Iran MANPADs / ଇରାନର ସେହି ଗୁପ୍ତ ହତିଆର ଯିଏ ଉଡ଼ାଇଛି ଟ୍ରମ୍ପଙ୍କ ନିଦ
·1 hour ago·4 min read

Key Points
ମଧ୍ୟ ପ୍ରାଚ୍ୟ ଯୁଦ୍ଧ ବେଳେ ଇରାନର ଏକ ଶସ୍ତ ଗୁପ୍ତ ହତିଆର ହତିଆର ଯିଏ ଟ୍ରମ୍ପ ପ୍ରଶାସନର ନିଦ ହଜାଇ ଦେଇଛି।
Iran Capabilities: ଇରାନ-ଆମେରିକା ମଧ୍ୟରେ ବର୍ତ୍ତମାନ ହୋଇଥିବା କଥିତ ଯୁଦ୍ଧବିରାମ ଯେ କୌଣସି ସମୟରେ ଭାଙ୍ଗିପାରେ। ଯୁଦ୍ଧ ବିରାମକୁ ନେଇ କୌଣସି ପକ୍ଷ ହଟିବାକୁ ପ୍ରସ୍ତୁତ ନାହାଁନ୍ତି। ଇରାନ ସ୍ପଷ୍ଟ ଭାବରେ କହିଛି ଯେ ଏହା ଉପରେ କୌଣସି ସର୍ତ୍ତ ଲାଗୁ କରାଯାଇ ପାରିବ ନାହିଁ। ଏହି ସମୟରେ ଇସ୍ରାଏଲ ନିଜର ସ୍ଥିତି ଜାହିର କରି କହିଛି ବନ୍ଦୁକ ଟ୍ରିଗର ଉପରେ ହାତ ରହିଛି। ଅନ୍ୟପକ୍ଷରେ ଆମେରିକା ମଧ୍ୟପ୍ରାଚ୍ୟରେ ନିରନ୍ତର ଭାବରେ ଏହାର ସୈନ୍ୟ ଉପସ୍ଥିତି ବୃଦ୍ଧି କରିବାରେ ଲାଗିଛି। ପ୍ରାୟ ୪୦ ଦିନ ଧରି ମଧ୍ୟ ପ୍ରାଚ୍ୟ ଯୁଦ୍ଧ ସମୟରେ ଏକ ବଡ଼ ଖୁଲାସା ହୋଇଛି। ଯଦିଓ ମଧ୍ୟ ପ୍ରାଚ୍ୟ ଯୁଦ୍ଧରେ ଅନେକ ଧରଣର ଆଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର ହୋଇଥିଲା ହେଲେ ଇରାନର ଗୋଟିଏ ଛୋଟ ହତିଆର ସବୁଠାରୁ ଚର୍ଚ୍ଚାରେ ରହିଛି।
ଯାହାର ନାଁ ହେଉଛି "ମ୍ୟାନ୍-ପୋର୍ଟେବଲ୍ ଏୟାର ଡିଫେନ୍ସ ସିଷ୍ଟମ୍" (MANPAD)। ଏହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି ଏହାକୁ କୌଣସି ସୈନିକ କାନ୍ଧରେ ରଖି ବ୍ୟବହାର କରିପାରିବେ। ସଂକ୍ଷେପରେ କହିବାକୁ ଗଲେ "ମ୍ୟାନପ୍ୟାଡ୍" ହେଉଛି ଏକ କ୍ଷେପଣାସ୍ତ୍ର। ଯାହା ମଧ୍ୟ ପ୍ରାଚ୍ୟରେ ଯୁଦ୍ଧରେ ଦମଦାର ପ୍ରଦର୍ଶନ କରିଛି। ଏହାର ସାମର୍ଥ୍ୟ ଆମେରିକୀୟ ଯୁଦ୍ଧ ଜାହାଜର ଅଦୃଶ୍ୟ ହୋଇଯିବାର ଶକ୍ତି ଉପରେ ପ୍ରଶ୍ନ ଉଠାଇଛି। ପୂର୍ବରୁ ଆମେରିକା ବିଶ୍ୱାସ କରୁଥିଲା ଯେ ଏହାର ଅଦୃଶ୍ୟ ଯୁଦ୍ଧ ବିମାନକୁ କୌଣସି ରାଡାର ଚିହ୍ନଟ କରିପାରିବ ନାହିଁ। ହେଲେ "ମ୍ୟାନପ୍ୟାଡ୍" କ୍ଷେପଣାସ୍ତ୍ର ଆମେରିକାର ସେହି ବିଶ୍ୱାସକୁ ଭାଙ୍ଗି ଦେଇଛି। ରିପୋର୍ଟ ଅନୁସାରେ ଇରାନ ସେନା "ମ୍ୟାନପ୍ୟାଡ୍" ବ୍ୟବହାର କରି ଆମେରିକୀୟ "F-15E" ଏବଂ "A-10" ଭଳି ବିମାନକୁ ମାରି ଖସାଇ ଦେଇଛି। ଏହା ସହିତ ଅନ୍ୟ କିଛି ସହାୟକ ବିମାନକୁ ମଧ୍ୟ ଟାର୍ଗେଟ କରିଥିଲା ଏହି ଇରାନୀ ହତିଆର।
