Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମଧ୍ୟ ପ୍ରାଚ୍ୟ ଯୁଦ୍ଧରେ କେତେ ଡ୍ରୋନ୍ ହରାଇଲାଣି ଆମେରିକା?

International

US Drone Lost 2026 / ମଧ୍ୟ ପ୍ରାଚ୍ୟ ଯୁଦ୍ଧରେ କେତେ ଡ୍ରୋନ୍ ହରାଇଲାଣି ଆମେରିକା?

Subhramjit Ray
Browse all articles by Subhramjit Ray
·1 month ago·3 min read
ମଧ୍ୟ ପ୍ରାଚ୍ୟ ଯୁଦ୍ଧରେ କେତେ ଡ୍ରୋନ୍ ହରାଇଲାଣି ଆମେରିକା?
US Triton Drone

Key Points

ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧକୁ ୪୦ ଦିନ ବିତି ଯାଇଥିବା ବେଳେ ଆମେରିକା ପ୍ରାୟ ୨୫ ଡ୍ରୋନ୍ ହରାଇ ସାରିଲାଣି।



US Drone Lost in Middle East: ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଆମେରିକା ପାଇଁ ଦିନକୁ ଦିନ ମହଙ୍ଗା ପଡ଼ିଲାଣି। କାରଣ ଇରାନ ଆକ୍ରମଣରେ କୋଟି କୋଟି ଟଙ୍କାା ମଲ୍ୟର ଡ୍ରୋନ୍ ନଷ୍ଟ ହୋଇଗଲାଣି। ଯାହା ମଧ୍ୟରେ ରହିଛି ଏମକ୍ୟୁ-ଫୋରସି ଟ୍ରାଇଟନ୍ (MQ 4C Triton)। ଆମେରିକୀୟ ଶକ୍ତିର ପ୍ରତୀକ କୁହାଯାଉଥିବା ଏହି ଡ୍ରୋନ୍ ନିକଟରେ ଇରାନ ସୀମାରେ ଗାଏବ ହୋଇଯିବା ଘଟଣା ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ୨୪୦ ମିଲିୟନ୍ ଡଲାରରୁ ଅଧିକ ମୂଲ୍ୟର ଏହି ଡ୍ରୋନ୍ କାହିଁକି ଏତେ ସ୍ୱତନ୍ତ୍ର ଏବଂ ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକା କେତେ ମୋଟା ଅଙ୍କର ବିଲ୍ ଭରିବାକୁ ପଡୁଛି

ଆକାଶରେ ନିଖୋଜ ହୋଇଗଲା ଆମେରିକୀୟ ଗୁଇନ୍ଦା

ଗତ ୯ ତାରିଖରେ ପାରସ୍ୟ ଉପସାଗରରେ ଉଡ଼ୁଥିବା ସମୟରେ ଏକ ଆମେରିକୀୟ ନୌସେନାର ଏମକ୍ୟୁ-ଫୋରସି ଟ୍ରାଇଟନ୍ ଡ୍ରୋନ୍ ହଠାତ୍ ରାଡାର ନିରୀକ୍ଷଣ ବ୍ୟବସ୍ଥାରୁ ଅଦୃଶ୍ୟ ହୋଇଗଲା। ଏହା କୌଣସି ସାଧାରଣ ଡ୍ରୋନ୍ ନଥିଲା ବରଂ ଏହାକୁ ଆମେରିକୀୟ ସାମରିକ ନିରୀକ୍ଷଣ ବ୍ୟବସ୍ଥାର "ଆଖି ଏବଂ କାନ" ବୋଲି ବିବେଚନା କରାଯାଏଁ। ପ୍ରାରମ୍ଭିକ ସୂଚନା ଅନୁଯାୟୀ ଏହି ଡ୍ରୋନ୍ ଅଦୃଶ୍ୟ ହେବା ପୂର୍ବରୁ ଏକ ଜରୁରୀକାଳୀନ କୋଡ୍ (୭୭୦୦) ପଠାଇବା ସହ ୫୦,୦୦୦ ଫୁଟ ଉଚ୍ଚତାରୁ ଖସି ପଡ଼ିଥିଲା। ପରେ ଆମେରିକା ନୌସେନା ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିଥିଲା ଯେ ପାରସ୍ୟ ଉପସାଗରରେ "ଏମକ୍ୟୁ-ଫୋରସି ଟ୍ରାଇଟନ୍" ଡ୍ରୋନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।

