାନ୍ସ କାନାଡା ପରିତ୍ୟାଗ କରିଥିଲା, ହେଲେ ସେହି ଛୋଟ ଦ୍ୱୀପର ନିୟନ୍ତ୍ରଣ ବଜାୟ ରଖିଥିଲା। ଯାହା ସେତେବେଳେ ସମଗ୍ର କାନାଡୀୟ ଚମଡା ବ୍ୟବସାୟ ଅପେକ୍ଷା ଅଧିକ ଲାଭ ଦେଉଥିଲା। ଚିନି ଉପରେ ନିୟନ୍ତ୍ରଣ କରିବା ପାଇଁ, ୧୬୫୫ ମସିହାରେ ବ୍ରିଟେନ୍ ସ୍ପେନ୍ ଠାରୁ ଜାମାଇକା କବଜା କରିଥିଲା। ପ୍ରବାସୀ ଶ୍ରମିକଙ୍କୁ ଆଣି, ଜାମାଇକାକୁ ବିଶ୍ୱର ସର୍ବବୃହତ ଚିନି ଉତ୍ପାଦନକାରୀ କେନ୍ଦ୍ର ଭାବରେ ପରିଣତ କରିଥିଲା। ଫ୍ରାନ୍ସ ସାନ୍ ଡୋମିଙ୍ଗୋକୁ କବଜା କରିଥିଲା। ଯାହା ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ବିଶ୍ୱକୁ ଅଧା ଚିନି ଯୋଗାଉଥିଲା।
ଏହା ସହ ପଢନ୍ତୁ: ଭବିଷ୍ୟତରେ ଭାରତରେ ମହଙ୍ଗା ହୋଇଯିବ ଭାତ! ଚିନ୍ତା ବଢାଇଲା ବୈଜ୍ଞାନିକଙ୍କ ଚେତାବନୀ
ହାଇତି ବିପ୍ଳବ ଏବଂ ଫରାସୀ ସାମ୍ରାଜ୍ୟ ସହିତ ଯୁଦ୍ଧ
ଚିନି ଇତିହାସର ସବୁଠାରୁ ଭୟଙ୍କର ଯୁଦ୍ଧ ହାଇତି ଠାରେ ଚିନି ବଗିଚା ମାଲିକଙ୍କ ବିରୋଧରେ ଆରମ୍ଭ ହୋଇଥିଲା। ସାନ୍ ଡୋମିଙ୍ଗୋ (ହାଇତି) ଠାରେ, ଲକ୍ଷ ଲକ୍ଷ ଆଫ୍ରିକୀୟ ଦାସଙ୍କୁ ଚିନି ଏବଂ କଫି ବଗିଚାରେ ଦାସ ଭାବରେ କାମ କରିବାକୁ ବାଧ୍ୟ କରାଯାଇଥିଲା। ୧୭୯୧ ମସିହାରେ, ସେମାନେ (ଦାସ) ବିଦ୍ରୋହ କରିଥିଲେ। ନେପୋଲିଅନ୍ ବୋନାପାର୍ଟ ଚିନି ବାଣିଜ୍ୟ ଉପରେ ନିୟନ୍ତ୍ରଣ ଦଖଲ କରିବା ପାଇଁ ଏକ ବିଶାଳ ଫରାସୀ ସେନା ପଠାଇଥିଲେ। ହାଇତି ଶ୍ରମିକ ଫରାସୀ ସେନାକୁ ପରାସ୍ତ କରିଥିଲେ। ୧୮୦୪ ମସିହାରେ, ହାଇତ ବିଶ୍ୱର ପ୍ରଥମ ସ୍ୱାଧିନ ଗଣରାଜ୍ୟ ହୋଇଗଲା। ଏହି ଯୁଦ୍ଧ ନେପୋଲିୟନଙ୍କ ଆମେରିକାରେ ଏକ ସାମ୍ରାଜ୍ୟ ପ୍ରତିଷ୍ଠା କରିବାର ସ୍ୱପ୍ନକୁ ଧୂଳିସାତ କରିଦେଲା। ସେ ଲୁଇସିଆନା ରାଜ୍ୟକୁ ଯୁକ୍ତରାଷ୍ଟ୍ର ଆମେରିକାକୁ ବିକ୍ରୟ କରି ଦେଇଥିଲେ।
ଆମେରିକୀୟ ବିପ୍ଳବ ଏବଂ ଚିନି ଆଇନ
ଆମେରିକୀୟ ସ୍ୱାଧିନତା ସଂଗ୍ରାମରେ ମଧ୍ୟ ଚିନି ମୂଲ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ୧୭୬୪ ମସିହାର ଚିନି ଆଇନ ଅନୁଯାୟୀ, ବ୍ରିଟିଶ ସଂସଦ ଆମେରିକୀୟ ଉପନିବେଶକୁ ବିଦେଶୀ ଚିନି ଏବଂ ମୋଲାସେସ୍ ଆମଦାନୀ ଉପରେ ଏକ ଟିକସ ଲାଗୁ କରିଥିଲା। ଏହା କାରିବିଆନ ଠାରେ ବ୍ରିଟିଶ ଚିନି ବଗିଚାକୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଥିଲା। ତଥାପି, "ପ୍ରତିନିଧିତ୍ୱ ବିନା କୌଣସି କର ନାହିଁ" ସ୍ଲୋଗାନ ପ୍ରତିଧ୍ୱନିତ ହୋଇଥିଲା। ଯାହା ଶେଷରେ ୧୭୭୫ ମସିହାରେ ବ୍ରିଟେନ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କ୍ୟୁବାରେ ଆମେରିକୀୟ ଦଖଲ
ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଚିନିର ଚାହିଦା ଆକାଶଛୁଆଁ ହୋଇଥିଲା ଏବଂ କ୍ୟୁବା ବିଶ୍ୱର ମୁଖ୍ୟ ଚିନି ଯୋଗାଣକାରୀ ରାଷ୍ଟ୍ର ଥିଲା। ୧୯୧୭ ମସିହାରେ, ଯେତେବେଳେ କ୍ୟୁବାରେ ଅସ୍ଥିରତା ଏବଂ ବିଦ୍ରୋହ ଆରମ୍ଭ ହୋଇଥିଲା, ସେତେବେଳେ ଚିନି ବଗିଚା ଏବଂ ସୁଗାର ମିଲ୍ କ୍ଷତିଗ୍ରସ୍ତ ହେବାର ଭୟ ରହିଥିଲା। ଆମେରିକା ଏହାର ସହଯୋଗୀଙ୍କ ପାଇଁ ଚିନି ଯୋଗାଣ ବଜାୟ ରଖିବା ପାଇଁ କ୍ୟୁବା ଉପରେ ଆକ୍ରମଣ କରିଥିଲା। ଆମେରିକାର ସୈନ୍ୟବାହିନୀ କ୍ୟୁବାର ଚିନି ଉତ୍ପାଦନକାରୀ ଅଞ୍ଚଳରେ ୧୯୧୭ ମସିହାରୁ ୧୯୨୨ ପର୍ଯ୍ୟନ୍ତ ମୁତୟନ ରହିଥିଲା, ଏହି ସମୟକୁ ଐତିହାସିକ ଭାବରେ "Sugar Intervention" ନାମରେ ଜଣାଶୁଣା।
ଏହା ସହ ପଡନ୍ତୁ: ଏବେ ସମଗ୍ର ବିଶ୍ୱ ଖାଇବ ଭାରତୀୟ ଚାଉଳ; ଉତ୍ପାଦନରେ ପଛରେ ପଡିଗଲା ଚୀନ୍
ଚିନି ଏବଂ କ୍ୟୁବା ବିପ୍ଳବ
ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ଆରମ୍ଭ ହୋଇଥିବା ଶୀତଳ ଯୁଦ୍ଧ ସମୟରେ ଚିନି ପୁଣି ଥରେ ସଂଘର୍ଷର କାରଣ ହୋଇଗଲା। ୧୯୫୯ ମସିହାରେ ଫିଡେଲ କାଷ୍ଟ୍ରୋଙ୍କ ନେତୃତ୍ୱରେ କମ୍ୟୁନିଷ୍ଟ ବିପ୍ଳବ ପରେ, କ୍ୟୁବା ଆମେରିକୀୟ ମାଲିକାନାରେ ରହିଥିବା ଆଖୁ ବଗିଚା ଏବଂ ସୁଗାର ମିଲ୍ ଜାତୀୟକରଣ କରିଥିଲା। ଏହା ପରେ ଆମେରିକା, କ୍ୟୁବା ଦ୍ୱାରା ହେଥଥିବା ଚିନି ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇ ଏହାର ପ୍ରତିଶୋଧ ନେଇଥିଲା। ସେତେବେଳେ ସୋଭିଏତ୍ ସଂଘ କମ୍ୟୁନିଷ୍ଟ ଶାସିତ କ୍ୟୁବା ସମର୍ଥନରେ ବାହାରିଥିଲା ଏବଂ ଏହାର ସମସ୍ତ ଚିନି କ୍ରୟ କରିବା ପାଇଁ ଏକ ଚୁକ୍ତି କରିଥିଲା। ଏହି ଘଟଣା ଶୀତଳ ଯୁଦ୍ଧ ସମୟରେ କ୍ୟୁବାକୁ ସୋଭିଏତ୍ ସଂଘର ନିକଟତର କରିଥିଲା।

Related Topics
Explore more stories
History of sugar as white goldHow sugar caused wars across the worldSugar trade history in America Britain France CubaWhy sugar was called white gold in historyEconomic impact of historical sugar trade200 years of global conflicts over sugarSugar Revolution in West IndiesCaribbean sugarcane plantationsSugar Act and American Revolution