Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଜେଲ୍ ରେ ବିଗିଡ଼ିଲା ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା; ଯାଞ୍ଚ ପାଇଁ ନିଆଗଲା ହସ୍ପିଟାଲ୍

International

Imran Khan Health Update / ଜେଲ୍ ରେ ବିଗିଡ଼ିଲା ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା; ଯାଞ୍ଚ ପାଇଁ ନିଆଗଲା ହସ୍ପିଟାଲ୍

Subhramjit Ray
Browse all articles by Subhramjit Ray
·1 day ago·3 min read
ଜେଲ୍ ରେ ବିଗିଡ଼ିଲା ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା; ଯାଞ୍ଚ ପାଇଁ ନିଆଗଲା ହସ୍ପିଟାଲ୍
Imran Khan Health Update

Key Points

ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ "ରାଇଟ ସେଣ୍ଟ୍ରାଲ ରେଟିନାଲ୍ ଭେନ୍ ଅକ୍ଲୁଜନ" (CRVO) ନାମକ ଏକ ଆଖି ରୋଗର ଫଲୋ-ଅପ୍ ଯାଞ୍ଚ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପାଇଁ ତାଙ୍କୁ "ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍" ଠାରେ ଭର୍ତ୍ତି କରାଯାଇଥିଲା।
Imran Khan Health News: ଜେଲ୍ ରେ ବନ୍ଦୀ ଥିବା ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଆସିଛି ବଡ଼ ଖବର। ବର୍ତ୍ତମାନ ଆଡିଆଲା ଜେଲ୍ ର ଅନ୍ତେବାସୀ ରହିଥିବା ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗ଼଼ିଡ଼ିବା ପରେ ତାଙ୍କୁ "ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍" ନିଆଯାଇଛି। ପାକିସ୍ତାନୀ ଗଣମାଧ୍ୟମ "ଡନ" ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ବୁଧବାର (ଅପ୍ରେଲ ୨୮) ତାଙ୍କୁ "ରାଇଟ ସେଣ୍ଟ୍ରାଲ ରେଟିନାଲ୍ ଭେନ୍ ଅକ୍ଲୁଜନ" (CRVO) ନାମକ ଏକ ଗମ୍ଭୀର ଆଖି ରୋଗର ଫଲୋ-ଅପ୍ ଯାଞ୍ଚ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜେଲକୁ ଫେରିବା ପୂର୍ବରୁ ସେ ତାଙ୍କର ଚତୁର୍ଥ Anti-VEGF ଇଞ୍ଜେକ୍ସନ ନେଇଥିଲେ। ଏହି ଅବସ୍ଥା ଯୋଗୁଁ ତାଙ୍କ ଦଳ ପାକିସ୍ତାନ ତେହେରିକ ଇନସାଫ୍ (PTI) ତାଙ୍କର (ଇମ୍ରାନ ଖାନ) ଡାହାଣ ଆଖିରେ ଦୃଷ୍ଟିଶକ୍ତି ହ୍ରାସ ପାଇବା ନେଇ ଚିନ୍ତା ପ୍ରକଟ କରିଛି।

"ଡନ" ରିପୋର୍ଟ ଅନୁସାରେ ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (PIMS) ମୁଖପାତ୍ରଙ୍କ କହିବା ଅନୁଯାୟୀ, ପିଟିଆଇ (PTI) ପ୍ରତିଷ୍ଠାତା ଇମ୍ରାନ ଖାନଙ୍କୁ "ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍" (PIMS)ରେ ତାଙ୍କର ଚତୁର୍ଥ ଇଣ୍ଟ୍ରାଭିଟ୍ରିଅଲ୍ ଆଣ୍ଟି-VEGF ଇଞ୍ଜେକ୍ସନ ଦିଆଯାଇଥିଲା। ମଙ୍ଗଳବାର ସକାଳେ ତାଙ୍କୁ ଡିସଚାର୍ଜ କରାଯାଇଥିଲା।

ଇମ୍ରାନ ଖାନଙ୍କୁ ଗତ ୨୩ ମାର୍ଚ୍ଚରେ ତାଙ୍କର ଶେଷ ଆଣ୍ଟି-VEGF ଇଞ୍ଜେକ୍ସନ ଦିଆଯାଇଥିଲା। ଜାନୁଆରୀ ଶେଷ ଭାଗରେ ତାଙ୍କ ଆଖି ରୋଗାକ୍ରାନ୍ତ ହୋଇଥିବାର ଜଣା ପଡ଼ିଥିଲା। ଗତ ୨୪ ଜାନୁଆରୀରେ ତାଙ୍କର ପ୍ରଥମ ଚିକିତ୍ସା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୨୪ ଫେବୃଆରୀରେ ତାଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଥିଲା।

