Strait of Hormuz / ଇରାନର ଘୋଷଣା ଖୋଲା ରହିଛି ହର୍ମୁଜ୍; ଯାତ୍ରା କରିବା ପାଇଁ ଜାହାଜ ପାଳନ କରିବେ ଗୋଟିଏ ସର୍ତ୍ତ
·4 months ago·2 min read

Key Points
ଇରାନ ଏବେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ୍ ପ୍ରଣାଳୀ ଖୋଲିବା ନେଇ ଘୋଷଣା କରିଛି।
Iran Govt on Strait of hormuz Opening: ହର୍ମୁଜ ଜଳମାର୍ଗ ଖୋଲିବାକୁ ନେଇ ଇରାନ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଦେଶର ବୈଦେଶିକ ମନ୍ତ୍ରୀ ଅବ୍ବାସ ଅରାଘଚି। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ହର୍ମୁଜ୍ ପ୍ରଣାଳୀ ସମସ୍ତ ବାଣିଜ୍ୟିକ ଜାହାଜ ପାଇଁ ଖୋଲା ରହିଛି। ହେଲେ ଏହି ଜଳମାର୍ଗରେ ଯାତ୍ରା କରିବା ପାଇଁ ଗୋଟିଏ ସର୍ତ୍ତ ପାଳନ କରିବାକୁ ହେବ। ସମସ୍ତ ଜାହାଜକୁ ଇରାନ ନୌସେନା ସହିତ ସହଯୋଗ କରିବାକୁ ହେବ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚୀନ ଗସ୍ତ, ଉପସାଗରରୀୟ ଅଞ୍ଚଳରେ ବଢୁଥିବା ଭୂରାଜନୈତିକ ଉତ୍ତେଜନା, ଶକ୍ତି ଯୋଗାଣ ମାର୍ଗକୁ ବଢ଼ୁଥିବା ବୈଶ୍ୱିକ ଚିନ୍ତା ମଧ୍ୟରେ ଇରାନ ବୈଦେଶିକ ମନ୍ତ୍ରୀ ଅବ୍ବାସ ଅରାଘଚିଙ୍କ ଏପରି ବିବୃତ୍ତି ଆସିଛି। ବର୍ତ୍ତମାନ ସମ୍ପ୍ରତି ଉପସାଗର ଅଞ୍ଚଳରେ ସାମରିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ସେଠାରେ ଜାହାଜ ଜବତ କରାଯିବ ସହ ଇରାନ ନୌସେନା ସେହି ଜଳମାର୍ଗ ଉପରେ ସତର୍କ ନଜର ରଖିଥିବାର ଖବର ସାମ୍ନାକୁ ଆସିଛି। ହେଲେ ତଥାପି ଇରାନ ଏବେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ୍ ପ୍ରଣାଳୀ ଖୋଲିବା ନେଇ ଘୋଷଣା କରିଛି।
ଏହା ସହ ପଢନ୍ତୁ: ପାରସ୍ୟ ଉପସାଗରରୁ ଗାଏବ ହୋଇଗଲା ଆମେରିକୀୟ ସୈନ୍ୟ ବିମାନ; ଇରାନ ସୀମାରେ ଭରୁଥିଲା ଉଡ଼ାଣ
ବିଶ୍ୱର ମୋଟ ତୈଳ ରପ୍ତାନୀ ଏବଂ ତରଳୀକୃତ ପ୍ରାକୃତିକ ଗ୍ୟାସ (LNG) ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହର୍ମୁଜ୍ ପ୍ରଣାଳୀ ଦେଇ ଏହାର ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥାଏ। ସାଉଦି ଆରବ, ୟୁଏଇ, କୁଏତ ଏବଂ ଇରାକ ଆଦି ଉପସାଗରୀୟ ଦେଶରୁ ଅଶୋଧିତ ତୈଳ ହର୍ମୁଜ ପ୍ରଣାଳୀ ଦେଇ ଏସିଆ, ଆଫ୍ରିକା, ୟୁରୋପ ଠାରେ ପହଞ୍ଚିଥାଏ। ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଉତ୍ତେଜନ କାରଣରୁ ହର୍ମୁଜ୍ ପ୍ରଣାଳୀରେ ଯାତାୟତ ବାଧାପ୍ରାପ୍ତ ଯୋଗୁଁ ବିଶ୍ୱବ୍ୟାପୀ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି।
ଭାରତ ଏହାର ଶକ୍ତି ଆବଶ୍ୟକତାର ପ୍ରାୟ ୮୫% ବିଦେଶରୁ ଆମଦାନୀ କରିଥାଏ। ଯାହା ମଧ୍ୟରୁ ଅଧିକାଂଶ ହର୍ମୁଜ୍ ପ୍ରଣାଳୀ ଦେଇ ଆସିଥାଏ। ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଭାରତର ଆମଦାନୀ ବିଲ୍କୁ ଯଥେଷ୍ଟ ବୃଦ୍ଧି କରିଛି। ଯାହାର ପ୍ରତିକୂଳ ପ୍ରଭାବ ଅର୍ଥନୀତି ଉପରେ ପଡୁଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ଇରାନ ମାରୁଛି ମୀମ୍ସ୍ ବମ୍; ଉଡ଼ିଲା ଟ୍ରମ୍ପଙ୍କ ମଜାକ
ଇରାନ ବିଦେଶ ମନ୍ତ୍ରୀ ଦେଇଥିବା ବିବୃତ୍ତିର ଅର୍ଥ କ'ଣ?
ଇରାନର ବିଦେଶ ମନ୍ତ୍ରୀ ଅବ୍ବାସ ଅରାଘଚି ଦେଇଥିବା ବିବୃତ୍ତି ସ୍ପଷ୍ଟ କରୁଛି ଯେ ଗୋଟିଏ ପଟେ ଇରାନ୍ ଉତ୍ତେଜନା ହ୍ରାସ କରିବା ପାଇଁ ପ୍ରୟାସ କରୁଛି। ହେଲେ ଅନ୍ୟ ପଟେ ଇରାନ ନୌସେନା ହର୍ମୁଜ୍ ପ୍ରଣାଳୀ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ବଜାୟ ରଖିବାକୁ ଚାହୁଁଛି। ଇରାନ୍ ମଧ୍ୟ ଏହାର ବିବୃତ୍ତିରେ କହିଛି ଯେ ହର୍ମୁଜ୍ ପ୍ରଣାଳୀକୁ ବାଣିଜ୍ୟିକ ଜାହାଜ ପାଇଁ ଖୋଲି ଦିଆଯାଇଛି। ହେଲେ ତଥାପି ଆମେରିକାର ଅବରୋଧ ଜାରି ରହିଥିବା କୁହାଯାଉଛି।
ଇରାନର ବିଦେଶ ମନ୍ତ୍ରୀଙ୍କ ଦ୍ୱାରା ବ୍ୟବହୃତ ଶବ୍ଦ ଜାହାଜ କମ୍ପାନୀ ଏବଂ ବିଭିନ୍ନ ଦେଶର ସରକାରଙ୍କ ମଧ୍ୟରେ ଚିନ୍ତା ବଢ଼ାଇପାରେ। କାରଣ ବିଦେଶ ମନ୍ତ୍ରୀ ଅବ୍ବାସ ଅରାଘଚିଙ୍କ ବୟାନ ସ୍ପଷ୍ଟ ଭାବରେ ସୂଚାଇ ଦେଇଛି ଯେ ଜାହାଜ କମ୍ପାନୀକୁ ହର୍ମୁଜ ମାର୍ଗ ଦେଇ ତୈଳ ଏବଂ ଗ୍ୟାସ ଆମଦାନୀ କରିବା ପାଇଁ ଏବେ ଇରାନ ସରକାରଙ୍କ ଅନୁମତି ନେବାକୁ ହେବ।

Related Topics
Explore more stories