ଏହା ସହ ପଢନ୍ତୁ: ଇରାନ ମିସାଇଲ ହମଲାରେ ଥରହର ଆବ୍ରାହମ୍ ଲିଙ୍କନ; ଆକ୍ରମଣକୁ ନେଇ କ'ଣ କହିଲେ ରାଷ୍ଟ୍ରପତି ଟ୍ରମ୍ପ
ଯୁଦ୍ଧ ଜାରି ରହିଥିବା ସମୟରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଥିଲେ ଯେ ଇରାନର ବାୟୁ ପ୍ରତିରକ୍ଷା ପ୍ରଣାଳୀ ନଷ୍ଟ ହୋଇଯାଇଛି। ଏପରି ଆମେରିକା ଆକ୍ରମଣରେ ଇରାନ ରାଡାର ସିଷ୍ଟମ ନଷ୍ଟ ହୋଇଥିବା କଥା ମଧ୍ୟ କହିଥିଲେ। ହେଲେ ବର୍ତ୍ତମାନର ପରିସ୍ଥିତି ଟ୍ରମ୍ପଙ୍କ ଦାବି ସହ ମେଳ ଖାଉନାହିଁ। ଆମେରିକା ବାୟୁସେନାର ବ୍ରହ୍ମାସ୍ତ୍ର ଭାବେ ପରିଚିତ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ "F-35" ଉପରେ ହୋଇଥିବା ଆକ୍ରମଣ ସମଗ୍ର ବିଶ୍ୱରେ ଚହଳ ସୃଷ୍ଟି କରିଛି। ରାଡାର କବଳରୁ ଅଦୃଶ୍ୟ ହୋଇଯିବାର କ୍ଷମତା ରଖୁଥିବା ଏହି ଆମେରିକୀୟ ଯୁଦ୍ଧ ବିମାନ ଉପରେ ଆକ୍ରମଣ କରିବା ପାଇଁ ଇରାନ କେଉଁ ଅସ୍ତ୍ର ବ୍ୟବହାର କରିଥିଲା ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ।
କେହି ମଧ୍ୟ ଚଳାଇ ପାରିବେ "ମ୍ୟାନପ୍ୟାଡ୍"
"ମ୍ୟାନପ୍ୟାଡ୍" କ୍ଷେପଣାସ୍ତ୍ରର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହାର ସହଜ ବ୍ୟବହାର ପ୍ରଣାଳୀ। ଯେକୌଣସି ସୈନିକ ଏହାକୁ ଯୁଦ୍ଧ ଭୂମିରେ ଶତ୍ରୁ ପକ୍ଷ ଉପରେ ଆକ୍ରମଣ କରିବା ପାଇଁ ବ୍ୟବହାର କରିପାରିବେ। ଏହାକୁ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବହନ କରାଯାଇ ପାରିବ। ଏହାକୁ ଶତ୍ରୁଙ୍କ ପାଖରୁ ଲୁଚାଇ ରଖିବା ମଧ୍ୟ ସହଜ ସାଧ୍ୟ। "ମ୍ୟାନପ୍ୟାଡ୍" କମ୍ ଉଚ୍ଚତାରେ ଉଡ଼ୁଥିବା ବିମାନ ପାଇଁ ସାକ୍ଷାତ ଯମ ସଦୃଶ୍ୟ। ଯଦି କୌଣସି ହେଲିକପ୍ଟର, ଡ୍ରୋନ୍ କିମ୍ବା ଲଢ଼ୁଆ ବିମାନ ଏହାର ଲକ୍ଷ୍ୟଭେଦ ପରିସର ମଧ୍ୟରେ ଆସିଥାଏ, ତାହେଲେ "ମ୍ୟାନପ୍ୟାଡ୍" ଏହାକୁ ସହଜରେ ମାରି ଖସାଇ ଦେଇପାରିବ। ଧିର ବେଗରେ ଗତିଶୀଳ ଏବଂ କମ୍ ଉଚ୍ଚତାରେ ଉଡୁଥିବା ବିମାନକୁ ସହଜରେ ଟାର୍ଗେଟ କରିପାରେ "ମ୍ୟାନପ୍ୟାଡ୍" । ଯିଏ ବିଭିନ୍ନ ପ୍ରକାରର କ୍ଷେପଣାସ୍ତ୍ରକୁ ଅସ୍ତ୍ର ଭାବରେ ବ୍ୟବହାର କରିଥାଏ। ଏପରି ହତିଆର ମଧ୍ୟରୁ କେତେକ ତାପ (Infrared Signal) ସଙ୍କେତ ପାଇବା ମାତ୍ରେ ଆକ୍ରମଣ କରିଥାନ୍ତି। ଆଉ କେତେକ ସୈନିକଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇ ବ୍ୟବହୃତ ହୋଇଥାଏ। କେତେକ ଲେଜର ବ୍ୟବହାର କରି ଟାର୍ଗେଟ କରିଥାନ୍ତି। ଏହି କ୍ଷେପଣାସ୍ତ୍ରର ଶବ୍ଦର ଅପେକ୍ଷା ଦ୍ରୁତ ଗତିରେ ସେମାନଙ୍କର ଲକ୍ଷ୍ୟକୁ ଟାର୍ଗେଟ କରିଥାନ୍ତି। ଏହା ସାଧାରଣତଃ ୪-୫ କିଲୋମିଟର ମଧ୍ୟରେ ଯେକୌଣସି ଲକ୍ଷ୍ୟକୁ ଟାର୍ଗେଟ କରିପାରିବ। ଯେତେବେଳେ ବିମାନ ବହୁତ କମ୍ ଉଚ୍ଚତାରେ ଉଡୁଥାଏ ସେତେବେଳେ "ମ୍ୟାନପ୍ୟାଡ୍" ବ୍ୟବହାର କରାଯାଏ।
ଆମେରିକା ପାଇଁ ଚିନ୍ତା ବଢାଇଲା "ମ୍ୟାନପ୍ୟାଡ୍"
ଏହାର ଏକ ପ୍ରମୁଖ ସୁବିଧା ହେଉଛି ଏହାକୁ ଟ୍ରାକ୍ କରିବା କଷ୍ଟକର। କାରଣ "ମ୍ୟାନପ୍ୟାଡ୍" କୌଣସି ଏକ ବଡ଼ ରାଡାର ସିଷ୍ଟମ ଉପରେ ନିର୍ଭର କରେ ନାହିଁ। ଏହାକୁ ଯେକୌଣସି ସ୍ଥାନରୁ ନିକ୍ଷେପ କରିହେବ। "ମ୍ୟାନପ୍ୟାଡ୍" ପୂର୍ବରୁ "ଷ୍ଟ୍ରିଙ୍ଗର ମିସାଇଲ" (Stinger Missile) ଆଫଗାନିସ୍ତାନରେ ଜାରି ରହିଥିବା ଯୁଦ୍ଧ ସମୟରେ ଆମେରିକା ପାଇଁ ଯଥେଷ୍ଟ ସମସ୍ୟା ସୃଷ୍ଟି କରିଥିଲା। କାରଣ ସେତେବେଳେ ତାଲିବାନ ଯୋଦ୍ଧା ଏହି କ୍ଷେପଣାସ୍ତ୍ର ସାହାଯ୍ୟରେ ଆମେରିକୀୟ ବିମାନ ଉପରେ ଆକ୍ରମଣ କରି ତୁରନ୍ତ ପାହାଡ଼ ଗୁମ୍ଫା ମଧ୍ୟରେ ଲୁଚି ଯାଉଥିଲେ। ପ୍ରଥମେ "ଷ୍ଟ୍ରିଙ୍ଗର ମିସାଇଲ" ଆଉ ଏବେ "ମ୍ୟାନପ୍ୟାଡ୍" ପୁଣି ଥରେ ଆମେରିକା ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ରିପୋର୍ଟ ଅନୁସାରେ, ଇରାନ ଖୁବ୍ ଶୀଘ୍ର ଆହୁରି ଅଧିକ "ମ୍ୟାନପ୍ୟାଡ୍" ହାସଲ କରିପାରେ। ଏହା ସମ୍ଭବତଃ ସେମାନେ ଚୀନ୍ ରୁ ଆସିଥାଇ ପାରେ ବୋଲି କୁହାଯାଉଛି। କୁହାଯାଉଛି ଯେ ଚୀନ୍, ଏହାକୁ ଇରାନ ପାଖରେ ପହଞ୍ଚାଇବା ପାଇଁ ତୃତୀୟ ପକ୍ଷର ସାହାର୍ଯ୍ୟ ନେଇପାରେ। ଯଦି ଏପରି ହୁଏ ତାହେଲେ ଆମେରିକା ପାଇଁ ବିପଦ ଆହୁରି ବଢ଼ିଯିବ। କାରଣ ଆମେରିକୀୟ ବିମାନ ଭୂପୃଷ୍ଠରୁ ୫ କିଲୋମିଟର ମଧ୍ୟରେ ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯିବ।
ଏହା ସହ ପଢନ୍ତୁ: ଇରାନ ଆକ୍ରମଣରେ ବର୍ବାଦ ହୋଇଗଲା ଆମେରିକାର AWACS ବିମାନ; କ'ଣ ରହିଛି ଏହାର ବିଶେଷତ୍ୱ
ମହଙ୍ଗା ହତିଆର ଆଗରେ ଭାରୀ ପଡ଼ିଲା ଶସ୍ତା "ମ୍ୟାନପ୍ୟାଡ୍"
ଯଦି ଆମେରିକା ସ୍ଥଳସେନା ନିୟୋଜିତ କରେ, ତାହେଲେ ସେମାନଙ୍କ ପାଇଁ ବିପଦ ଆହୁରି ବଢ଼ିପାରେ। କାରଣ ସ୍ଥଳଭାଗରେ ସୈନ୍ୟ ନିୟୋଜନ କରିବାରେ ବ୍ୟବହୃତ ହେଉଥିବା ହେଲିକପ୍ଟର ଏବଂ ସହାୟକ ବିମାନ ସହଜରେ "ମ୍ୟାନପ୍ୟାଡ୍" ର ଟାର୍ଗେଟ୍ ହୋଇପାରନ୍ତି। ବାୟୁ ପ୍ରତିରକ୍ ପ୍ରଣାଳୀକୁ ନଷ୍ଟ ନକରି ଆଗକୁ ବଢ଼ିବା ଆମେରିକା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ। ପ୍ରତିରକ୍ଷା ବିଶେଷଜ୍ଞମାନେ ଏହାକୁ ଏକ ବିଷମ ଯୁଦ୍ଧ ଭାବରେ ବିବେଚନା କରିଥାନ୍ତି। ଏପରି ଯୁଦ୍ଧ ବେଳେ ଶସ୍ତା ଅସ୍ତ୍ରଶସ୍ତ୍ର ମହଙ୍ଗା ହତିଆରକୁ ପଛରେ ପକାଇ ଦେଇଥାଏ। ଗୋଟିଏ ଲଢ଼ୁଆ ବିମାନ ନିର୍ମାଣ କରିବା ପାଇଁ ଲକ୍ଷ ଲକ୍ଷ ଡଲାର ଖର୍ଚ୍ଚ ହେଉଥିବା ବେଳେ, "ମ୍ୟାନପ୍ୟାଡ୍" ମୂଲ୍ୟ ବହୁତ କମ୍ ହୋଇଥାଏ। ହେଲେ ତଥାପି ଶସ୍ତା ଅସ୍ତ୍ରଶସ୍ତ୍ର ଯଥେଷ୍ଟ ମାତ୍ରାରେ କ୍ଷତି କରିପାରନ୍ତି। ଏହି ଘଟଣା ରଣଭୂମିରେ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦେଇଥାଏ। ଆଧୁନିକ ଯୁଦ୍ଧରେ ବଡ଼ ଏବଂ ମହଙ୍ଗା ଅସ୍ତ୍ରଶସ୍ତ୍ର ସବୁକିଛି ନୁହେଁ। କେତେକ ସମୟରେ ଛୋଟ ଏବଂ ଶସ୍ତା ଅସ୍ତ୍ରଶସ୍ତ୍ର ମଧ୍ୟ ଯୁଦ୍ଧର ମୋଡ଼ ବଦଳାଇ ଦେଇପାରେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories