Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Iran Israel War Impact / ଇସ୍ରାଏଲ-ଇରାନ ମଧ୍ୟରେ ଭୀଷଣ ଯୁଦ୍ଧ; ବଢିଲା ଭାରତର ଟେନସନ୍

Debashree Debasmita Sahoo
Browse all articles by Debashree Debasmita Sahoo
·4 months ago·2 min read
ଇସ୍ରାଏଲ-ଇରାନ ମଧ୍ୟରେ ଭୀଷଣ ଯୁଦ୍ଧ; ବଢିଲା ଭାରତର ଟେନସନ୍
Iran Israel War Impact

Key Points

ଇରାନ ଉପରେ ଇସ୍ରାଏଲ-ଆମେରିକାର ମିଳିତ ଆକ୍ରମଣ
ଅଶାନ୍ତ ମଧ୍ୟପ୍ରାଚ୍ୟକୁ ନେଇ ଚିନ୍ତାରେ ଭାରତ
ବଢିପାରେ ପେଟ୍ରୋଲ-ଡିଜେଲ ଦର 
ଆମେରିକା ଓ ଇସ୍ରାଏଲ ମଧ୍ୟପ୍ରାଚ୍ୟ ଦେଶ ଇରାନ ଉପରେ ବଡ଼ ଆକ୍ରମଣ କରିଛି । ଆମେରିକା ଆକାଶ ଓ ସମୁଦ୍ର ଉଭୟ ପଥରୁ ଇରାନ ଉପରେ ଆକ୍ରମଣ କରିଛି । ଆମେରିକା-ଇସ୍ରାଏଲ ମିଳିତ ଆକ୍ରମଣ କରି ଇରାନର ରାଷ୍ଟ୍ରପତି ଭବନ, ଗୁପ୍ତଚର ସଂସ୍ଥା ଓ ସେନା ବାହିନୀ କ୍ୟାମ୍ପ ସମେତ ପ୍ରାୟ ୩୦ ଠିକଣା ଉପରେ ବଡ଼ ଧରଣର ଆକ୍ରମଣ କରିଛି । ଟ୍ରମ୍ପ ସିଧାସଳଖ କହିଛନ୍ତି ଯେ ଇରାନକୁ ସେମାନେ କୌଣସି ବି ପରିସ୍ଥିତିରେ ପରମାଣୁ ଶକ୍ତି ହେବାକୁ ଦେବେ ନାହିଁ ।

  • ଇରାନର ପାଲଟା ଜବାବ
ସେପଟେ ଦୁଇ ଦେଶଠାରୁ ଆକ୍ରମଣର ଶିକାର ହୋଇଥିବା ମୁସଲିମ ବହୁଳ ଦେଶ ଇରାନ ପାଲଟା ଜବାବ ଦେଇଛି । ଏହି ଆକ୍ରମଣ ଧୀରେ ଧୀରେ ଭୀଷଣ ଯୁଦ୍ଧର ରୂପ ନେବାରେ ଲାଗିଛି, ଯାହାକି ଭାରତ ସମେତ ପୁରା ବିଶ୍ଵ ଉପରେ ଗଭୀର ପ୍ରଭାବ ପକାଇଛି । ବିଶେଷ କରି ଅଶୋଧିତ ତୈଳ ଆମଦାନୀ କ୍ଷେତ୍ରରେ ଏକ ମହତ୍ତ୍ଵପୂର୍ଣ୍ଣ ସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି ।

ପଢନ୍ତୁ ଏହି ଖବର: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଘମାଘୋଟ ଯୁଦ୍ଧ: ସେନା ଶକ୍ତିରେ କିଏ ଆଗରେ?

  • ମହଙ୍ଗା ହେବ ଅଶୋଧିତ ତୈଳ
ଏହି ଯୁଦ୍ଧ ଯୋଗୁଁ ଆଗକୁ ଅଶୋଧିତ ତୈଳ ମୂଲ୍ୟ ମଧ୍ୟ ବୃଦ୍ଧି ପାଇପାରେ । ଏହାସହିତ ଅଶୋଧିତ ତୈଳ ସପ୍ଲାଏ ଚେନ୍ ମଧ୍ୟ ବାଧାପ୍ରାପ୍ତ ହୋଇପାରେ । କାରଣ ବିଶ୍ଵର ପ୍ରାୟ ୪୦ ପ୍ରତିଶତରୁ ଅଧିକ ବିଶୋଧିତ ତୈଳ ହୋର୍ମୁଜ୍ ପ୍ରଣାଳୀ ଦେଇ ଆସିଥାଏ । ଏହା ଦୁନିଆର ସବୁଠୁ ବ୍ୟସ୍ତବହୁଳ ତୈଳ ମାର୍ଗ ଓ ଏହା ଇରାନ ନିୟନ୍ତ୍ରଣରେ ଆସିଥାଏ । ଭାରତ-ଚୀନ ସମେତ ବିଶ୍ଵର ଅନେକ ଦେଶ ଏହି ମାର୍ଗ ଦେଇ ଅଶୋଧିତ ତୈଳ ଆମଦାନୀ କରିଥାନ୍ତି, କାରଣ ଏହି ମାର୍ଗଟି ସିଧାସଳଖ ବୈଶ୍ଵିକ ବଜାର ସହିତ ସଂଯୋଗ ।

  • ବଢିବ ପେଟ୍ରୋଲ-ଡିଜେଲ ଦର
ଯଦି ଇରାନ ଯୁଦ୍ଧ ସମୟରେ ଏହି ମାର୍ଗକୁ ଅବରୋଧ କରେ, ତେବେ ବିଶ୍ଵର ବିଭିନ୍ନ ସ୍ଥାନକୁ ଅଶୋଧିତ ତୈଳ ଆମଦାନୀ ପ୍ରକ୍ରିୟା ବାଧାପ୍ରାପ୍ତ ହେବ । ଏହାସହିତ ବିଶ୍ଵର ଅର୍ଥନୀତି ଉପରେ ଏକ ବଡ଼ ପ୍ରଭାବ ପଡ଼ିପାରେ । ଅଶୋଧିତ ତୈଳ ବୃଦ୍ଧି ପାଇଲେ ସ୍ଵାଭାବିକ ଭାବେ ଭାରତ ସମେତ ତୈଳ ଆମଦାନୀ କରୁଥିବା ରାଷ୍ଟ୍ରଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ ଦର ବଢିବାର ଯଥେଷ୍ଟ ସମ୍ଭାବନା ରହିଛି ।

  • ୫୦%ରୁ ଅଧିକ ତେଲ ଆଣେ ଭାରତ
ଭାରତ ଏହି ହୋର୍ମୁଜ୍ ଚେକ୍ ପଏଣ୍ଟ ଦେଇ ପ୍ରାୟ ୫୦ ପ୍ରତିଶତରୁ ଅଧିକ ତେଲ ମଗାଇଥାଏ । ଯଦି ପୁରା ବିଶ୍ଵ କଥା କହିବା, ତେବେ ଏହି ସମ୍ବେଦନଶୀଳ ମାର୍ଗ ଦେଇ ପୁରା ବିଶ୍ଵକୁ ୨୦ ପ୍ରତିଶତ ତେଲ ରପ୍ତାନୀ କରାଯାଏ । ଏହି ଅଶୋଧିତ ତୈଳ ବିଶେଷ କରି ଉତ୍ପାଦକ ଦେଶ ସାଉଦି ଆରବ, ଇରାକ୍‌, ୟୁଏଇ, କୁୱେତ ଓ କତାରରୁ ଆସେ ଏବଂ ଚୀନ, ଭାରତ, ଜାପାନ ଓ ଦକ୍ଷିଣ କୋରିଆ ଭଳି ପ୍ରମୁଖ ଏସିଆ ବଜାରକୁ ଯାଇଥାଏ ।

  • କେଉଁ ଦେଶରୁ ତେଲ ମଗାଏ ଭାରତ ?
ଭାରତ ଗତ କିଛି ବର୍ଷ ଧରି ନିଜ ତେଲ ଆମଦାନୀ ଉପରେ ବିବିଧତା ଆଣିଛି । ଅର୍ଥାତ ଭାରତ ଏବେ ଋଷିଆ, ଇରାକ, ସାଉଦି ଆରବ, ୟୁଏଇ, ପଶ୍ଚିମ ଆଫ୍ରିକା, ଦକ୍ଷିଣ ଓ ମଧ୍ୟ ଆମେରିକା, ଆମେରିକା, କୁୱେତ, ମଧ୍ୟ ପୂର୍ବର ବାକି ଦେଶ ସହିତ ମେକ୍ସିକୋ, ୟୁରୋପ, ଉତ୍ତର ଆଫ୍ରିକା ଏବଂ କାନାଡାରୁ ତେଲ ମଗାଉଛି ।


ଅଧିକ ଖବର ପଢନ୍ତୁ...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Israel Iran America War impact on India | Argus News