ଏହା ସହ ପଢନ୍ତୁ: କେତେ ମହଙ୍ଗା ଏମକ୍ୟୁ-୪ସି ଟ୍ରାଇଟନ୍ ଡ୍ରୋନ୍; ଯିଏ ହର୍ମୁଜ ପ୍ରଣାଳୀରେ ହୋଇଗଲା ଅଚାନକ ଗାଏବ

ମୂଲ୍ୟ ଶୁଣିଲେ ଉଡ଼ିଯିବ ହୋସ୍
ଯଦି ଆପଣ ଏହି ଡ୍ରୋନ୍‌ର ମୂଲ୍ୟକୁ ଏକ ଅତ୍ୟାଧୁନିକ ଯୁଦ୍ଧ ବିମାନ ସହିତ ତୁଳନା କରନ୍ତି, ତାହେଲେ ଏହା ଆମେରିକୀୟ ବାୟୁସେନାର ଶକ୍ତି ସାମର୍ଥ୍ୟ କୁହାଯାଉଥିବା ଏପ-୩୫ ଯୁଦ୍ଧ ବିମାନ ତୁଳନାରେ ଦୁଇ ଗୁଣା ଅଧିକ ମହଙ୍ଗା। ଆମେରିକାର ପ୍ରତିରକ୍ଷା ବିଭାଗ ଦସ୍ତାବିଜ ଏବଂ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗୋଟିଏ ୟୁନିଟ୍ ଏମକ୍ୟୁ-ଫୋରସି ଟ୍ରାଇଟନ୍ ଡ୍ରୋନ୍‌ର ମୂଲ୍ୟ ପ୍ରାୟ ୨୩୮ ରୁ ୨୫୦ ମିଲିୟନ। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ହେଉଛି ପ୍ରାୟ ୨୦୦୦ କୋଟି ଟଙ୍କା)। ଏହାର ଉନ୍ନତ ସେନ୍ସର ପ୍ରଯୁକ୍ତିବିଦ୍ୟା, ରାଡାର ସିଷ୍ଟମ ଏବଂ ବିଶେଷ ସମୁଦ୍ର ନିରୀକ୍ଷଣ କ୍ଷମତା ଯୋଗୁଁ ଏହି ଡ୍ରୋନ୍ ବିଶ୍ୱର ସବୁଠାରୁ ମହଙ୍ଗା ଡ୍ରୋନ ଭାବେ ଉଭା ହୋଇଛି । ଏହି ଡ୍ରୋନ୍ ନିରନ୍ତର ଭାବରେ ୨୪ ଘଣ୍ଟାରୁ ଅଧିକ ସମୟ ପାଇଁ ଉଡ଼ାଣ ଭରିପାରିବ। ଗୋଟିଏ ଅଭିଯାନ ଅଧିନରେ ସମୁଦ୍ରରେ ଲକ୍ଷ ଲକ୍ଷ ବର୍ଗ ମାଇଲ୍ ଅଞ୍ଚଳ ଉପରେ ନଜର ରଖିପାରିବ ଏହି ଡ୍ରୋନ୍।

ଇରାନ ସହ ଚାଲିଥିବା Drone Warfare ଆମେରିକା ପାଇଁ ପଡ଼ିଛି ମହଙ୍ଗା

ମଧ୍ୟ ପ୍ରାଚ୍ୟରେ ଇରାନ ସହ ଡ୍ରୋନ୍ ଯୁଦ୍ଧରେ ଆମେରିକା ବହୁ କ୍ଷତି ସହିଲାଣି। ମଧ୍ୟ ପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କେବଳ କେବଳ "ଏମକ୍ୟୁ-ଫୋରସି ଟ୍ରାଇଟନ୍" ନୁହେଁ ବରଂ ଅନ୍ୟ ଡ୍ରୋନ୍ ମଧ୍ୟ ହରାଇଛି ଆମେରିକା। ରିପୋର୍ଟ ଅନୁଯାୟୀ କେବଳ ୨୦୨୬ ଅପ୍ରେଲ ପ୍ରଥମାର୍ଦ୍ଧରେ ଆମେରିକା ପ୍ରାୟ ୨୫, "ଏମକ୍ୟୁ-୯ ରିପର" ଡ୍ରୋନ୍ ହରାଇ ସାରିଛି। ଏହି ସମସ୍ତ କ୍ଷୟକ୍ଷତିକୁ ମିଶାଇ ଆମେରିକା ପ୍ରାୟ ୭୨୦ ବିଲିୟନ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୬୦୦୦ କୋଟି ଟଙ୍କା) କ୍ଷତି ସହିଲାଣି। "ଏମକ୍ୟୁ-ଫୋରସି ଟ୍ରାଇଟନ୍" ଡ୍ରୋନ୍ ହରାଇବା ଦ୍ୱାରା ହୋଇଥିବା କ୍ଷତିକୁ ସହଜେ ଭରଣା କରି ପାରିବ ନାହିଁ ଆମେରିକା। କାରଣ ଆମେରିକୀୟ ନୌସେନାକୁ ନିର୍ଦ୍ଦିଷ୍ଟ ଭାବରେ କେବଳ କିଛି ହାତ ଗଣତି "ଏମକ୍ୟୁ-ଫୋରସି ଟ୍ରାଇଟନ୍" ଡ୍ରୋନ୍ ସକ୍ରିୟ ରୂପରେ ସେବା ଯୋଗାଇ ଆସୁଥିଲା।

ଏହା ସହ ପଢନ୍ତୁ: ଇରାନ ଆକ୍ରମଣରେ ଧ୍ୱଂସ ହୋଇଗଲା ସବୁଠାରୁ ଘାତକ ଡ୍ରୋନ; ଚିନ୍ତାରେ ଟ୍ରମ୍ପ
 
"ଏମକ୍ୟୁ-ଫୋରସି ଟ୍ରାଇଟନ୍" ଡ୍ରୋନ୍ କୁ ବିଶେଷ ଭାବରେ ସାମୁଦ୍ରରେ ନୀରିକ୍ଷଣ କରିବା ପାଇଁ ବିକଶିତ ହୋଇଥିଲା। ଯାହା ଶତ୍ରୁ ପକ୍ଷର ଜାହାଜ, ବୁଡ଼ାଜାହାଜ ଏବଂ ଉପକୂ ଅଞ୍ଚଳରେ ହେଉଥିବା ସାମରିକ କାର୍ଯ୍ୟକଳାପ ଉପରେ ନଜର ରଖି ପ୍ରାୟ ୫୦ ହଜାର ଫୁଟ୍ରୁ ଅଧିକ ଉଚ୍ଚତାରେ ଉଡିଥାଏ। ଏହାର ରାଡାର ଏତେ ଶକ୍ତିଶାଳୀ ଯେ ସେମାନେ ଘନ ମେଘୁଆ ଏବଂ କୁହୁଡ଼ିଆ ପାଗରେ ମଧ୍ୟ ସ୍ପଷ୍ଟ ଭାବରେ ଫଟୋ କିମ୍ବା ଭିଡ଼ିଓ କଏଦ କରିପାରିବେ। ଏହି ଡ୍ରୋନ୍ ଦୁର୍ଘଟଣାଗ୍ରସ୍ତ ହେବା କେବଳ ଆମେରିକା ପାଇଁ ଆର୍ଥିକ କ୍ଷତି ଘଟାଇନାହିଁ, ବରଂ ଏହାର ଗୁଇନ୍ଦା ତଥ୍ୟ ସଂଗ୍ରହ କରିବାର କ୍ଷମତାକୁ ମଧ୍ୟ ଅସ୍ଥାୟୀ ଭାବରେ ପ୍ରଭାବିତ କରିଛି।

ଆମେରିକୀୟ ନୌସେନା ପାଇଁ ବଡ଼ ସଙ୍କଟ
ଏହି ଡ୍ରୋନ୍ ଦୁର୍ଘଟଣା ଆମେରିକା ନୌସେନା ପାଇଁ ଏକ ବଡ଼ ଚିନ୍ତାର ବିଷୟ। କାରଣ ଗତ ବର୍ଷ ଶେଷ ସୁଦ୍ଧା ଦେଶର ସାମରିକ ବାହିନୀରେ କେବଳ ଏପରି ୨୦ ୟୁନିଟ୍ ଡ୍ରୋନ୍ ସେବାରେ ନିୟୋଜିତ ରହିଥିଲା। ହେଲ ଏହା ମଧ୍ୟରୁ ଗୋଟିଏ ୟୁନିଟ କ୍ଷତିଗ୍ରସ୍ତ ହେବା ଆମେରିକାର ସାମୁଦ୍ରିକ ନିରୀକ୍ଷଣ ଯୋଜନାକୁ ଦୁର୍ବଳ କରିଦେଇଛି। ନୌସେନା ଏହାକୁ "Class-A" ଦୁର୍ଘଟଣା ବୋଲି ବିବେଚନା କରିଛି। କାରଣ ଏହା ଦ୍ୱାରା ହୋଇଥିବା କ୍ଷତିର ପରିମାଣ ୨.୫ ମିଲିୟନ ଡଲାର ଠାରୁ ଅଧିକ ହେବା ନେଇ ଆକଳନ କରାଯାଇଛି।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
US Drone Losses: How Many Drones Did America Lose in the 2026 Middle East War? | Argus News