ଏହା ସହ ପଢନ୍ତୁ: ନାଁ ତେଲ ନାଁ ଟଙ୍କା; ବ୍ଲାକ୍ ଆଉଟ୍ ପାଇଁ ରିପବ୍ଲିକ୍ ଡେ ପ୍ୟାରେଡ୍ ବନ୍ଦ

ଇମ୍ରାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି...
ପିଆଇଏମ୍ଏସ୍ ମୁଖପାତ୍ରଙ୍କ କହିବା ଅନୁଯାୟୀ ୭୪ ବର୍ଷୀୟ ଇମ୍ରାନ ଖାନଙ୍କୁ ୨୮ ଅପ୍ରେଲରେ ତାଙ୍କର ଆଖିର ପରବର୍ତ୍ତୀ ଚିକିତ୍ସା ପାଇଁ ହସ୍ପିଟାଲ ଅଣାଯାଇଥିଲା। ଏହି ସମୟରେ ତାଙ୍କୁ ତାଙ୍କର ଚତୁର୍ଥ ଇଣ୍ଟ୍ରାଭିଟ୍ରିଅଲ୍ ଇଞ୍ଜେକ୍ସନ୍ ଦିଆଯାଇଥିଲା। ଚକ୍ଷୁ ବିଶେଷଜ୍ଞଙ୍କ ଦ୍ୱାରା ତାଙ୍କ ଆଖିର ପରୀକ୍ଷା କରାଯାଇଥିଲା। ଆଖି ଯାଞ୍ଚ ସେ ସୁସ୍ଥ ରହିଥିବାର ଜଣାପଡ଼ିଥିଲା। ଏଥିରେ ଆହୁରି କୁହାଯାଇଛି ଯେ ଇମ୍ରାନ ଖାଙ୍କ "ଅପ୍ଟିକାଲ୍ କୋହେରେନ୍ସ ଟୋମୋଗ୍ରାଫି" (Optical Coherence Tomography) କରାଯାଇଥିଲା। ଯେଉଁଥିରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ହୋଇଥିବାର ଦେଖାଯାଇଥିଲା।

ମୁଖପାତ୍ର ଆହୁରି କହିଛନ୍ତି ଯେ ସମ୍ପୂର୍ଣ୍ଣ ଭାବରେ ସମ୍ମତି ପାଇବା ପରେ ଏବଂ ଏକ ନିରୀକ୍ଷିତ ଅସ୍ତ୍ରୋପଚାର ଥିଏଟର ଠାରେ ସମସ୍ତ ମାନକ ସତର୍କତା ଏବଂ ପ୍ରୋଟୋକଲ୍ ପାଳନ କରିବା ପରେ ମାଇକ୍ରୋସ୍କୋପି ସାହାଯ୍ୟରେ ସର୍ଜନଙ୍କ ତତ୍ତ୍ୱାବଧାନରେ ତାଙ୍କୁ ଚତୁର୍ଥ ଇଣ୍ଟ୍ରାଭିଟ୍ରିଅଲ୍ ଇଞ୍ଜେକ୍ସନ୍ ଦିଆଯାଇଥିଲା। ଏହି ମେଡିକାଲ୍ ପ୍ରକ୍ରିୟା ଏକ ଡେ-କେୟାର ସର୍ଜରୀ ଭାବରେ କରାଯାଇଥିଲା। ସେ ଡାକ୍ତରଖାନାରେ ରହିବା ସମୟରେ ତାଙ୍କ ଶାରୀରିକ ଅବସ୍ଥା ସ୍ଥିର ରହିଥିଲା। ପରେ ତାଙ୍କର ଅଧିକ ମେଡିକାଲ ଯାଞ୍ଚ ଏବଂ ଆବଶ୍ୟକୀୟ ଦସ୍ତାବିଜ କାମ କରାଯାଇ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା।

ପିଟିଆଇ ଅଧ୍ୟକ୍ଷ ବାରିଷ୍ଟର ଗୋହର ଅଲୀ ଖାନ ଏକ ସୋସିଆଲ ମିଡିଆ ପୋଷ୍ଟ୍ ସେୟାର କରି କହିଛନ୍ତି, ଇମ୍ରାନ ଖାନଙ୍କୁ ଗତକାଲି ରାତିରେ ଆଖି ଇଞ୍ଜେକ୍ସନ୍ ଏବଂ ଡାକ୍ତରୀ ଯାଞ୍ଚ ପାଇଁ ପିଆଇଏମ୍ଏସ୍ ନିଆଯାଇଥିଲା। ଆମ ଦଳର ନେତାଙ୍କ ଯେଉଁ ଚିକିତ୍ସା ହେଉ ନାଁ କାହିଁକି, ହେଲେ ଆମେ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ କରହୁଥିବା ଚିନ୍ତାର ଉତ୍ତର ନାହିଁ।"

ଏହା ସହ ପଢନ୍ତୁ: ଖୋଲାଖୋଲି ବିକୁଥିଲେ ପାକିସ୍ତାନ ମାଲ୍; ୩ ଜଣଙ୍କୁ ଉଠାଇନେଲା ପୋଲିସ

ସେ ତାଙ୍କ ଦଳ ପିଟିଆଇ ପକ୍ଷରୁ କରାଯାଇଥିବା ଦାବିକୁ ଉଲ୍ଲେଖ କରିଥିଲେ। ଯେଉଁଥିରେ ଇମ୍ରାନ ଖାନ୍ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଘରୋଇ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଚିକିତ୍ସା ପାଇଁ ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଉ। କାରଣ ଏହା ହେଉଛି ସେମାନଙ୍କର ମୌଳିକ ଅଧିକାର। ପିଟିଆଇ ବେଶ ଲମ୍ବା ସମୟ ଧରି ଏହି ଅଧିକାରକୁ କାର୍ଯ୍ୟକାରୀ କରିବାକୁ ଦାବି କରିଆସୁଛି।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Imran Khan Hospitalized: Jailed Ex-PM Taken to PIMS for Urgent Eye Treatment | Argus News